ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ! ଘେରିଲେ ଗାଁ ଲୋକ

ପ୍ରଧାନଶିକ୍ଷକଙ୍କୁ ଠେଲାପେଲା କରିବା ସହିତ ବିଦ୍ୟାଳୟର ଏକ କୋଠରୀରେ ଭର୍ତ୍ତି କରି ତାଲା ପକାଇଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ABEO ସ୍କୁଲରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ! ଘେରିଲେ ଗାଁ ଲୋକ

ବିଦ୍ୟାଳୟରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଏପରି କଳଙ୍କିତ ଘଟଣା ନବରଙ୍ଗପୁର ସଦର ବ୍ଲକ୍‌ ଅଞ୍ଚରେ ଘଟିଛି। ଏହାକୁ ନେଇ ଆଜି ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ପ୍ରଧାନଶିକ୍ଷକଙ୍କ ଘେରିଥିବା ଜଣାପନିଛି।

ନବରଙ୍ଗପୁର ସଦର ବ୍ଲକ ସିନ୍ଧିଗାଁ ପଞ୍ଚାୟତ କୁମଝର ଗାଁରେ ରହିଛି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ। ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ବାବାଜୀ ଦାଶଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଅନୁସାରେ ସେ କୁଆଡେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଶୌଚାଳୟକୁ ଡାକି ଅସଦାଚରଣ କରୁଥିଲେ। ଏନେଇ ଛାତ୍ରୀମାନେ ନିଜ ନିଜ ଅଭିଭାବକଙ୍କୁ ଜଣାଇଥିଲେ। ଏହି ଘଟଣାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି।

ପ୍ରଧାନଶିକ୍ଷକଙ୍କୁ ଠେଲାପେଲା କରିବା ସହିତ ବିଦ୍ୟାଳୟର ଏକ କୋଠରୀରେ ଭର୍ତ୍ତି କରି ତାଲା ପକାଇଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ABEO ସ୍କୁଲରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ। ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ନବରଙ୍ଗପୁର ଟାଉନ ଥାନା ପୁଲିସ ସ୍କୁଲରେ ପହଞ୍ଚି ବନ୍ଦ ଘରୁ ପ୍ରଧାନଶିକ୍ଷକଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ସେପଟେ ପ୍ରଧାନଶିକ୍ଷକ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ