ଜଙ୍ଗଲ ଅଧିକାର ପ୍ରଦାନ ଦାବି ତେଜିଲା

ଛତ୍ରପୁର,୫ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ଏବଂ କୋଦଳା ତହସିଲ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ଦାବି ହୋଇଆସୁଛି। ବାରମ୍ବାର ଏହି ସମ୍ପର୍କରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଓ ବନ ବିଭାଗକୁ ଲିଖିତ ଜଣାଇଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ କାଗଜପତ୍ର ଅଟକି ରହିଥିବାରୁ ଦାବି ପୂରଣ ହେଉ ନ ଥିବା ଆଦିବାସୀଙ୍କ ପକ୍ଷରୁ କୁହାଯାଇଛି । ସୋମବାର ଛତ୍ରପୁରଠାରେ ଅତିରିକ୍ତ ଜିଲାପାଳଙ୍କୁ ଭିଟାମାଟି ସୁରକ୍ଷା ଅଭିଯାନ ଓ […] The post ଜଙ୍ଗଲ ଅଧିକାର ପ୍ରଦାନ ଦାବି ତେଜିଲା appeared first on Dharitri Odia News.

ଜଙ୍ଗଲ ଅଧିକାର ପ୍ରଦାନ ଦାବି ତେଜିଲା

ଛତ୍ରପୁର,୫ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ଏବଂ କୋଦଳା ତହସିଲ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ଦାବି ହୋଇଆସୁଛି। ବାରମ୍ବାର ଏହି ସମ୍ପର୍କରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଓ ବନ ବିଭାଗକୁ ଲିଖିତ ଜଣାଇଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ କାଗଜପତ୍ର ଅଟକି ରହିଥିବାରୁ ଦାବି ପୂରଣ ହେଉ ନ ଥିବା ଆଦିବାସୀଙ୍କ ପକ୍ଷରୁ କୁହାଯାଇଛି ।

ସୋମବାର ଛତ୍ରପୁରଠାରେ ଅତିରିକ୍ତ ଜିଲାପାଳଙ୍କୁ ଭିଟାମାଟି ସୁରକ୍ଷା ଅଭିଯାନ ଓ ଆଦିବାସୀ ଲୋକ ସଂଗଠନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଖଲ୍ଲିକୋଟ ତହସିଲ ଅଧୀନ ବାଦପଲି ପଞ୍ଚାୟତର ମିନାପୁର, ଛକାସିଂ, ଫାଶୀଖୋଲ, ଖଜୁରୀସାହି, କୁମାରସିଂ, ବଡ଼ମାଳ ପାଞ୍ଚକା, ସିଆବଳରାମପୁର, ଖଣ୍ଡିଆନାଳ, ମରେଈନୂଆଗାଁ, ନୋଲୁସିଂ ଏବଂ କୋଦଳା ତହସିଲ ଅଧୀନ ଖୁଣ୍ଟିଆତୋଟା ଗିଲିଣ୍ଡା ଗ୍ରାମରେ ଜଙ୍ଗଲ ଅଧିକାରକୁ ନେଇ ସମସ୍ୟା ସମାଧାନ ପାଇଁ ଦାବି ହୋଇଛି । ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ହେବ ବୋଲି ଭିଟାମାଟି ସୁରକ୍ଷା ଅଭିଯାନ ଓ ଆଦିବାସୀ ଲୋକସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

The post ଜଙ୍ଗଲ ଅଧିକାର ପ୍ରଦାନ ଦାବି ତେଜିଲା appeared first on Dharitri Odia News.