ଜଙ୍ଗଲ ମଝିରେ ଜୀବନ ପାଇଁ ସଂଘର୍ଷ: ଚଳନ୍ତା ଟ୍ରେନରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ... 

ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ, ଜଙ୍ଗଲ ମଝିରେ ରାତି ବିତାଇଲେ ଆଉ ସକାଳୁ ସୁରକ୍ଷିତ ଉଦ୍ଧାର ବି ହେଲେ ।

ଜଙ୍ଗଲ ମଝିରେ ଜୀବନ ପାଇଁ ସଂଘର୍ଷ: ଚଳନ୍ତା ଟ୍ରେନରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ... 

ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏହି ଉକ୍ତି ଯେପରି ସତ ପ୍ରମାଣିତ ହୋଇଛି । ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ, ଜଙ୍ଗଲ ମଝିରେ ରାତି ବିତାଇଲେ ଆଉ ସକାଳୁ ସୁରକ୍ଷିତ ଉଦ୍ଧାର ବି ହେଲେ । ଏହି ଘଟଣାକୁ ଯିଏ ଶୁଣୁଛି ସେ ଚକିତ ହୋଇପଡ଼ୁଛି। 

ଘଟଣା ହେଉଛି, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର। ଗତକାଲି ବିଳମ୍ବିତ ରାତିରେ ଦୁର୍ଗ-ପୁରୀ ଟ୍ରେନରେ ଯାଉଥିବା ବେଳେ ଘଟିଥିଲା କିଛି ଅଘଟଣ । ଟ୍ରେନରେ ଯାଉଥିବା ବ୍ରହ୍ମପୁରର ମାନସ ହୋତାଙ୍କ ୫ ବର୍ଷର ପୁଅ ପ୍ରିତିଶ ପ୍ରଜ୍ଞା ରାତିରେ ଅସାବଧାନତାବଶତଃ ଟ୍ରେନର ଗେଟରୁ ତଳକୁ ଖସି ପଡ଼ିଥିଲେ। 

ରେଢାଖୋଲ ଷ୍ଟେସନରୁ ୪ କିଲୋମିଟର ଦୂର ଅଙ୍ଗାରପଡ଼ା ଗାଁ ଜଙ୍ଗଲ ପାଖରେ ଟ୍ରେନରୁ ଖସି ପଡ଼ି ଆହତ ଅବସ୍ଥାରେ ଟ୍ରାକ୍ ପାଖରେ ବସି ରହିଥିଲେ। ରାତି ସାରା ସେମିତି ବସି ରହିବା ପରେ ସକାଳୁ ଏହି ରୁଟରେ ଯାଉଥିବା ଏକ ମାଲବାହୀ ଟ୍ରେନର କର୍ମଚାରୀ ପ୍ରୀତିଶକୁ ଦେଖି ନିକଟସ୍ଥ ଷ୍ଟେସନକୁ ଖବର ଦେଇଥିଲେ। 

ଅନ୍ୟପଟେ ପ୍ରୀତିଶଙ୍କ ବାପା ମାଆ ଢେଙ୍କନାଳ ଷ୍ଟେସନରେ ପୁଅକୁ ଖୋଜିବାକୁ ଅଭିଯୋଗ ଦେଇ ଅପେକ୍ଷା କରି ରହିଥିଲେ। ଶେଷରେ RPF ଓ ରେଲୱେ କର୍ମଚାରୀଙ୍କ ସହାୟତାରେ ପୁଅ ପ୍ରୀତିଶକୁ ପାଇଛନ୍ତି ପରିବାର ଲୋକେ।