ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ
ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା ରାଶନ ମିଳିବ। ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଗତ ୧୮ରୁ ୨୦ ତିନିଦିନ ସ୍କୁଲ ଛୁଟି କରିଥିଲେ ଏବଂ ଆସନ୍ତା ୨୫ରୁ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। […] The post ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ appeared first on Dharitri Odia News.
ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା ରାଶନ ମିଳିବ। ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଗତ ୧୮ରୁ ୨୦ ତିନିଦିନ ସ୍କୁଲ ଛୁଟି କରିଥିଲେ ଏବଂ ଆସନ୍ତା ୨୫ରୁ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ, ଏପ୍ରିଲ ୨୫ରୁ ମେ’ ୪ (୯ଦିନ) ହେଉଛି କାର୍ଯ୍ୟ ଦିବସ। ତେଣୁ ଏହି କାର୍ଯ୍ୟ ଦିବସ ପାଇଁ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଶୁଖିଲା ରାଶନ ଦିଆଯିବ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ(ପ୍ରଥମରୁ ଅଷ୍ଟମ ଶ୍ରେଣୀ) ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଶୁଖିଲା ରାଶନ ସେମାନଙ୍କ ଅଭିଭାବକଙ୍କୁ ଦିଆଯିବ। ସେହିପରି ଅନ୍ୟାନ୍ୟ ସାମଗ୍ରୀ(ରନ୍ଧନ) ମୂଲ୍ୟ ସିଧାସଳଖ ଡିବିଟି ମୋଡ୍ରେ ସ୍କୁଲ ଛାତ୍ରୀଛାତ୍ର, ଅଭିଭାବକଙ୍କ ଆକାଉଣ୍ଟରେ ଅର୍ଥ ପୈଠ କରାଯିବ। ଜଟିଳ ପରିସ୍ଥିତିରେ ଯେଉଁଠାରେ ଆକାଉଣ୍ଟ ସ୍ଥାନାନ୍ତର ସମ୍ଭବ ନୁହେଁ, ସେଠାରେ ଏକ ନିର୍ଦ୍ଦିଷ୍ଟ ରେଜିଷ୍ଟର ମାଧ୍ୟମରେ ଦେୟ ପ୍ରଦାନ କରାଯିବ। ସମସ୍ତ ଅଭିଭାବକଙ୍କୁ ଶୁଖିଲା ରାଶନ ଏବଂ ସାମଗ୍ରୀ(ରନ୍ଧନ)ର ମୂଲ୍ୟ ବଣ୍ଟନ ୧୫ ଦିନ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
The post ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ appeared first on Dharitri Odia News.