ଛାତ୍ରଛାତ୍ରୀଙ୍କୁ ଜବରଦସ୍ତ ନିଯୁକ୍ତି ଦେଉଛି ଜାମିଆ ୟୁନିଭର୍ସିଟି: ପ୍ୟାକେଜ୍ ୨୦ ଲକ୍ଷ ପାର୍

ନୂଆଦିଲ୍ଲୀ: କ୍ୟାମ୍ପସ୍‌ ସିଲେକ୍ସନରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି। ୨୦୨୪-୨୫ ଶିକ୍ଷା ବର୍ଷର ପ୍ରଥମ ପର୍ଯ୍ୟାୟରେ ଭଲ ଦରମା ନିଯୁକ୍ତି ପାଇଛନ୍ତି ଏହି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ। ସିସ୍‌କୋ ଓ ହୋମସେଣ୍ଟର ଲ୍ୟାଣ୍ଡମାର୍କ ଭଳି କମ୍ପାନୀ ଯଥାକ୍ରମେ ୨୪ ଲକ୍ଷ ଓ ୨୪.୫ ଲକ୍ଷ ବାର୍ଷିକ ଦରମା ଦେଇ କ୍ୟାମ୍ପସରୁ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି।ସେହିପରି ଅପଟମ ୧୮ ଲକ୍ଷସ ମ୍ୟାକକନିଲେ ରାଇସ ୧୬ ଲକ୍ଷ, ଜେନୋନ ଆନାଲିଟିକ୍ସ ୧୭ ଲକ୍ଷ, ଏକ୍ସସେଣ୍ଟୋର ୧୧.୮୯ ଲକ୍ଷ, ଆଇସିଆଇସିଆଇ ବ୍ୟାଙ୍କ ୧୧.୫ ଲକ୍ଷ, ଟିସିଏସ ୯ ଲକ୍ଷ, ୬.୨୨ ଅଟକିନ୍ସରିଏଲିସ୍ ଏବଂ ଏଲ ଏଣ୍ଡ ଟି ୬ ଲକ୍ଷ ଆଦି ବାର୍ଷିକ ଦରମା ଦେଇ ନିଯୁକ୍ତି ଦେଇଛନ୍ତି।ଛାତ୍ରଛାତ୍ରୀଙ୍କର ନିଯୁକ୍ତି ନେଇ ୟୁନିଭର୍ସିଟି ନିଯୁକ୍ତି ବିଭାଗର ସମ୍ମାନୀୟ ନିର୍ଦ୍ଦେଶକ ପ୍ରଫେସର ରହିଲା ଫାରୁକୀ ଖୁସୀ ବ୍ୟକ୍ତ କରିଛନ୍ତି। ଏହା ଆମ ଛାତ୍ରଛାତ୍ରୀଙ୍କ କଠିନ୍ନ ପରିଶ୍ରମ ଦ୍ୱାରା ସମ୍ଭବ ହୋଇଛି ବୋଲି ଫାରୁକୀ କହିଛନ୍ତି। ଏହି ବର୍ଷ ଟେକ୍ନୋଲୋଜି, ଫାଇନାନ୍ସ, କନସଲ୍ଟିଂ ଏବଂ ଇଞ୍ଜିନିୟରିଂ ସମେତ ବିଭିନ୍ନ କ୍ଷେତ୍ରର ୪୦ ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତି ଦେବାକୁ ୟୁନିଭର୍ସିଟି କ୍ୟାମ୍ପସ୍ ଆସିଥିଲେ। ଏମାନଙ୍କ ମଧ୍ୟରେ ସିସ୍କୋ, ଅପ୍ଟମ୍, ସ୍ନାଇଡର୍ ଇଲେକ୍ଟ୍ରିକ୍, ସିମେନ୍ସ, ଆଇବିଏମ

ଛାତ୍ରଛାତ୍ରୀଙ୍କୁ ଜବରଦସ୍ତ ନିଯୁକ୍ତି ଦେଉଛି ଜାମିଆ ୟୁନିଭର୍ସିଟି: ପ୍ୟାକେଜ୍ ୨୦ ଲକ୍ଷ ପାର୍

ନୂଆଦିଲ୍ଲୀ: କ୍ୟାମ୍ପସ୍‌ ସିଲେକ୍ସନରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି। ୨୦୨୪-୨୫ ଶିକ୍ଷା ବର୍ଷର ପ୍ରଥମ ପର୍ଯ୍ୟାୟରେ ଭଲ ଦରମା ନିଯୁକ୍ତି ପାଇଛନ୍ତି ଏହି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ। ସିସ୍‌କୋ ଓ ହୋମସେଣ୍ଟର ଲ୍ୟାଣ୍ଡମାର୍କ ଭଳି କମ୍ପାନୀ ଯଥାକ୍ରମେ ୨୪ ଲକ୍ଷ ଓ ୨୪.୫ ଲକ୍ଷ ବାର୍ଷିକ ଦରମା ଦେଇ କ୍ୟାମ୍ପସରୁ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି।

ସେହିପରି ଅପଟମ ୧୮ ଲକ୍ଷସ ମ୍ୟାକକନିଲେ ରାଇସ ୧୬ ଲକ୍ଷ, ଜେନୋନ ଆନାଲିଟିକ୍ସ ୧୭ ଲକ୍ଷ, ଏକ୍ସସେଣ୍ଟୋର ୧୧.୮୯ ଲକ୍ଷ, ଆଇସିଆଇସିଆଇ ବ୍ୟାଙ୍କ ୧୧.୫ ଲକ୍ଷ, ଟିସିଏସ ୯ ଲକ୍ଷ, ୬.୨୨ ଅଟକିନ୍ସରିଏଲିସ୍ ଏବଂ ଏଲ ଏଣ୍ଡ ଟି ୬ ଲକ୍ଷ ଆଦି ବାର୍ଷିକ ଦରମା ଦେଇ ନିଯୁକ୍ତି ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କର ନିଯୁକ୍ତି ନେଇ ୟୁନିଭର୍ସିଟି ନିଯୁକ୍ତି ବିଭାଗର ସମ୍ମାନୀୟ ନିର୍ଦ୍ଦେଶକ ପ୍ରଫେସର ରହିଲା ଫାରୁକୀ ଖୁସୀ ବ୍ୟକ୍ତ କରିଛନ୍ତି। ଏହା ଆମ ଛାତ୍ରଛାତ୍ରୀଙ୍କ କଠିନ୍ନ ପରିଶ୍ରମ ଦ୍ୱାରା ସମ୍ଭବ ହୋଇଛି ବୋଲି ଫାରୁକୀ କହିଛନ୍ତି। 

ଏହି ବର୍ଷ ଟେକ୍ନୋଲୋଜି, ଫାଇନାନ୍ସ, କନସଲ୍ଟିଂ ଏବଂ ଇଞ୍ଜିନିୟରିଂ ସମେତ ବିଭିନ୍ନ କ୍ଷେତ୍ରର ୪୦ ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତି ଦେବାକୁ ୟୁନିଭର୍ସିଟି କ୍ୟାମ୍ପସ୍ ଆସିଥିଲେ। ଏମାନଙ୍କ ମଧ୍ୟରେ ସିସ୍କୋ, ଅପ୍ଟମ୍, ସ୍ନାଇଡର୍ ଇଲେକ୍ଟ୍ରିକ୍, ସିମେନ୍ସ, ଆଇବିଏମ୍ ଇଣ୍ଡିଆ, ଏଚଏସବିସି ଟେକ୍ନୋଲୋଜି, ଆକସେଣ୍ଟର, ଟିଏସିଏସ, ଏଲ୍‌ ଏଣ୍ଡ ଟି, ଏବଂ ଅଟକିନ୍ସ ରିଏଲିସ ରହିଛନ୍ତି।