ଛାତ୍ରୀଛାତ୍ରଙ୍କୁ ସଫଳତାର ୬ ସୂତ୍ରୀ କର୍ଣ୍ଣମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ

ଖୋର୍ଦ୍ଧା,୧୦।୧(ପ୍ରଭାତ ପାଣିଗ୍ରାହୀ): ସଫଳତାର ମୂଳମନ୍ତ୍ର ହେଉଛି କଠିନ ପରିଶ୍ରମ।  ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ।  ସୋସିଆଲ ମିଡିଆ ଅପେକ୍ଷା ପାଠପଢା ଉପରେ ଗୁରୁତ୍ୱ ଦିଅ ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ହାବେଳି ପଡିଆରେ  ବୁଧବାର ଜିଲା ସ୍ତରୀୟ ଯୁବ ମହୋତ୍ସବରେ ଯୋଗଦେଇ ସେ ଛାତ୍ରୀଛାତ୍ରଙ୍କୁ ସଫଳତାର ୬ ସୂତ୍ରୀ କର୍ଣ୍ଣମନ୍ତ୍ର ଦେଇଛନ୍ତି। ପାଣ୍ଡିଆନ୍‌ କହିଛନ୍ତି, ଶତ ପ୍ରତିଶତ ସଫଳତା ପାଇଁ ଛାତ୍ରୀଛାତ୍ରମାନେ ଦକ୍ଷତା ବିକାଶ, […] The post ଛାତ୍ରୀଛାତ୍ରଙ୍କୁ ସଫଳତାର ୬ ସୂତ୍ରୀ କର୍ଣ୍ଣମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ appeared first on Dharitri Odia News.

ଛାତ୍ରୀଛାତ୍ରଙ୍କୁ ସଫଳତାର ୬ ସୂତ୍ରୀ କର୍ଣ୍ଣମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ
ଖୋର୍ଦ୍ଧା,୧୦।୧(ପ୍ରଭାତ ପାଣିଗ୍ରାହୀ): ସଫଳତାର ମୂଳମନ୍ତ୍ର ହେଉଛି କଠିନ ପରିଶ୍ରମ।  ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ।  ସୋସିଆଲ ମିଡିଆ ଅପେକ୍ଷା ପାଠପଢା ଉପରେ ଗୁରୁତ୍ୱ ଦିଅ ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ହାବେଳି ପଡିଆରେ  ବୁଧବାର ଜିଲା ସ୍ତରୀୟ ଯୁବ ମହୋତ୍ସବରେ ଯୋଗଦେଇ ସେ ଛାତ୍ରୀଛାତ୍ରଙ୍କୁ ସଫଳତାର ୬ ସୂତ୍ରୀ କର୍ଣ୍ଣମନ୍ତ୍ର ଦେଇଛନ୍ତି।
ପାଣ୍ଡିଆନ୍‌ କହିଛନ୍ତି, ଶତ ପ୍ରତିଶତ ସଫଳତା ପାଇଁ ଛାତ୍ରୀଛାତ୍ରମାନେ ଦକ୍ଷତା ବିକାଶ, ୩୦ମିନିଟ ଶାରୀରିକ ପରିଶ୍ରମ, ୧୫ ମିନିଟ ଧ୍ୟାନ, ଉଜ୍ଜ୍ବଳ ଭବିଷ୍ୟତ ଲାଗି ୧୪ ଘଣ୍ଟା ପାଠପଢା, ଅତିରିକ୍ତ କାର୍ଯ୍ୟ(ଏକ୍‌ଷ୍ଟ୍ରା କରିକୁଲାର) ଏବଂ ଶେଷରେ ପିତାମାତା, ଗୁରୁଜନଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ। ଏହି ଛ’ସୂତ୍ର ଉପରେ ୫ବର୍ଷ ପରିଶ୍ରମ କଲେ ୫୦ ବର୍ଷ ପର୍ଯ୍ୟନ୍ତ ଭବିଷ୍ୟତରେ  ଉନ୍ନତି ସହ ଓଡ଼ିଶା ପାଇଁ ସୁନାମ ଆଣି ପାରିବ ବୋଲି ସେ କହିଛନ୍ତି।
ସେହିଭଳି ନିଜ ଅଭିଜ୍ଞତା ଏବଂ ଅନୁଭୂତି ସମ୍ପର୍କରେ କହିବାକୁ ଯାଇ ପାଣ୍ଡିଆନ୍‌ ନିଜ ସଫଳତାର କାହାଣୀ କହିଛନ୍ତି। ସେ ଗାଁ ସ୍କୁଲରେ ଗଛତଳେ ବସି ପାଠପଢା ସହ ଉଚ୍ଚ ଶିକ୍ଷା ପାଇଁ ଦୈନିକ ୨୦କିମି ସାଇକେଲ ଯାତ୍ରା କରୁଥିଲେ। ଭୁବନେଶ୍ବରରେ ହକି ୱାଲ୍ଡ କପ ଆୟୋଜନ ସମୟରେ ସଚିନ ତେନ୍ଦୁଲକର ଏବଂ କିଙ୍ଗ ଖାନ ଶାହାରୁଖଙ୍କ  ସଫଳତା ପଛରେ ମଧ୍ୟ କଠିନ ପରିଶ୍ରମ ଥିବା ସେ କହିଥିଲେ। ଏପରିକି ଆଇଏଏସ୍‌ ବ୍ୟାଚ୍‌ମେଣ୍ଟ ରାଜସ୍ଥାନ ଜଣେ ମହିଳାଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ ଦଶମରୁ  ଦ୍ବାଦଶ ଓ ଯୁକ୍ତ ତିନି ରେ ରାଜ୍ୟରେ ଗୋଲ୍ଡ ମେଡାଲ ସହ ବାହାର ଦୁନିଆ ଦେଖି ନ ଥିବା ଝିଅ ଶେଷରେ ନିଜ ପରିଶ୍ରମ ବଳରେ ଆଇଏଏସ୍‌ରେ ଟପ୍ପର ହୋଇଥିଲେ। ଏଣୁ ନିଜ  ସଫଳତା ନିଜ ହାତରେ ରହିଛି। ଏଣୁ ନିଜ  ଭବିଷ୍ୟତ ନିଜେ ଗଢିପାରିବ ବୋଲି ସେ କହିଥିଲେ। ଛାତ୍ରୀଛାତ୍ରଙ୍କୁ ସେ ପାଠପଢା ସହ କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ କହିଥିଲେ। ଏଥିରୁ ଅନେକ ଜ୍ଞାନ ହାସଲ କରିପାରିବ ବୋଲି କହିଥିଲେ।
ଏହି ମହୋତ୍ସବରେ ଖୋର୍ଦ୍ଧା ଜିଲାର ଶହେରୁ ଉଦ୍ଧର୍‌ବ କଲେଜର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ୫ଟି ଅଧ୍ୟକ୍ଷ ପିଲାଙ୍କ ସହ ହାତ ମିଳାଇଥିଲେ। ସେଲ୍ଫି ନେଇଥିଲେ। ପିଲାଙ୍କ ମଧ୍ୟରେ ଏକ ଉତ୍ସାହ ରହିଥିଲା। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର ବାଳକ୍ରିଷ୍ଣନ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ସିଦ୍ଧାର୍ଥ କାଟାରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

The post ଛାତ୍ରୀଛାତ୍ରଙ୍କୁ ସଫଳତାର ୬ ସୂତ୍ରୀ କର୍ଣ୍ଣମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ appeared first on Dharitri Odia News.