ଛାନିଆ କଲାଣି ‘ଦାନା’; ବିରୋଧୀ ଦଳ ନେତା ନବୀନ ଦେଲେ ଏଭଳି ବାର୍ତ୍ତା

ଭୁବନେଶ୍ୱର,୨୩।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବୁଧବାର ବାତ୍ୟାର ରୂପ ନେଇଛି। ଏବେ ଏହା ଘଣ୍ଟାପ୍ରତି ୧୮ କିମି ବେଗରେ ଉପକୂଳ ମୁହାଁ ହୋଇଛି। ତେବେ ଏହାକୁ ନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟାକୁ ନେଇ ଭୟ କରନ୍ତୁ ନାହିଁ, ସଜାଗ ରୁହନ୍ତୁ। ପୂର୍ବରୁ ଅନେକ ଥର ବାତ୍ୟା ଆସିଛି, ଆମେ ଏହାକୁ ଦୃଢ଼ତାର ସହ ମୁକାବିଲା କରିଛେ। […] The post ଛାନିଆ କଲାଣି ‘ଦାନା’; ବିରୋଧୀ ଦଳ ନେତା ନବୀନ ଦେଲେ ଏଭଳି ବାର୍ତ୍ତା appeared first on Dharitri Odia News.

ଛାନିଆ କଲାଣି ‘ଦାନା’; ବିରୋଧୀ ଦଳ ନେତା ନବୀନ ଦେଲେ ଏଭଳି ବାର୍ତ୍ତା

ଭୁବନେଶ୍ୱର,୨୩।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବୁଧବାର ବାତ୍ୟାର ରୂପ ନେଇଛି। ଏବେ ଏହା ଘଣ୍ଟାପ୍ରତି ୧୮ କିମି ବେଗରେ ଉପକୂଳ ମୁହାଁ ହୋଇଛି। ତେବେ ଏହାକୁ ନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟାକୁ ନେଇ ଭୟ କରନ୍ତୁ ନାହିଁ, ସଜାଗ ରୁହନ୍ତୁ। ପୂର୍ବରୁ ଅନେକ ଥର ବାତ୍ୟା ଆସିଛି, ଆମେ ଏହାକୁ ଦୃଢ଼ତାର ସହ ମୁକାବିଲା କରିଛେ। ସବୁ ବାତ୍ୟା ପରି ଏଥର ମଧ୍ୟ ସୁରକ୍ଷିତ ରହିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରିବା। ସମସ୍ତେ ପ୍ରଶାସନ ସହଯୋଗ କରନ୍ତୁ। ନିର୍ବାଚିତ ପ୍ରତିିନିଧିମାନେ ଲୋକଙ୍କ ସହ ରୁହନ୍ତୁ।

କହିରଖୁଛୁ, ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ଅନେକ ବାତ୍ୟାର ସମ୍ମୁଖୀନ ହୋଇଛି। ହେଲେ ସବୁଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ସଠିକ୍‌ ଭାବେ ମୁକାବିଲା କରିଥିଲେ। ଏଣୁ ଚଳିତ ଥର ମୋହନ ମାଝୀ ସରକାରଙ୍କ ପାଇଁ ବାତ୍ୟା ଦାନା ମୁକାବିଲା ଏକ ଚ୍ୟାଲେଞ୍ଜ ପାଲଟିଛି।

The post ଛାନିଆ କଲାଣି ‘ଦାନା’; ବିରୋଧୀ ଦଳ ନେତା ନବୀନ ଦେଲେ ଏଭଳି ବାର୍ତ୍ତା appeared first on Dharitri Odia News.