ଜଙ୍ଗଲ ନ କାଟିବାକୁ କମ୍ପାନୀ ଅଧିକାରୀଙ୍କ ଗୋଡ଼ ଧରିଲେ ଦିଲୀପ

ଛେଣ୍ଡିପଦା,୨ା୧ (ଅଜିତ ଧଳ):ଜଙ୍ଗଲ ବିଭାଗକୁ ଜୀବନ ବିଭାଗ ନାମରେ ନାମିତ କରିବା ଏବଂ ଜଙ୍ଗଲ କଟା ନ ଯିବା ଦାବିରେ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଉଦୟପୁର ଅଞ୍ଚଳର ଦିଲୀପ କୁମାର ସାହୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ଅନଶନରେ ବସିଥିଲେ। ଏପରି କି କୋଇଲା ଖଣି ଖନନ ପାଇଁ ଛେଣ୍ଡିପଦା ଜଙ୍ଗଲରେ ଗଛ କାଟୁଥିବା ସିଙ୍ଗାରେଣୀ କମ୍ପାନୀ ଅଧିକାରୀଙ୍କ ଗୋଡ଼ ଧରି ଦିଲୀପ ଗଛ ନ କାଟିବାକୁ ଅନୁରୋଧ କରିଥିଲେ। ପ୍ରକାଶ ଯେ, […] The post ଜଙ୍ଗଲ ନ କାଟିବାକୁ କମ୍ପାନୀ ଅଧିକାରୀଙ୍କ ଗୋଡ଼ ଧରିଲେ ଦିଲୀପ appeared first on Dharitri Odia News.

ଜଙ୍ଗଲ ନ କାଟିବାକୁ କମ୍ପାନୀ ଅଧିକାରୀଙ୍କ ଗୋଡ଼ ଧରିଲେ ଦିଲୀପ

ଛେଣ୍ଡିପଦା,୨ା୧ (ଅଜିତ ଧଳ):ଜଙ୍ଗଲ ବିଭାଗକୁ ଜୀବନ ବିଭାଗ ନାମରେ ନାମିତ କରିବା ଏବଂ ଜଙ୍ଗଲ କଟା ନ ଯିବା ଦାବିରେ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଉଦୟପୁର ଅଞ୍ଚଳର ଦିଲୀପ କୁମାର ସାହୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ଅନଶନରେ ବସିଥିଲେ। ଏପରି କି କୋଇଲା ଖଣି ଖନନ ପାଇଁ ଛେଣ୍ଡିପଦା ଜଙ୍ଗଲରେ ଗଛ କାଟୁଥିବା ସିଙ୍ଗାରେଣୀ କମ୍ପାନୀ ଅଧିକାରୀଙ୍କ ଗୋଡ଼ ଧରି ଦିଲୀପ ଗଛ ନ କାଟିବାକୁ ଅନୁରୋଧ କରିଥିଲେ।
ପ୍ରକାଶ ଯେ, ଗତ ୩୦ ତାରିଖରେ ଦିଲୀପ ଅନୁଗୋଳ ଜିଲାପାଳଙ୍କ ଅଫିସ ପରିସରରେ ଏକ ନିଆରା ଢଙ୍ଗରେ ନିଜ ଦାବି ଉପସ୍ଥାପନ କରିଥିଲେ। ଏକ ଅଟୋ ରିକ୍ସାକୁ ହାତୀ ଭଳି ସାଜସଜ୍ଜା କରିବା ସହ ନିଜେ ବାଘ ବେଶରେ ସଜ୍ଜିତ ହୋଇ ଜଙ୍ଗଲ ନ କାଟିବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଏହା ପୂର୍ବରୁ ଗତ ୨୬ ତାରିଖରେ ପାଲଲହଡ଼ା ଉପଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଡିସେମ୍ବର ୩୧ ମଧ୍ୟରେ ପ୍ରଶାସନ ଏ ନେଇ ଆଲୋଚନା ନ କଲେ ଜାନୁଆରୀ ୧ ତାରିଖ ଠାରୁ ସେ ଅନଶନରେ ବସିବେ ବୋଲି ପ୍ରକାଶ କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନ ଯିବାରୁ ହାତୀ ଭଳି ସାଜସଜ୍ଜା ହୋଇଥିବା ଅଟୋ ନେଇ ବାଘ ବେଶରେ ସଜ୍ଜିତ ଦିଲୀପ ଛେଣ୍ଡିପଦାରେ ପହଞ୍ଚି ଅନଶନ କରିଥିଲେ।

The post ଜଙ୍ଗଲ ନ କାଟିବାକୁ କମ୍ପାନୀ ଅଧିକାରୀଙ୍କ ଗୋଡ଼ ଧରିଲେ ଦିଲୀପ appeared first on Dharitri Odia News.