ଛିଣ୍ଡୁନି ଅଙ୍କ, ମେଣ୍ଟକୁ ନେଇ ବଢୁଛି ସସପେନ୍ସ; ରାତିରେ ବସୁଥିବା ଶେଷ ବୈଠକ ଉପରେ ସବୁ ନିର୍ଭର
ଭୁବନେଶ୍ଵର: ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ସସପେନ୍ସ ବଢିବାରେ ଲାଗିଛି। ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ମାରାଥନ ବୈଠକ ପରେ ବି ସିଟ୍ ଭାଗବଣ୍ଟା ନେଇ ଅଙ୍କ ଛିଣ୍ଡି ପାରୁନି। ଆଜି ୨ୟ ପର୍ଯ୍ୟାୟରେ ମେଣ୍ଟ ନେଇ ଆଲୋଚନା ହୋଇଛି। ତେବେ କୌଣସି ନିଷ୍କର୍ସ ବାହାରି ପାରିନି। ତେବେ ବିଳମ୍ବିତ ରାତିରେ ହେବାକୁ ଶେଷ ବୈଠକରେ କିଛି ନିଷ୍କର୍ସ ଆସିପାରେ ବୋଲି କୁହାଯାଉଛି।କେନ୍ଦ୍ର ନେତୃତ୍ଵଙ୍କ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସହ ନିର୍ବାଚନ ପ୍ରଭାରୀ ଲତା ଉସେଣ୍ଡି। ଲୋକସଭା ନିର୍ବାଚନର ପ୍ରାର୍ଥୀ ଘୋଷଣା ନେଇ ଆଜି ବସିଥିଲା ସିଇସି ବୈଠକ। ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ। ଏହି ସମୟରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭାରେ ଅଧିକ ସିଟ୍ ପାଇବ ବୋଲି ରାଜ୍ୟ ବିଜେପି ଦାବି କରିଛି। ୧୪ରୁ ଅଧିକ ଲୋକସଭା ଏବଂ ୫୦ରୁ ଅଧିକ ବିଧାନସଭା ସିଟ୍ ଜିତିବା ନେଇ ରାଜ୍ୟ ବିଜେପି ନେତୃତ୍ଵ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଫଳରେ ଅଙ୍କ ଛିଣ୍ଡୁ ନ ଥିବାରୁ ମେଣ୍ଟ ଦୌଡ଼ ଏକ ପ୍ରକାର ମନ୍ଥର ହେବାରେ ଲାଗିଛି। ସୂଚନାଯୋଗ୍ୟ, ରାଜ୍ୟ ବିଜେପି ମେଣ୍ଟ ଚାହୁଁନଥିବା ରାଜ୍ୟ ବିଜେପି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମା
ଭୁବନେଶ୍ଵର: ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ସସପେନ୍ସ ବଢିବାରେ ଲାଗିଛି। ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ମାରାଥନ ବୈଠକ ପରେ ବି ସିଟ୍ ଭାଗବଣ୍ଟା ନେଇ ଅଙ୍କ ଛିଣ୍ଡି ପାରୁନି। ଆଜି ୨ୟ ପର୍ଯ୍ୟାୟରେ ମେଣ୍ଟ ନେଇ ଆଲୋଚନା ହୋଇଛି। ତେବେ କୌଣସି ନିଷ୍କର୍ସ ବାହାରି ପାରିନି। ତେବେ ବିଳମ୍ବିତ ରାତିରେ ହେବାକୁ ଶେଷ ବୈଠକରେ କିଛି ନିଷ୍କର୍ସ ଆସିପାରେ ବୋଲି କୁହାଯାଉଛି।
କେନ୍ଦ୍ର ନେତୃତ୍ଵଙ୍କ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସହ ନିର୍ବାଚନ ପ୍ରଭାରୀ ଲତା ଉସେଣ୍ଡି। ଲୋକସଭା ନିର୍ବାଚନର ପ୍ରାର୍ଥୀ ଘୋଷଣା ନେଇ ଆଜି ବସିଥିଲା ସିଇସି ବୈଠକ। ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ। ଏହି ସମୟରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭାରେ ଅଧିକ ସିଟ୍ ପାଇବ ବୋଲି ରାଜ୍ୟ ବିଜେପି ଦାବି କରିଛି। ୧୪ରୁ ଅଧିକ ଲୋକସଭା ଏବଂ ୫୦ରୁ ଅଧିକ ବିଧାନସଭା ସିଟ୍ ଜିତିବା ନେଇ ରାଜ୍ୟ ବିଜେପି ନେତୃତ୍ଵ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଫଳରେ ଅଙ୍କ ଛିଣ୍ଡୁ ନ ଥିବାରୁ ମେଣ୍ଟ ଦୌଡ଼ ଏକ ପ୍ରକାର ମନ୍ଥର ହେବାରେ ଲାଗିଛି।
ସୂଚନାଯୋଗ୍ୟ, ରାଜ୍ୟ ବିଜେପି ମେଣ୍ଟ ଚାହୁଁନଥିବା ରାଜ୍ୟ ବିଜେପି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଥିଲେ। ସେପଟେ ମେଣ୍ଟ ନେଇ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ବିଜେଡି ନେତା କହିଛନ୍ତି। କିନ୍ତୁ ଆସନ ଭାଗବଣ୍ଟା ଛିଣ୍ଡୁ ନ ଥିବାରୁ ମେଣ୍ଟ ଘୋଷଣା ହୋଇ ପାରୁନି।
ବିଜେଡି-ବିଜେପି ମେଣ୍ଟ ସସପେନ୍ସ ଭିତରେ ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ରାଜ୍ୟ ବିଜେପି ନେତାଙ୍କ ବୈଠକ ହୋଇଛି । ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଆଜି ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆସନ୍ତାକାଲି ଗୃହମନ୍ତ୍ରୀ ଅମିତ୍ ଶାହା ଓଡ଼ିଶା ଆସିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏମିତିରେ ଏବେ ମେଣ୍ଟ ସସ୍ପେନ୍ସ ଭିତରେ ଦିଲ୍ଲୀ ଉପରେ ରହିଛି ସମସ୍ତଙ୍କ ନଜର ।