ଛେଳି ଗୋଠରେ ବଜ୍ରପାତ
ଭଞ୍ଜନଗର/ସୋରଡ଼ା,୨୫।୩(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଧୀନ ନୂଆଁଗା ହାତୀଖାଲ ଗାଁ ନିକଟରେ ସୋମବାର ବଜ୍ରପାତ ଘଟିଛି। ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଆହତମାନେ ହାତୀଖାଲ ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ୪ଜଣ ଛେଳି ଧରି ଗାଁ ପାଖ ପଡ଼ିିଆକୁ ଯାଇଥିଲେ। ଅପରାହ୍ନ ୫ଟାରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେତିକିବେଳେ ଛେଳିଗୁଡ଼ିକ ଗୋଠ ହୋଇ ଚରୁଥିବା ବେଳେ […] The post ଛେଳି ଗୋଠରେ ବଜ୍ରପାତ appeared first on Dharitri Odia News.
ଭଞ୍ଜନଗର/ସୋରଡ଼ା,୨୫।୩(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଧୀନ ନୂଆଁଗା ହାତୀଖାଲ ଗାଁ ନିକଟରେ ସୋମବାର ବଜ୍ରପାତ ଘଟିଛି। ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଆହତମାନେ ହାତୀଖାଲ ଗ୍ରାମର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ୪ଜଣ ଛେଳି ଧରି ଗାଁ ପାଖ ପଡ଼ିିଆକୁ ଯାଇଥିଲେ। ଅପରାହ୍ନ ୫ଟାରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେତିକିବେଳେ ଛେଳିଗୁଡ଼ିକ ଗୋଠ ହୋଇ ଚରୁଥିବା ବେଳେ ବଜ୍ରପାତ ଘଟିଥିଲା। ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳିଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଗାଁ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।
The post ଛେଳି ଗୋଠରେ ବଜ୍ରପାତ appeared first on Dharitri Odia News.