ଜଗା ପାଇଁ ଜନସମୁଦ୍ର, ଭକ୍ତି ଭାବରେ ଉଛୁଳିଛି ବଡ଼ଦାଣ୍ଡ
ପୁରୀ,୨୭।୬: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗା ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ। କାଳିଆ ପ୍ରେମରେ ଭିଜୁଛନ୍ତି ଭକ୍ତ । କାଳିଆର ଗୁଣ୍ଡିଚା ଯାତ ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଭକ୍ତ । ଇତିମଧରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ନନ୍ଦିଘୋଷ ରଥରେ ବିରାଜମାନ କରିଛନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର ରଥାରୂଢ଼ ହୋଇଥିଲେ। ଦେବୀ […] The post ଜଗା ପାଇଁ ଜନସମୁଦ୍ର, ଭକ୍ତି ଭାବରେ ଉଛୁଳିଛି ବଡ଼ଦାଣ୍ଡ appeared first on Dharitri Odia News.
ପୁରୀ,୨୭।୬: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗା ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ। କାଳିଆ ପ୍ରେମରେ ଭିଜୁଛନ୍ତି ଭକ୍ତ । କାଳିଆର ଗୁଣ୍ଡିଚା ଯାତ ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଭକ୍ତ ।
ଇତିମଧରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ନନ୍ଦିଘୋଷ ରଥରେ ବିରାଜମାନ କରିଛନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର ରଥାରୂଢ଼ ହୋଇଥିଲେ। ଦେବୀ ସୁଭଦ୍ରାଙ୍କ ରଥାରୂଢ଼ ପରେ ଶେଷରେ ରଥାରୂଢ଼ ହୋଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏନେଇ ଶଙ୍ଖ, ଘଣ୍ଟ, ହରିବୋଲରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।
ସକାଳ ୬ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ି ୯ଟାରେ ରଥ ପ୍ରତିଷ୍ଠା, ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ସରିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି।
The post ଜଗା ପାଇଁ ଜନସମୁଦ୍ର, ଭକ୍ତି ଭାବରେ ଉଛୁଳିଛି ବଡ଼ଦାଣ୍ଡ appeared first on Dharitri Odia News.