ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ନେଲେ ଆଶୀର୍ବାଦ

ପୁରୀ : ପୁରୀରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ପୁରୀ ଗୋବର୍ଦ୍ଧନ ମଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି  । ଜଗତଗୁରୁଙ୍କ ନିକଟରେ ଡ. ସାମନ୍ତ କିଛି ସମୟ ଅତିବାହିତ କରିବା ସହ ଆଧ୍ୟାତ୍ମିକ ଆଲୋଚନାରେ ଭାଗ ନେଇଥିଲେ  l ଏହାପରେ ଗୋବର୍ଦ୍ଧନ ମଠରେ ଥିବା ଜଗତଗୁରୁଙ୍କ ଗାଦି, ଅର୍ଦ୍ଧନାରୀଶ୍ୱର ମନ୍ଦିର ଏବଂ ସର୍ବ ବୃହତ ପୁରୁଣା କୁପ ଯାହାକି ଦୁଇ ହଜାର ପାଞ୍ଚ ସହ ବର୍ଷ […] The post ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ନେଲେ ଆଶୀର୍ବାଦ appeared first on KNews Odisha.

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ନେଲେ ଆଶୀର୍ବାଦ
A samanta.JPG-

ପୁରୀ : ପୁରୀରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ପୁରୀ ଗୋବର୍ଦ୍ଧନ ମଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି  । ଜଗତଗୁରୁଙ୍କ ନିକଟରେ ଡ. ସାମନ୍ତ କିଛି ସମୟ ଅତିବାହିତ କରିବା ସହ ଆଧ୍ୟାତ୍ମିକ ଆଲୋଚନାରେ ଭାଗ ନେଇଥିଲେ  l ଏହାପରେ ଗୋବର୍ଦ୍ଧନ ମଠରେ ଥିବା ଜଗତଗୁରୁଙ୍କ ଗାଦି, ଅର୍ଦ୍ଧନାରୀଶ୍ୱର ମନ୍ଦିର ଏବଂ ସର୍ବ ବୃହତ ପୁରୁଣା କୁପ ଯାହାକି ଦୁଇ ହଜାର ପାଞ୍ଚ ସହ ବର୍ଷ ପୁରୁଣା ବୁଲି ଦେଖିଥିଲେ  l

ଆଜି ଭଳି ପବିତ୍ର ଦିନରେ ମହାପ୍ରଭୁଙ୍କୁ ଦର୍ଶନ ସହ ଜଗତଗୁରୁଙ୍କୁ ଭେଟି ବେଶ ଖୁସି ବ୍ୟକ୍ତ କରିଛନ୍ତି ଡ. ସାମନ୍ତ  l ପୂର୍ବରୁ ମଧ୍ୟ ଡ. ସାମନ୍ତ ବିଭିନ୍ନ ପର୍ବପର୍ବାଣି ଯଥା ଜନ୍ମାଷ୍ଟମୀ, ଗୁରୁ ପୁର୍ଣ୍ଣିମା ଭଳି ଶୁଭ ଦିନ ଗୁଡିକରେ ମଠକୁ ବିଭିନ୍ନ ପ୍ରକାରର ସହାୟତା କରିଥାନ୍ତି । ଏଥିସହ ଡ. ସାମନ୍ତ ଗୋବର୍ଦ୍ଧନ ମଠରେ ଥିବା ଲାଇବ୍ରେରୀ ଗଠନ ଲାଗି ସହାୟତା କରିଥିବା କହିଛନ୍ତି ଆଦିତ୍ୟ ବାହିନୀର ଅଧ୍ୟକ୍ଷ  l ଗୋବର୍ଦ୍ଧନ ମଠ ପକ୍ଷରୁ ଡ. ସାମନ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା  l

The post ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ନେଲେ ଆଶୀର୍ବାଦ appeared first on KNews Odisha.