ଜଙ୍ଗଲ ଜଗିବେ କୁକୁର

ଭୁବନେଶ୍ୱର : ଶିକାରୀଙ୍କ ରୋକିବେ କୁକୁର। ଜଙ୍ଗଲରେ ମୁତୟନ ହେବେ ତାଲିମ ପ୍ରାପ୍ତ ସନ୍ଧାନୀ କୁକୁର । ଓଡ଼ିଶାରେ ଥିବା ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ରୋକିବାକୁ ସନ୍ଧାନୀ କୁକୁର ନିୟୋଜିତ ହେବେ। ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ବେଟ୍ ବମ୍ ବା ଶିକାର ପାଇଁ ପକାଯାଇଥିବା ବମ୍ ସନ୍ଧାନ କରିବ କୁକୁର। ଶିକାର ପାଇଁ ବିଛା ଯାଇଥିବା ତାର ବା ଜନ୍ତା ବି ସନ୍ଧାନ କରିବ। ଜଙ୍ଗଲରେ ଶିକାର […]

ଜଙ୍ଗଲ ଜଗିବେ କୁକୁର
ଜଙ୍ଗଲ ଜଗିବେ କୁକୁର

ଭୁବନେଶ୍ୱର : ଶିକାରୀଙ୍କ ରୋକିବେ କୁକୁର। ଜଙ୍ଗଲରେ ମୁତୟନ ହେବେ ତାଲିମ ପ୍ରାପ୍ତ ସନ୍ଧାନୀ କୁକୁର । ଓଡ଼ିଶାରେ ଥିବା ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ରୋକିବାକୁ ସନ୍ଧାନୀ କୁକୁର ନିୟୋଜିତ ହେବେ। ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ବେଟ୍ ବମ୍ ବା ଶିକାର ପାଇଁ ପକାଯାଇଥିବା ବମ୍ ସନ୍ଧାନ କରିବ କୁକୁର। ଶିକାର ପାଇଁ ବିଛା ଯାଇଥିବା ତାର ବା ଜନ୍ତା ବି ସନ୍ଧାନ କରିବ। ଜଙ୍ଗଲରେ ଶିକାର ବଢୁଥିବାରୁ ବନ ବିଭାଗ ନେଇଛି ପଦକ୍ଷେପ।

ବେଲଜିଆନ ମାଲିନୋସ ପ୍ରଜାତିରକୁ ପ୍ରାଧାନ୍ୟ ଦିଆଯିବ। ଏହି କୁକୁର ଜଙ୍ଗଲରେ ବିସ୍ପୋରକ ସାମଗ୍ରୀ ଖୋଜିବାରେ ମଧ୍ୟ ସାହାଯ୍ୟ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫ଟି ବନ୍ୟପ୍ରାଣୀ ବନଖଣ୍ଡରେ ୧୦ଟି ତାଲିମପ୍ରାପ୍ତ ସନ୍ଧାନୀ କୁକୁର ନିୟୋଜିତ କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି। ଏହି ୫ ବନଖଣ୍ଡ ହେଲା ଶିମିଳିପାଳ, ସାତକୋଶିଆ, ଡେବ୍ରିଗଡ଼, ହିନ୍ଦୋଳ ଓ ଆଠଗଡ଼। ଏଥିପାଇଁ ସର୍ବଭାରତୀୟ ସ୍ତରରେ ଟେଣ୍ଡର ଆହ୍ବାନ କରାଯିବ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଏଥିରେ ସାମିଲ୍ ହୋଇ ସନ୍ଧାନୀ କୁକୁର ଯୋଗାଇବା ଓ ସେମାନଙ୍କୁ ତାଲିମ୍ ଦେବା ଭଳି କାର୍ଯ୍ୟ କରିବେ । କୁକୁର ଦେହରେ ଏକ ମାଇକ୍ରୋ ଚିପ ଲଗା ଯିବ। ଏହା ଦ୍ୱାରା କୁକୁର ଗତିବିଧି ଉପରେ ନଜର ରଖାଯିବ । ସେହିପରି କିଣିବା ସମୟରେ କୁକୁରର ବୟସ ଦେଢ଼ ବର୍ଷ ଭିତରେ ହୋଇଥିବ ବୋଲି ବନ୍ୟପ୍ରାଣୀ କାର୍ଯ୍ୟାଳୟ ପକ୍ଷରୁ ଲେଖା ଯାଉଥିବା ଚିଠିରେ କୁହାଯାଇଛି।