ଜଗା ଦର୍ଶନ ସାରି ଫେରୁଥିଲେ, ଗାଡ଼ି ଦୁର୍ଘଟଣାରେ ୯ ଆହତ
ବାଲିପାଟଣା ୦୯।୦୭ : ପୁରୀ ଜିଲ୍ଲା ନିମାପଡ଼ା ଥାନା ଭାଟବନ୍ଧ ନିକଟରେ ଦୁର୍ଘଟଣା । ଟାଟା ମ୍ୟାଜିକ ଗାଡି ଧକ୍କାରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବାଲିପାଟଣା ଥାନା ଅଠାନ୍ତର ଗାଁର ୨୦ ଜଣ ଭକ୍ତ ସୋମବାର ୨ଟି ଟାଟା ମ୍ୟାଜିକ୍ ଗାଡିରେ ଜଗା ଦର୍ଶନ କରିବାକୁ ପୁରୀ ଯାଇଥିଲେ। ଦର୍ଶନ ସାରି ମଙ୍ଗଳବାର ସକାଳୁ ଗାଁକୁ ଫେରିଥିଲେ । ଏହି ସମୟରେ ନିମାପଡ଼ା ଥାନା ଭାଟବନ୍ଧ ନିକଟରେ ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା। ଏଥିରେ ୯ ଜଣ ଶ୍ରଦ୍ଧାଳୁ ଗାଡିରେ ଚାପି ହୋଇ ଆହାତ ହୋଇଥିଲେ। ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବାଲିପାଟଣା ୦୯।୦୭ : ପୁରୀ ଜିଲ୍ଲା ନିମାପଡ଼ା ଥାନା ଭାଟବନ୍ଧ ନିକଟରେ ଦୁର୍ଘଟଣା । ଟାଟା ମ୍ୟାଜିକ ଗାଡି ଧକ୍କାରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବାଲିପାଟଣା ଥାନା ଅଠାନ୍ତର ଗାଁର ୨୦ ଜଣ ଭକ୍ତ ସୋମବାର ୨ଟି ଟାଟା ମ୍ୟାଜିକ୍ ଗାଡିରେ ଜଗା ଦର୍ଶନ କରିବାକୁ ପୁରୀ ଯାଇଥିଲେ। ଦର୍ଶନ ସାରି ମଙ୍ଗଳବାର ସକାଳୁ ଗାଁକୁ ଫେରିଥିଲେ । ଏହି ସମୟରେ ନିମାପଡ଼ା ଥାନା ଭାଟବନ୍ଧ ନିକଟରେ ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା। ଏଥିରେ ୯ ଜଣ ଶ୍ରଦ୍ଧାଳୁ ଗାଡିରେ ଚାପି ହୋଇ ଆହାତ ହୋଇଥିଲେ। ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।