ଜଗାର ମାୟା
ଓଡ଼ିଆ ଜାତିର ଗୌରବ ହେଲେ ପ୍ରଭୁ ଜଗନ୍ନାଥ। ଆମ ଠାକୁରଙ୍କୁ ଆମେ ‘ତୁ’, ‘ତା’ କହି ଅଳି କରୁ ଏବଂ ତାଙ୍କ ସାଙ୍ଗରେ ବ୍ୟକ୍ତିଗତଭାବ ଆଦାନପ୍ରଦାନ କରିଥାଉ। ଜଗନ୍ନାଥଙ୍କ ଦର୍ଶନ ପାଇଁ କେବେ ଧାଡ଼ିରେ ଛିଡ଼ା ହୋଇ ନ ଥିଲୁ କିମ୍ବା ଷ୍ଟେନ୍ଲେସ୍ ଷ୍ଟିଲ୍ ବାଡ଼ ପାଖରେ ଚାପିହୋଇ ନ ଥିଲୁ। ସାହାଣ ମେଲାର ଅର୍ଥ ଜଗନ୍ନାଥ ଭକ୍ତ ହିଁ ଭଲଭାବେ ବୁଝିପାରନ୍ତି। ଜଗନ୍ନାଥଙ୍କୁ ଡାକିଲାବେଳେ କେହି ‘ଜୟ ଶ୍ରୀଜଗନ୍ନାଥ’ କହିବାର ଶୁଣି ନାହୁଁ। ଦୁଃଖରେ ହେଉ […] The post ଜଗାର ମାୟା appeared first on Dharitri Odia News.
ଓଡ଼ିଆ ଜାତିର ଗୌରବ ହେଲେ ପ୍ରଭୁ ଜଗନ୍ନାଥ। ଆମ ଠାକୁରଙ୍କୁ ଆମେ ‘ତୁ’, ‘ତା’ କହି ଅଳି କରୁ ଏବଂ ତାଙ୍କ ସାଙ୍ଗରେ ବ୍ୟକ୍ତିଗତଭାବ ଆଦାନପ୍ରଦାନ କରିଥାଉ। ଜଗନ୍ନାଥଙ୍କ ଦର୍ଶନ ପାଇଁ କେବେ ଧାଡ଼ିରେ ଛିଡ଼ା ହୋଇ ନ ଥିଲୁ କିମ୍ବା ଷ୍ଟେନ୍ଲେସ୍ ଷ୍ଟିଲ୍ ବାଡ଼ ପାଖରେ ଚାପିହୋଇ ନ ଥିଲୁ। ସାହାଣ ମେଲାର ଅର୍ଥ ଜଗନ୍ନାଥ ଭକ୍ତ ହିଁ ଭଲଭାବେ ବୁଝିପାରନ୍ତି। ଜଗନ୍ନାଥଙ୍କୁ ଡାକିଲାବେଳେ କେହି ‘ଜୟ ଶ୍ରୀଜଗନ୍ନାଥ’ କହିବାର ଶୁଣି ନାହୁଁ। ଦୁଃଖରେ ହେଉ କିମ୍ବା ସୁଖରେ, ଭିଡ଼ରେ ହେଉ କିମ୍ବା ଏକାକୀ ସବୁବେଳେ ଆମ ପ୍ରଭୁ ‘ଜୟ ଜଗନ୍ନାଥ’ କହିଲେ ଶୁଣନ୍ତି। ତାଙ୍କ ନାମ ପୂର୍ବରୁ ଯେଉଁ ‘ଜୟ’ ଲଗାଯାଏ ତାହା କୌଣସି ଯୁଦ୍ଧରେ ବିଜୟ ପାଇଥିବାର ଜୟ ନୁହେଁ। ତାହା ହେଉଛି ସମର୍ପଣର ଚରମସୀମାର ପ୍ରତୀକ। ଏଭଳି ଠାକୁରଙ୍କ ଚାରିପଟେ ଥିବା ପୁରାତନ ମଠମନ୍ଦିରକୁ ଭାଙ୍ଗି ଯେଉଁ କେଳେଙ୍କାରୀ ସୃଷ୍ଟି କରାଗଲା ସେଥିରେ କେହି ବି କ୍ଷତିଗ୍ରସ୍ତ ବ୍ୟକ୍ତି ସ୍ବର ଉତ୍ତୋଳନ କରିବା ହେଲେ ନାହିଁ। ତାହା ଅତ୍ୟନ୍ତ ଦୁଃଖଦାୟକ ଅନୁଭୂତି। ଅଯଥାରେ ଜଗନ୍ନାଥ ମନ୍ଦିର ଚାରିପାର୍ଶ୍ୱରେ ଭଙ୍ଗାରୁଜା କରି ଏବଂ ସେହି ଅଞ୍ଚଳର ବାସିନ୍ଦାଙ୍କୁ ବିପୁଳ ଅର୍ଥ ଦେଇ ଯେଉଁଭଳି ପରିକ୍ରମା ପ୍ରକଳ୍ପ ସୃଷ୍ଟି କରାଗଲା, ସେତିକିବେଳେ ଲାଗିଲା ଯେ ଡାକିହାକି କରି କିଛି ଲୋକ ନିଜ ଆଡ଼କୁ ବଡ଼ ଧରଣର କିଳା ନିମନ୍ତ୍ରଣ କରୁଛନ୍ତି।
ଆଜିର ନିର୍ବାଚନ ଫଳାଫଳ ପ୍ରମାଣ କରିଦେଲା ଯେ, ଜଗନ୍ନାଥଙ୍କୁ ହଇରାଣ କରିଥିବା ବ୍ୟକ୍ତି କିମ୍ବା ସଙ୍ଗଠନ ପାଖରେ ଯେତେ ଧନ, ଲୋକ ଏବଂ ସରକାରୀ ବଳ ଥିଲେ ମଧ୍ୟ ତାହା ନିଅଣ୍ଟ ପଡ଼ିବ। ଦେଖିବାକୁ ଗଲେ ସେଇଆ ହିଁ ହେଲା। ଓଡ଼ିଶାର ବିଜୁ ଜନତା ଦଳ ଓଡ଼ିଆ ଜାତିର ବାର୍ତ୍ତାବହ ଭାବେ କାର୍ଯ୍ୟ କରିବାର ଦାୟିତ୍ୱ ନେଇଥିଲା। କିଛି ଲୋକ ଭାବିଲେ ତାହା ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି। ଆଜି ବିଜୁ ଜନତା ଦଳର ପରାଜୟ ସାଧାରଣ ଓଡ଼ିଆ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ସ୍ବାଧୀନ ଓଡ଼ିଶାର ଇତିହାସ କହୁଛି ଏହି ରାଜ୍ୟରେ ସବୁବେଳେ ଆଞ୍ଚଳିକ ଦଳର ଚାହିଦା ରହିଛି। ସେହି ଦାୟିତ୍ୱକୁ ମେଣ୍ଟାଇବା ପରିବର୍ତ୍ତେ ବିଜୁ ଜନତା ଦଳ ଏବଂ ତାହାର ମଙ୍ଗ ଧରିଥିବା ହାତଗଣତି ଲୋକ ନିଜକୁ ଅଧିକ ଶକ୍ତିଶାଳୀ ଭାବିନେଇଥିବାରୁ ଏହି ଜାତିର ପ୍ରବଳ କ୍ଷତି ଘଟାଇଛନ୍ତି।
ଅନୁରୂପ ଭାବେ ବଡ଼ଦାଣ୍ଡରେ ଆସି ରୋଡ୍ ଶୋ’ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଦଳର ଲୋକ କହିଲେ ମୋଦିଙ୍କ ପାଇଁ ସୃଷ୍ଟି ହୋଇଥିବା ଜନସମୁଦ୍ର ଜଗନ୍ନାଥଙ୍କ ରଥଯାତ୍ରା ଭଳି ହେଲା। ସେହିଭଳି ‘ସ୍ଲିପ୍ ଅଫ୍ ଟଙ୍ଗ୍’ ଯୋଗୁ ହୁଏତ ଆଜିର ପରିସ୍ଥିତିରେ ଭାଜପା କେନ୍ଦ୍ରରେ ଏକାକୀ ସରକାର ଗଠନ କରିବାର ଦମ୍ ପାଇଲା ନାହିଁ। ପରିସ୍ଥିତି ଏଭଳି ହୋଇଛି ଯେ ଯିଏବି ଆଗାମୀ ଦିନର ଭାରତର ପ୍ରଧାନମନ୍ତ୍ରୀ ହେବେ ସିଏ ପ୍ରତ୍ୟେକ ଦିନ ସକାଳୁ ଜଳଖିଆ କରିବା ପୂର୍ବରୁ, ବିହାରର ନୀତୀଶ କୁମାର ଓ ଆନ୍ଧ୍ରର ଚନ୍ଦ୍ରାବାବୁ ନାଇଡୁଙ୍କ ଭଳି ଦୋଗୁଲା ନେତାଙ୍କ ସହ ପରାମର୍ଶ କରି ସବୁ କଥାରେ ଅନୁମତି ଲୋଡ଼ିବାକୁ ବାଧ୍ୟ ହେବେ। ଯେଉଁଭଳି ଭାବେ ଅଯୋଧ୍ୟାରେ ଭାଜପା ପ୍ରାର୍ଥୀ ହାରିଲେ ଏବଂ ଓଡ଼ିଶାର ୩ ପ୍ରମୁଖ ଦଳ ଯଥା ଭାଜପା, ବିଜୁ ଜନତା ଦଳ ଓ କଂଗ୍ରେସର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ଓ ନୂଆପଡ଼ାରୁ ଶରତ ପଟ୍ଟନାୟକ ପରାଜୟବରଣ କଲେ, ତାହା ଗର୍ବରୁ ସର୍ବନାଶ କିପରି ହୁଏ ଆମ ସମସ୍ତଙ୍କୁ ଦର୍ଶାଇଲା।
ଏହା ହେଉଛି ଆମ ପ୍ରଭୁ ଜଗନ୍ନାଥଙ୍କ ମାୟା।
ଯେଉଁଭଳି ଭାବେ ଅଯୋଧ୍ୟାରେ ଭାଜପା ପ୍ରାର୍ଥୀ ହାରିଲେ ଏବଂ ଓଡ଼ିଶାର ୩ ପ୍ରମୁଖ ଦଳ ଯଥା ଭାଜପା, ବିଜୁ ଜନତା ଦଳ ଓ କଂଗ୍ରେସର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ଓ ନୂଆପଡ଼ାରୁ ଶରତ ପଟ୍ଟନାୟକ ପରାଜୟବରଣ କଲେ, ତାହା ଗର୍ବରୁ ସର୍ବନାଶ କିପରି ହୁଏ ଆମ ସମସ୍ତଙ୍କୁ ଦର୍ଶାଇଲା।
The post ଜଗାର ମାୟା appeared first on Dharitri Odia News.