ଛେନାପଦି ଛକରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର
ଆନନ୍ଦପୁର ୨୫/୦୩ : ଆନନ୍ଦପୁର ଉପଖଣ୍ଡ ଛେନାପଦି ଛକ ଠାରେ ଅଗ୍ନିକାଣ୍ଡ । ଜଳିଗଲା ଘରେ ଥିବା ଆସବାବପତ୍ର ଓ ଇଲେକ୍ଟ୍ରିକ୍ ସାମଗ୍ରୀ । ରବିବାର ରାତିର ଛକଠାରେ ଥିବା ଦେବେନ୍ଦ୍ର ଜେନାଙ୍କ ଧବଳେଶ୍ଵର ମେଡିସିନ ଷ୍ଟୋର ଘରର ଉପର ମହଲାରେ ରହୁଥିବା ଫାର୍ମାସିଷ୍ଟ ମୃତ୍ୟୁଞ୍ଜୟ ସାମଲଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟିରୁ ଏହି ଅଗ୍ନିକାଣ୍ଡ ଘଟି ଘର ଭିତରେ ଥିବା ଫ୍ରିଜ, ଟିଭି ପ୍ରଭୃତି ଜଳି ଯାଇଛି ।ମୃତ୍ୟୁଞ୍ଜୟ ସାମଲଙ୍କ ପରିବାର ଲୋକେ ଘରେ ନଥିବା ବେଳେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ବାହାରକୁ ଧୂଆଁ ବାହାରିବାରୁ ଲୋକେ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିଥିଲେ । ସ୍ଥାନୀୟ ଲୋକମାନେ କବାଟ ଭାଙ୍ଗି ନିଆଁକୁ ଆୟତ କରିଥିବା ବେଳେ ହାଟଡ଼ିହି ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ଗୋଟିଏ ଘଣ୍ଟା ଲାଗି ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଲିଭାଇଥିଲା ।
ଆନନ୍ଦପୁର ୨୫/୦୩ : ଆନନ୍ଦପୁର ଉପଖଣ୍ଡ ଛେନାପଦି ଛକ ଠାରେ ଅଗ୍ନିକାଣ୍ଡ । ଜଳିଗଲା ଘରେ ଥିବା ଆସବାବପତ୍ର ଓ ଇଲେକ୍ଟ୍ରିକ୍ ସାମଗ୍ରୀ । ରବିବାର ରାତିର ଛକଠାରେ ଥିବା ଦେବେନ୍ଦ୍ର ଜେନାଙ୍କ ଧବଳେଶ୍ଵର ମେଡିସିନ ଷ୍ଟୋର ଘରର ଉପର ମହଲାରେ ରହୁଥିବା ଫାର୍ମାସିଷ୍ଟ ମୃତ୍ୟୁଞ୍ଜୟ ସାମଲଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟିରୁ ଏହି ଅଗ୍ନିକାଣ୍ଡ ଘଟି ଘର ଭିତରେ ଥିବା ଫ୍ରିଜ, ଟିଭି ପ୍ରଭୃତି ଜଳି ଯାଇଛି ।
ମୃତ୍ୟୁଞ୍ଜୟ ସାମଲଙ୍କ ପରିବାର ଲୋକେ ଘରେ ନଥିବା ବେଳେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ବାହାରକୁ ଧୂଆଁ ବାହାରିବାରୁ ଲୋକେ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିଥିଲେ । ସ୍ଥାନୀୟ ଲୋକମାନେ କବାଟ ଭାଙ୍ଗି ନିଆଁକୁ ଆୟତ କରିଥିବା ବେଳେ ହାଟଡ଼ିହି ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ଗୋଟିଏ ଘଣ୍ଟା ଲାଗି ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଲିଭାଇଥିଲା ।