ଛେରାପହଁରା ଶେଷ: ଆଉ କିଛି ସମୟ ପରେ ରଥଟଣା

ପୁରୀ,୨୭।୬: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି। ଇତିମଧ୍ୟରେ ରଥାରୂଢ଼ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପନ୍ନ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡିକା ଧରି ୩ ରଥରେ ଛେରାପହଁରା କରିଛନ୍ତି। ବର୍ତ୍ତମାନ ତିନି ରଥରେ ଚାରମାଳ ଫିଟା ହେବା ସହ ଘୋଡା ଏବଂ ସାରଥୀ ବନ୍ଧା ହେଉଛି। ଏହାପରେ ରଥଟଣା ନୀତି […] The post ଛେରାପହଁରା ଶେଷ: ଆଉ କିଛି ସମୟ ପରେ ରଥଟଣା appeared first on Dharitri Odia News.

ଛେରାପହଁରା ଶେଷ: ଆଉ କିଛି ସମୟ ପରେ ରଥଟଣା

ପୁରୀ,୨୭।୬: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି। ଇତିମଧ୍ୟରେ ରଥାରୂଢ଼ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପନ୍ନ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡିକା ଧରି ୩ ରଥରେ ଛେରାପହଁରା କରିଛନ୍ତି।

ବର୍ତ୍ତମାନ ତିନି ରଥରେ ଚାରମାଳ ଫିଟା ହେବା ସହ ଘୋଡା ଏବଂ ସାରଥୀ ବନ୍ଧା ହେଉଛି। ଏହାପରେ ରଥଟଣା ନୀତି ଆରମ୍ଭ ହେବ। ହରିବୋଲ ହୁଳିହୁଳିରେ ସମଗ୍ର ବଡଦାଣ୍ଡର ଗଗନ ପବନ ପ୍ରକମ୍ପିତ ହେଉଛି। ଭକ୍ତ ଶ୍ରୀଜିଉଙ୍କ ରଥ ଟାଣିବା ପାଇଁ ବଡଦାଣ୍ଡରେ ଭିଡ ଜମାଇଛନ୍ତି।

The post ଛେରାପହଁରା ଶେଷ: ଆଉ କିଛି ସମୟ ପରେ ରଥଟଣା appeared first on Dharitri Odia News.