ଜଙ୍ଗଲ କାଟିଲେ ମିଳିଯାଉଛି ଜାମିନ

ଦାରିଙ୍ଗବାଡ଼ି,୧୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ଉକ୍ତ ବନାଞ୍ଚଳ ଜିଲାର ଶେଷଭାଗରେ ରହିଥିବା ବେଳେ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲା ସୀମାକୁ ଲାଗିଛି। ଅନେକ ସମୟରେ ବାହାର ପଡ଼ୋଶୀ ଜିଲା ସମେତ ଉକ୍ତ ବନାଞ୍ଚଳର କାଠମାଫିଆ ସକ୍ରିୟ ହୋଇପଡୁଛନ୍ତି। ସେପଟେ ବନ ବିଭାଗ କାଠ ମାଫିଆଙ୍କୁ ସାବାଡ଼ କରିବା ପାଇଁ କାଠ ସମେତ ଗାଡ଼ିମୋଟର ଜବତ କଲେ ମଧ୍ୟ ସେମାନଙ୍କୁ ସହଜରେ ଜାମିନ ପ୍ରଦାନ […] The post ଜଙ୍ଗଲ କାଟିଲେ ମିଳିଯାଉଛି ଜାମିନ appeared first on Dharitri Odia News.

ଜଙ୍ଗଲ କାଟିଲେ ମିଳିଯାଉଛି ଜାମିନ

ଦାରିଙ୍ଗବାଡ଼ି,୧୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ଉକ୍ତ ବନାଞ୍ଚଳ ଜିଲାର ଶେଷଭାଗରେ ରହିଥିବା ବେଳେ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲା ସୀମାକୁ ଲାଗିଛି। ଅନେକ ସମୟରେ ବାହାର ପଡ଼ୋଶୀ ଜିଲା ସମେତ ଉକ୍ତ ବନାଞ୍ଚଳର କାଠମାଫିଆ ସକ୍ରିୟ ହୋଇପଡୁଛନ୍ତି। ସେପଟେ ବନ ବିଭାଗ କାଠ ମାଫିଆଙ୍କୁ ସାବାଡ଼ କରିବା ପାଇଁ କାଠ ସମେତ ଗାଡ଼ିମୋଟର ଜବତ କଲେ ମଧ୍ୟ ସେମାନଙ୍କୁ ସହଜରେ ଜାମିନ ପ୍ରଦାନ ବ୍ୟବସ୍ଥା ରହିଥିବାରୁ ବିଭାଗ ଅନିଚ୍ଛା ସତ୍ତ୍ୱେ ଜାମିନ ଦେଉଛି। ପୂର୍ବରୁ ଜାମିନ ବିହୀନ ଗିରଫ ରହିଥିବା ବେଳେ କୋଭିଡ୍‌ ପରେ ଅତି କମ୍‌ରେ ୭ ବର୍ଷ ଜେଲ୍‌ଦଣ୍ଡ ନ ଥିବା ମାମଲାରେ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ କରାଯାଉଛି। ଫଳରେ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଶୁକ୍ରବାର ଗୋଟିଏ ମିନିଟ୍ରକ୍‌ ଓ ଟ୍ରାକ୍ଟର ଇଞ୍ଜିନ ସହ ମୂଲ୍ୟବାନ ୧୦ଟି କାଠଗଣ୍ଡି ଜବତ କରାଯାଇଥିଲା। ଯାହାର ମୂଲ୍ୟ ୯ ଲକ୍ଷ ୪୫ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ହରିହର ବେହେରା କହିଛନ୍ତି। ଏଥିରେ ସମ୍ପୃକ୍ତି ୩ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଥିଲେ ସୁଦ୍ଧା ତାଙ୍କୁ ନିୟମ ଅନୁସାରେ ଜାମିନ ଦେବାକୁ ବିଭାଗ ବାଧ୍ୟ ହୋଇଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି ସମସ୍ତ ଅଭିଯୁକ୍ତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର। ସେହିପରି ମେ’୨୭ରେ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଞ୍ଚଳକୁ ମୂଲ୍ୟବାନ କାଠଗଣ୍ଡି ବୋଝେଇ ହୋଇଯାଉଥିବା ବେଳେ ବନବିଭାଗ ୮ ଜଣଙ୍କୁ ଗିରଫ କରିଥିଲେ ସୁଦ୍ଧା ସେମାନଙ୍କୁ ତୁରନ୍ତ ଜାମିନ ମିଳିଯାଇଥିଲା। ଫଳରେ କାଠମାଫିଆଙ୍କ ମଧ୍ୟରେ ଭୟ ରହୁ ନ ଥିବା ଓ ବାରମ୍ବାର ଜଙ୍ଗଲ କାଟି ସଫା କରୁଥିବା ନଜିର ରହିଛି।
ପ୍ରକାଶ ଯେ, ବନବିଭାଗ ଜୁଲାଇ ମାସ ଆସିଲେ ଉଜୁଡି ଯାଉଥିବା ଜଙ୍ଗଲକୁ ପୁନଃରୁଦ୍ଧାର କରିବାକୁ ଲକ୍ଷ ଲକ୍ଷ ଖର୍ଚ୍ଚ କରି ଚାରାରୋପଣ କରି ଜଙ୍ଗଲ ବୃଦ୍ଧି କରିବାକୁ ପ୍ରୟାସ କରୁଥିବା ବେଳେ ପରିବେଶକୁ ସୁରକ୍ଷା କରିବାକୁ ଜଙ୍ଗଲ ସୃଷ୍ଟି କରାଯାଉଛି। ଗୋଟିଏ ପଟେ ଜଳବାୟୁର ପରିବର୍ତ୍ତନ ସାରା ଅଞ୍ଚଳରେ ପ୍ରଭାବିତ କରୁଥିବା ବେଳେ କାଠମାଫିଆମାନେ ବାରମ୍ବାର ଜଙ୍ଗଲକୁ କାଟି ସଫା କରୁଥିବାରୁ ଚିନ୍ତା ବଢ଼ିଯାଇଛି।

The post ଜଙ୍ଗଲ କାଟିଲେ ମିଳିଯାଉଛି ଜାମିନ appeared first on Dharitri Odia News.