ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ହିଁ ବୁଝାଏ

ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାଁ ଦେବା ପଛରେ ସଂପୂର୍ଣ୍ଣ ଭାବେ ରହିଛି ପଶ୍ଚିମବଙ୍ଗ ସରକାରଙ୍କ ହାତ । ଏହା ପରଂପରା ବିରୋଧୀ। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ହିଁ ବୁଝାଏ। ତେଣୁ ପଶ୍ଚିମ ବଙ୍ଗ ସରକାରଙ୍କ ସହ ଆଲୋଚନା କରି ଦୀଘାରୁ ‘ଧାମ’ ନାଁ ହଟାଇବାକୁ ଓଡ଼ିଶା ସରକାର ପଦକ୍ଷେପ ନେବାକୁ ଅପିଲ୍ କରିଛନ୍ତି ଗଜପତି ମହାରାଜା। ସେପଟେ ଦୀଘା ବିବାଦର ଯେପରି ଅନ୍ୟ କେଉଁଠି ପୁନରାବୃତ୍ତି ନହୁଏ, ସେଦିଗରେ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଶବ୍ଦାବଳୀର ପ୍ୟାଟେଣ୍ଟ ପାଇଁ ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ହିଁ ବୁଝାଏ
Array