ଛେଚୁଚି ବର୍ଷା, ଭିଜୁଛି ଧାନ: ମଣ୍ଡିରେ ହୋଇପାରୁନି ଉଠାଣ
କନକ ବ୍ୟୁରୋ: ଅଦିନିଆ ବର୍ଷା ମାଡ଼ରେ ଚାଷୀ ହନ୍ତସନ୍ତ। ମଣ୍ଡି ବାହାରେ ପଡ଼ି ରହିଛି ଚାଷୀଙ୍କ ଧାନ। କଳହାଣ୍ଡି ଜିଲ୍ଲାରୁ ଏପରି ଚିତ୍ର ଆସିଛି। ଜିଲ୍ଲାର ଅଧିକାଂଶ ମଣ୍ଡି ଖୋଲା ଆକାଳ ତଳେ ଚାଲିଛି। ଫଳରେ ବର୍ଷା ହେଲେ, ଧାନ ନଷ୍ଟ ହୋଇଯିବାର ଭୟ ଘାରିଛି। ତେଣୁ ବର୍ଷାକୁ ଖାତିର ନକରି ଜରିପାଲ ପକାଇ ନିଜ ଅମଳକୁ ଜଗି ବସିଛନ୍ତି ଚାଷୀ। ଦାଉ ସାଧୁଛି ଅଦିନିଆ ବର୍ଷା । ମଣ୍ଡି ବାହାରେ ପଡ଼ି ରହିଛି ଚାଷୀର ଝାଳବୁହା ଅମଳ । କଳାହାଣ୍ଡି ଜିଲ୍ଲାରେ ବର୍ଷା ସାଙ୍ଗକୁ ଚାଷୀର ଟେନସନ ବଢ଼ାଇଛି ଟୋକନ ସମସ୍ୟା । ବିଳମ୍ବରେ ଟୋକେନ ମିଳିବା ପରେ ଏବେ ମଣ୍ଡିରେ ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜିଲ୍ଲାରେ ମୋଟ ୨୨୩ଟି ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । କିନ୍ତୁ ଅଧିକାଂଶ ମଣ୍ଡି ଖୋଲା ଆକାଶ ତଳେ ରହିଛି । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଥିବାରୁ ଧାନ ଗଜା ହେବାର ଭୟ ବଢ଼ିଛି । ତେଣୁ ଜରି ପାଲ ପକାଇ ନିଜ ଅମଳକୁ ଜଗି ରହିଛନ୍ତି ଚାଷୀ । କୋରାପୁଟ ଜିଲ୍ଲାରେ ମଧ୍ୟ ସମାନ ସମସ୍ୟା । ଡିସେମ୍ବର ୧୧ରୁ ଆରମ୍ଭ ହୋଇଛି ମଣ୍ଡି । କିନ୍ତୁ ଗୋଟିଏ କି ଦୁଇଟି ମଣ୍ଡିକୁ ଛାଡ଼ି ଦେଲେ ବାକି ସ୍ଥାନରେ ଆରମ୍ଭ ହୋଇନି ଧାନ ଉଠାଣ । ଏବେ ଅଦିନିଆ ବର୍ଷା ଦାଉରୁ ନିଜ ଅମଳକୁ କିପରି ସୁରକ୍ଷା କରିବ ତାକୁ ନେଇ ଚିନ୍ତାରେ ଚାଷୀ । ବର୍ଷା ଯୋଗୁଁ ଧାନର ଏଫଏକ୍ୟୁ ମାନ ମଧ୍ୟ କମିବ । ଧାନ ଗଜା ହେଲେ ତାକୁ କିଏ କିଣିବ ତାହା ମଧ୍ୟ
କନକ ବ୍ୟୁରୋ: ଅଦିନିଆ ବର୍ଷା ମାଡ଼ରେ ଚାଷୀ ହନ୍ତସନ୍ତ। ମଣ୍ଡି ବାହାରେ ପଡ଼ି ରହିଛି ଚାଷୀଙ୍କ ଧାନ। କଳହାଣ୍ଡି ଜିଲ୍ଲାରୁ ଏପରି ଚିତ୍ର ଆସିଛି। ଜିଲ୍ଲାର ଅଧିକାଂଶ ମଣ୍ଡି ଖୋଲା ଆକାଳ ତଳେ ଚାଲିଛି। ଫଳରେ ବର୍ଷା ହେଲେ, ଧାନ ନଷ୍ଟ ହୋଇଯିବାର ଭୟ ଘାରିଛି। ତେଣୁ ବର୍ଷାକୁ ଖାତିର ନକରି ଜରିପାଲ ପକାଇ ନିଜ ଅମଳକୁ ଜଗି ବସିଛନ୍ତି ଚାଷୀ।
ଦାଉ ସାଧୁଛି ଅଦିନିଆ ବର୍ଷା । ମଣ୍ଡି ବାହାରେ ପଡ଼ି ରହିଛି ଚାଷୀର ଝାଳବୁହା ଅମଳ । କଳାହାଣ୍ଡି ଜିଲ୍ଲାରେ ବର୍ଷା ସାଙ୍ଗକୁ ଚାଷୀର ଟେନସନ ବଢ଼ାଇଛି ଟୋକନ ସମସ୍ୟା । ବିଳମ୍ବରେ ଟୋକେନ ମିଳିବା ପରେ ଏବେ ମଣ୍ଡିରେ ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜିଲ୍ଲାରେ ମୋଟ ୨୨୩ଟି ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । କିନ୍ତୁ ଅଧିକାଂଶ ମଣ୍ଡି ଖୋଲା ଆକାଶ ତଳେ ରହିଛି । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଥିବାରୁ ଧାନ ଗଜା ହେବାର ଭୟ ବଢ଼ିଛି । ତେଣୁ ଜରି ପାଲ ପକାଇ ନିଜ ଅମଳକୁ ଜଗି ରହିଛନ୍ତି ଚାଷୀ ।
କୋରାପୁଟ ଜିଲ୍ଲାରେ ମଧ୍ୟ ସମାନ ସମସ୍ୟା । ଡିସେମ୍ବର ୧୧ରୁ ଆରମ୍ଭ ହୋଇଛି ମଣ୍ଡି । କିନ୍ତୁ ଗୋଟିଏ କି ଦୁଇଟି ମଣ୍ଡିକୁ ଛାଡ଼ି ଦେଲେ ବାକି ସ୍ଥାନରେ ଆରମ୍ଭ ହୋଇନି ଧାନ ଉଠାଣ । ଏବେ ଅଦିନିଆ ବର୍ଷା ଦାଉରୁ ନିଜ ଅମଳକୁ କିପରି ସୁରକ୍ଷା କରିବ ତାକୁ ନେଇ ଚିନ୍ତାରେ ଚାଷୀ । ବର୍ଷା ଯୋଗୁଁ ଧାନର ଏଫଏକ୍ୟୁ ମାନ ମଧ୍ୟ କମିବ । ଧାନ ଗଜା ହେଲେ ତାକୁ କିଏ କିଣିବ ତାହା ମଧ୍ୟ ବଡ଼ ପ୍ରଶ୍ନ ।
ନୂଆ ସରକାରରେ ଚାଷୀ ମନରେ ସୃଷ୍ଟି ହୋଥିଲା ନୂଆ ଆଶା । ମଣ୍ଡିରେ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ ଯୋଗାଣ ମନ୍ତ୍ରୀ । ବ୍ୟସ୍ତ ନହେବାକୁ ଚାଷୀଙ୍କୁ ମିଳିଥିଲା ନିର୍ଭର ପ୍ରତିଶ୍ରୁତି । କିନ୍ତୁ ଅଦିନିଆ ବର୍ଷା ସାଙ୍ଗକୁ ମଣ୍ଡିରେ ଅବ୍ୟବସ୍ଥା ଚାଷୀର ନିଦ ହଜାଇଛି ।