ଛାତ୍ରୀ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ମା’
ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦିମାଳ ଜବାହର ନବୋଦୟ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅର୍ପିତା ବେହେରାଙ୍କ ଗତ ୨ ତାରିଖରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ୫ ଦିନ ପରେ ମୃତ ଅର୍ପିତାଙ୍କ ମା’ ପୁଷ୍ପଲତା ବେହେରା ତାଙ୍କ ଝିଅକୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଗୁୁରୁବାର କଷିଆ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି କଷିଆ ସାମୁଦ୍ରିକ ଥାନାରେ ଏକ ହତ୍ୟା ମାମଲା (ନଂ. ୩୪/୨୪) ରୁଜୁ କରାଯାଇଛି। […] The post ଛାତ୍ରୀ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ମା’ appeared first on Dharitri Odia News.
ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦିମାଳ ଜବାହର ନବୋଦୟ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅର୍ପିତା ବେହେରାଙ୍କ ଗତ ୨ ତାରିଖରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ୫ ଦିନ ପରେ ମୃତ ଅର୍ପିତାଙ୍କ ମା’ ପୁଷ୍ପଲତା ବେହେରା ତାଙ୍କ ଝିଅକୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଗୁୁରୁବାର କଷିଆ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିତ୍ତି କରି କଷିଆ ସାମୁଦ୍ରିକ ଥାନାରେ ଏକ ହତ୍ୟା ମାମଲା (ନଂ. ୩୪/୨୪) ରୁଜୁ କରାଯାଇଛି। ଝିଅ ମୃତ୍ୟୁ ପାଇଁ ଜଣେ ଓଡ଼ିଆ ଶିକ୍ଷକ, ମାଟ୍ରନ ଓ କେତେଜଣ ଛାତ୍ରୀଛାତ୍ର ଦାୟୀ ବୋଲି ଏତଲାରେ ଦର୍ଶାଇଛନ୍ତି। ଏଥିସହ ସ୍କୁଲ ଅଧ୍ୟକ୍ଷଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି। ମୃତ ଛାତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ ବୋଲି କଷିଆ ସାମୁଦ୍ରିକ ଥାନା ଆଇଆଇସି ସାବିତ୍ରୀ ପଣ୍ଡା କହିଛନ୍ତି।
The post ଛାତ୍ରୀ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ମା’ appeared first on Dharitri Odia News.