ଛୋଟ ଛୋଟ ରାମଲାଲାଙ୍କ ମୃର୍ତ୍ତିରୁ ତିଆରି ହୋଇଛନ୍ତି ଗଜାନନ, ଦେଖନ୍ତୁ ଏହି ଅଦ୍ଭୁତ ପ୍ରତିମା...

ନୂଆଦିଲ୍ଲୀ ୧୬।୦୯: ୭ ସେପ୍ଟେମ୍ବରରୁ ସାରା ଦେଶରେ ଗଜାନନଙ୍କର ହୋଇଛି ଆଗମନ । ସାରା ଦେଶରେ ଉତ୍ସବର ମାହୋଲ୍‌ । ଚାରିଆଡେ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି ଶ୍ରୀ ଗଣେଷ । କିନ୍ତୁ ଏବେ ଚର୍ଚ୍ଚାର ବିଷୟ ପାଳଟିଛି ଗଣପତିଙ୍କର ଏକ ଅନନ୍ୟ ପ୍ରତିମା । ଯାହାକୁ ଦେଖି ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ । ଏହି ଗଜାନନଙ୍କୁ ତିଆରି କରିଥିବା କାରିଗର ଏବେ ପ୍ରଶଂସା ସାଉଁଟୁଛନ୍ତି । ଏହି ମୂର୍ତ୍ତିଟି ସଂସ୍କାରଧାନୀ ଜବଲପୁରରେ ସ୍ଥାପନ କରାଯାଇଛି । ଏହି ପ୍ରତିମାଟି ଅନନ୍ୟ ଏବଂ ଅଦ୍ବିତୀୟ । ଅଯୋଦ୍ଧା ରାମଲାଲାଙ୍କ ଛୋଟ ଛୋଟ ପ୍ରତିମାରେ ତିଆରି ହୋଇଛି ଗଜାନନଙ୍କ ମୂର୍ତ୍ତି ।ଏହାକୁ ତିଆରି କରିଛନ୍ତି ଜବଲପୁରର ଗଦା ଫାଟକ ଅଞ୍ଚଳର ବାସିନ୍ଦା ଜୟଶ ଗୁପ୍ତା । ଏହି ବିଶେଷ ମୂର୍ତ୍ତିକୁ ତିଆରି କରିବା ପାଇଁ ଜୟଶଙ୍କୁ ୧୫ ଦିନ ସମୟ ଲାଗିଥିଲା । ପ୍ରତିମାଟିକୁ ପ୍ରସ୍ତୁତ କରିବା ପାଇଁ  ରାମଲାଲାଙ୍କ ୨୫୧ଟି କ୍ଷୁଦ୍ର ପ୍ରତିମୂର୍ତ୍ତି ବ୍ୟବହାର କରାଯାଇଛି । ଆଉ ଭଗବାନ ଗଣେଶଙ୍କ ରୂପରେ ଅତି ଯତ୍ନର ସହିତ ତିଆରି କରାଯାଇଛି । ରାମଲାଲାଙ୍କ କ୍ଷୁଦ୍ର ମୂର୍ତ୍ତିଗୁଡ଼ିକରୁ ନିର୍ମିତ ଭଗବାନ ଗଣେଷଙ୍କ ମୂର୍ତ୍ତି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।ଜୟଶ ଏହି ଅଦ୍ବିତୀୟ ମୂର୍ତ୍ତି ତିଆରି କରିବା ପାଇଁ ଅଯୋଧ୍ୟାରୁ ଅନଲାଇନରେ ରାମଲାଲାଙ୍କ କ୍ଷୁଦ୍ର ପ୍ରତିମା ଅର୍ଡର କରିଥିଲେ  ଏବଂ ଏହାକୁ ଗଣପତିଙ୍କ ଆକାର ଦେଇଛନ୍ତି ।   

ଛୋଟ ଛୋଟ ରାମଲାଲାଙ୍କ ମୃର୍ତ୍ତିରୁ ତିଆରି ହୋଇଛନ୍ତି ଗଜାନନ, ଦେଖନ୍ତୁ ଏହି ଅଦ୍ଭୁତ ପ୍ରତିମା...

ନୂଆଦିଲ୍ଲୀ ୧୬।୦୯: ୭ ସେପ୍ଟେମ୍ବରରୁ ସାରା ଦେଶରେ ଗଜାନନଙ୍କର ହୋଇଛି ଆଗମନ । ସାରା ଦେଶରେ ଉତ୍ସବର ମାହୋଲ୍‌ । ଚାରିଆଡେ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି ଶ୍ରୀ ଗଣେଷ । କିନ୍ତୁ ଏବେ ଚର୍ଚ୍ଚାର ବିଷୟ ପାଳଟିଛି ଗଣପତିଙ୍କର ଏକ ଅନନ୍ୟ ପ୍ରତିମା । ଯାହାକୁ ଦେଖି ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ । ଏହି ଗଜାନନଙ୍କୁ ତିଆରି କରିଥିବା କାରିଗର ଏବେ ପ୍ରଶଂସା ସାଉଁଟୁଛନ୍ତି । 

ଏହି ମୂର୍ତ୍ତିଟି ସଂସ୍କାରଧାନୀ ଜବଲପୁରରେ ସ୍ଥାପନ କରାଯାଇଛି । ଏହି ପ୍ରତିମାଟି ଅନନ୍ୟ ଏବଂ ଅଦ୍ବିତୀୟ । ଅଯୋଦ୍ଧା ରାମଲାଲାଙ୍କ ଛୋଟ ଛୋଟ ପ୍ରତିମାରେ ତିଆରି ହୋଇଛି ଗଜାନନଙ୍କ ମୂର୍ତ୍ତି ।ଏହାକୁ ତିଆରି କରିଛନ୍ତି ଜବଲପୁରର ଗଦା ଫାଟକ ଅଞ୍ଚଳର ବାସିନ୍ଦା ଜୟଶ ଗୁପ୍ତା । ଏହି ବିଶେଷ ମୂର୍ତ୍ତିକୁ ତିଆରି କରିବା ପାଇଁ ଜୟଶଙ୍କୁ ୧୫ ଦିନ ସମୟ ଲାଗିଥିଲା । 

ପ୍ରତିମାଟିକୁ ପ୍ରସ୍ତୁତ କରିବା ପାଇଁ  ରାମଲାଲାଙ୍କ ୨୫୧ଟି କ୍ଷୁଦ୍ର ପ୍ରତିମୂର୍ତ୍ତି ବ୍ୟବହାର କରାଯାଇଛି । ଆଉ ଭଗବାନ ଗଣେଶଙ୍କ ରୂପରେ ଅତି ଯତ୍ନର ସହିତ ତିଆରି କରାଯାଇଛି । ରାମଲାଲାଙ୍କ କ୍ଷୁଦ୍ର ମୂର୍ତ୍ତିଗୁଡ଼ିକରୁ ନିର୍ମିତ ଭଗବାନ ଗଣେଷଙ୍କ ମୂର୍ତ୍ତି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ଜୟଶ ଏହି ଅଦ୍ବିତୀୟ ମୂର୍ତ୍ତି ତିଆରି କରିବା ପାଇଁ ଅଯୋଧ୍ୟାରୁ ଅନଲାଇନରେ ରାମଲାଲାଙ୍କ କ୍ଷୁଦ୍ର ପ୍ରତିମା ଅର୍ଡର କରିଥିଲେ  ଏବଂ ଏହାକୁ ଗଣପତିଙ୍କ ଆକାର ଦେଇଛନ୍ତି ।