ଜଗି ବସିଛନ୍ତି ମହିଳା, ବିଧାନସଭା ସାରିଦେଲେ ସରକାର । ୭୨ଘଣ୍ଟା ଧରି ଶୀତ କାକରରେ ପଡିଛନ୍ତି ମିଶନ ଶକ୍ତି ମହିଳା

କନକ ବ୍ୟୁରୋ: ୭୨ ଘଣ୍ଟା ଧରି ଗାନ୍ଧୀମାର୍ଗରେ ହେଲା ଗର୍ଜନ ତର୍ଜନ। ହଜାର ହଜାର ମହିଳା ଲୋୟର ପିଏମଜିରେ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଲେ। ୬୨ ହଜାର ମହିଳାଙ୍କ ପ୍ରସଙ୍ଗକୁ ନେଇ ଗୃହରେ ଶାସକ-ବିରୋଧୀ କଥା କଟାକଟି ହେଲା। କିନ୍ତୁ ସେମାନଙ୍କ ବକେୟା ଦରମା ମିଳିବ କି ନାହିଁ ତାହାର ନିଷ୍କର୍ସ ବାହାରି ପାରିଲାନି। ଉପ-ମୁଖ୍ୟମନ୍ତ୍ରୀ ଦେଲେ ସାର୍ଟିଫିକେଟ ଆନ୍ଦୋଳନକାରୀ ନୁହନ୍ତି ମିଶନ ଶକ୍ତି ମହିଳା  ୩ ଦିନ ହେବ ଲୋୟର ପିଏମଜିରେ ହକ୍ ପାଇଁ ଲଢୁଥିବା ମହିଳାଙ୍କ ଆଶା ମରି ମରିଯାଉଛି। ୯ ମାସ ହେବ ଦରମା ପାଇନଥିବା ଜିପିଏଲଏଫ କର୍ମୀଙ୍କୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଟିପ୍ପଣୀ ଆନ୍ଦୋଳନକାରୀଙ୍କୁ ଆହୁରି ଉତ୍ତେଜିତ କରିଛି। ଆନ୍ଦୋଳନ ନିଆଁରେ ବିରୋଧୀ ଘିଅ ଢାଳୁଥିବା ବେଳେ ପ୍ରଭାତୀଙ୍କ ମନ୍ତବ୍ୟ ମହିଳାଙ୍କ ବକେୟା ଦରମା ଓ ୧୦ ଦଫା ଦାବିକୁ ପ୍ରଶ୍ନଘେରକୁ ଠେଲି ଦେଇଛି। ପ୍ରଭାତୀଙ୍କ ଯୁକ୍ତି, ଆନ୍ଦୋଳନକାରୀ ମିଶନ ଶକ୍ତି ମହିଳା ନୁହନ୍ତି ବରଂ ସେମାନେ କମ୍ୟୁନିଟି ଷ୍ଟାଫ। ନିର୍ବଳୁଆ ମହିଳାଙ୍କୁ ଢାଲ କରି ଭୋଟବ୍ୟାଙ୍କ ବଢାଉଥିଲା ବିଜେଡି। ମିଶନ ଶକ୍ତିକୁ ପୋଲିଓ ଶିଶୁ କରିଦେଇଥିଲା ବିଜେଡି ସରକାର।  କାଉଣ୍ଟର କରି ବିରୋଧୀ ବିଜେଡି କହିଛି, ଆନ୍ଦୋଳନକାରୀ ମହିଳାଙ୍କୁ ନିଜର ନକଲେ ସରକାରଙ୍କ ଉପରେ ଅଭିଶାପ ପଡିବ। ବିଜେଡି ସରକାରରେ ନିଯୁକ୍ତି ପାଇ ବର୍ଷ ବର୍ଷ ଧରି କାମ କରିଥିବା ଏହି ମହିଳାଙ୍କ ଦରମା ମ

ଜଗି ବସିଛନ୍ତି ମହିଳା, ବିଧାନସଭା ସାରିଦେଲେ ସରକାର । ୭୨ଘଣ୍ଟା ଧରି ଶୀତ କାକରରେ ପଡିଛନ୍ତି ମିଶନ ଶକ୍ତି ମହିଳା

କନକ ବ୍ୟୁରୋ: ୭୨ ଘଣ୍ଟା ଧରି ଗାନ୍ଧୀମାର୍ଗରେ ହେଲା ଗର୍ଜନ ତର୍ଜନ। ହଜାର ହଜାର ମହିଳା ଲୋୟର ପିଏମଜିରେ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଲେ। ୬୨ ହଜାର ମହିଳାଙ୍କ ପ୍ରସଙ୍ଗକୁ ନେଇ ଗୃହରେ ଶାସକ-ବିରୋଧୀ କଥା କଟାକଟି ହେଲା। କିନ୍ତୁ ସେମାନଙ୍କ ବକେୟା ଦରମା ମିଳିବ କି ନାହିଁ ତାହାର ନିଷ୍କର୍ସ ବାହାରି ପାରିଲାନି।

  • ଉପ-ମୁଖ୍ୟମନ୍ତ୍ରୀ ଦେଲେ ସାର୍ଟିଫିକେଟ
  • ଆନ୍ଦୋଳନକାରୀ ନୁହନ୍ତି ମିଶନ ଶକ୍ତି ମହିଳା 

୩ ଦିନ ହେବ ଲୋୟର ପିଏମଜିରେ ହକ୍ ପାଇଁ ଲଢୁଥିବା ମହିଳାଙ୍କ ଆଶା ମରି ମରିଯାଉଛି। ୯ ମାସ ହେବ ଦରମା ପାଇନଥିବା ଜିପିଏଲଏଫ କର୍ମୀଙ୍କୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଟିପ୍ପଣୀ ଆନ୍ଦୋଳନକାରୀଙ୍କୁ ଆହୁରି ଉତ୍ତେଜିତ କରିଛି। ଆନ୍ଦୋଳନ ନିଆଁରେ ବିରୋଧୀ ଘିଅ ଢାଳୁଥିବା ବେଳେ ପ୍ରଭାତୀଙ୍କ ମନ୍ତବ୍ୟ ମହିଳାଙ୍କ ବକେୟା ଦରମା ଓ ୧୦ ଦଫା ଦାବିକୁ ପ୍ରଶ୍ନଘେରକୁ ଠେଲି ଦେଇଛି। ପ୍ରଭାତୀଙ୍କ ଯୁକ୍ତି, ଆନ୍ଦୋଳନକାରୀ ମିଶନ ଶକ୍ତି ମହିଳା ନୁହନ୍ତି ବରଂ ସେମାନେ କମ୍ୟୁନିଟି ଷ୍ଟାଫ। ନିର୍ବଳୁଆ ମହିଳାଙ୍କୁ ଢାଲ କରି ଭୋଟବ୍ୟାଙ୍କ ବଢାଉଥିଲା ବିଜେଡି। ମିଶନ ଶକ୍ତିକୁ ପୋଲିଓ ଶିଶୁ କରିଦେଇଥିଲା ବିଜେଡି ସରକାର।  କାଉଣ୍ଟର କରି ବିରୋଧୀ ବିଜେଡି କହିଛି, ଆନ୍ଦୋଳନକାରୀ ମହିଳାଙ୍କୁ ନିଜର ନକଲେ ସରକାରଙ୍କ ଉପରେ ଅଭିଶାପ ପଡିବ।

ବିଜେଡି ସରକାରରେ ନିଯୁକ୍ତି ପାଇ ବର୍ଷ ବର୍ଷ ଧରି କାମ କରିଥିବା ଏହି ମହିଳାଙ୍କ ଦରମା ମାର୍ଚ୍ଚ ମାସରୁ ବନ୍ଦ ହୋଇଛି। ପୂର୍ବ ସରକାର ଏମାନଙ୍କ ନିଯୁକ୍ତି ଚୁକ୍ତିନାମାକୁ ନବୀକରଣ କରିନଥିବାରୁ ଏଭଳି ଦଶା ଭୋଗୁଛନ୍ତି ହଜାର ହଜାର ମହିଳା। ପୂର୍ବ ସରକାରର ଭୁଲକୁ ଆଳ କରି ନୂଆ ସରକାର ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ। ସିଧାସଳଖ ସରକାରକୁ ପଚାରିଛନ୍ତି, ଯଦି ନିଯୁକ୍ତି ଚୁକ୍ତିନାମା ନବୀକରଣ ହୋଇନଥିଲା ତେବେ ୬ ମାସ ଧରି କାମ କରାଇଲ କାହିଁକି? ସୁଭଦ୍ରା ଯୋଜନା ପାଇଁ କାହିଁକି ଦିନରାତି ଖଟାଇଲେ ସରକାର?

ଶାସକ-ବିରୋଧୀଙ୍କ ବୟାନବାଜି ଭିତରେ ଆନ୍ଦୋଳନକାରୀ ୬୨ ହଜାର ମହିଳାଙ୍କ ଭବିଷ୍ୟତ କଣ ହେବ ତାହା ଏବେ ସବୁଠୁ ବଡ ପ୍ରଶ୍ନ। ଚାକିରି ନବୀକରଣ ହେବା ସହ ବକେୟା ଦରମା ମିଳିବ ନା ଚାକିରି ହରାଇବାକୁ ପଡିବ ତାହାକୁ ନେଇ ମହିଳା ସନ୍ଦିହାନ। ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଥିବା ପରିପ୍ରେକ୍ଷୀରେ ମହିଳାଙ୍କ ଗର୍ଜନ ଗୃହରେ ପ୍ରତିଧ୍ବନିତ ହେବନି। କିନ୍ତୁ ଏହା ଲୋକସେବା ଭବନରେ ପହଞ୍ଚିବ କି ନାହିଁ ତାହା ଦେଖିବା ବାକି ରହିଲା।