ଜଗଦମ୍ବିକା ପାଲ୍‌ ଓ୍ବକ୍‌ଫ ବିଲ୍‌ ଯୁଗ୍ମ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୪ା୮(ପି.ଟି.): ବିବାଦୀୟ ଓ୍ବକଫ୍‌ ଆଇନ (ସଂଶୋଧନ) ବିଲ୍‌ର ଯାଞ୍ଚ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ଅଧ୍ୟକ୍ଷ ଭାବେ ବରିଷ୍ଠ ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ଙ୍କୁ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ବରିଷ୍ଠ ନେତା ଜଗଦମ୍ବିକାଙ୍କୁ ୩୧ ଜଣିଆ କମିଟିର ମୁଖ୍ୟ ନିଯୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ଜୋର୍‌ଦାର ବିରୋଧ କରିବାରୁ ଏହାର ଅନୁଧ୍ୟାନ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ […] The post ଜଗଦମ୍ବିକା ପାଲ୍‌ ଓ୍ବକ୍‌ଫ ବିଲ୍‌ ଯୁଗ୍ମ କମିଟି ଅଧ୍ୟକ୍ଷ appeared first on Dharitri Odia News.

ଜଗଦମ୍ବିକା ପାଲ୍‌ ଓ୍ବକ୍‌ଫ ବିଲ୍‌ ଯୁଗ୍ମ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୪ା୮(ପି.ଟି.): ବିବାଦୀୟ ଓ୍ବକଫ୍‌ ଆଇନ (ସଂଶୋଧନ) ବିଲ୍‌ର ଯାଞ୍ଚ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ଅଧ୍ୟକ୍ଷ ଭାବେ ବରିଷ୍ଠ ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ଙ୍କୁ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ବରିଷ୍ଠ ନେତା ଜଗଦମ୍ବିକାଙ୍କୁ ୩୧ ଜଣିଆ କମିଟିର ମୁଖ୍ୟ ନିଯୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ଜୋର୍‌ଦାର ବିରୋଧ କରିବାରୁ ଏହାର ଅନୁଧ୍ୟାନ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ନିମନ୍ତେ ସରକାର ନିଷ୍ପତ୍ତି ନେଇଥିଲେ। ଉକ୍ତ କମିଟିରେ ଲୋକ ସଭାରୁ ୨୧ ଏବଂ ରାଜ୍ୟ ସଭାରୁ ୧୦ ସଦସ୍ୟ ରହିଛନ୍ତି। କମିଟି ଆଗାମୀ ଅଧିବେଶନ ସୁଦ୍ଧା ଏହାର ରିପୋର୍ଟ ପ୍ରଦାନ କରିବ। ୭୩ ବର୍ଷୀୟ ପାଲ୍‌ ଉତ୍ତରପ୍ରଦେଶରୁ ଚତୁର୍ଥ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ଦଳ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି।

The post ଜଗଦମ୍ବିକା ପାଲ୍‌ ଓ୍ବକ୍‌ଫ ବିଲ୍‌ ଯୁଗ୍ମ କମିଟି ଅଧ୍ୟକ୍ଷ appeared first on Dharitri Odia News.