ଜଙ୍ଗଲକୁ ହାତୀ ଦେଖିବାକୁ ଯାଇଥିଲେ: ହଠାତ୍‌ ହାତୀ ପଛରୁ ଆସି…  

ପାଟଣା,୧୪।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଡେଣୁଆ କାଜୁଜଙ୍ଗଲରେ ସୋମବାର ଏକ ଦନ୍ତା ଆକ୍ରମଣରେ ଜଣେ ୨୫ ବର୍ଷୀୟ  ଯୁବକ ଗୁରୁତର ହୋଇଛନ୍ତି। ଗୁରୁତୋର ଯୁବକ ଜଣକ ହେଉଛନ୍ତି ପାଟଣା ବ୍ଲକ ଅଙ୍କୁରା ଗ୍ରାମରର ରାଜ କିଶୋର ନାଏକଙ୍କ ପୁଅ ଅକ୍ଷୟ କୁମାର ନାଏକ। ହାତୀ ଆକ୍ରମଣରେ ଅକ୍ଷୟଙ୍କ  ଡାହାଣ ଗୋଡ ୨ ଖଣ୍ଡ ହୋଇଯାଇଛି। ଏଥି ସହ ତାଙ୍କ ପିଠିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବନ ବିଭାଗ ପାଟଣା ଗୋଷ୍ଠୀ […] The post ଜଙ୍ଗଲକୁ ହାତୀ ଦେଖିବାକୁ ଯାଇଥିଲେ: ହଠାତ୍‌ ହାତୀ ପଛରୁ ଆସି…   appeared first on Dharitri Odia News.

ଜଙ୍ଗଲକୁ ହାତୀ ଦେଖିବାକୁ ଯାଇଥିଲେ: ହଠାତ୍‌ ହାତୀ ପଛରୁ ଆସି…  
ପାଟଣା,୧୪।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଡେଣୁଆ କାଜୁଜଙ୍ଗଲରେ ସୋମବାର ଏକ ଦନ୍ତା ଆକ୍ରମଣରେ ଜଣେ ୨୫ ବର୍ଷୀୟ  ଯୁବକ ଗୁରୁତର ହୋଇଛନ୍ତି। ଗୁରୁତୋର ଯୁବକ ଜଣକ ହେଉଛନ୍ତି ପାଟଣା ବ୍ଲକ ଅଙ୍କୁରା ଗ୍ରାମରର ରାଜ କିଶୋର ନାଏକଙ୍କ ପୁଅ ଅକ୍ଷୟ କୁମାର ନାଏକ। ହାତୀ ଆକ୍ରମଣରେ ଅକ୍ଷୟଙ୍କ  ଡାହାଣ ଗୋଡ ୨ ଖଣ୍ଡ ହୋଇଯାଇଛି। ଏଥି ସହ ତାଙ୍କ ପିଠିରେ ଗଭୀର ଆଘାତ ଲାଗିଛି।
ତାଙ୍କୁ ଗୁରୁତର ଅବସ୍ଥାରେ ବନ ବିଭାଗ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଚ୍ଚ ଚିକିତ୍ସା ପାଇଁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ୨୫ ଟିକିଆ ହାତୀପଲ ଡେଣୁଆ କାଜୁ ଜଙ୍ଗଲରେ ଡେରା ପକାଇଥିବା ବେଳେ ଅକ୍ଷୟ ୨ସାଙ୍ଗଙ୍କ ସହ ହାତୀ ଦେଖିବାକୁ ଯାଇଥିଲୋ ତେବେ ଏକ ଦନ୍ତା କାଜୁ ବଗିଚାକୁ ବାହାରି ଅକ୍ଷୟଙ୍କ ପିଠିକୁ ଶୁଣ୍ଢରେ ଠେଲି ଦେବା ପରେ ତାଙ୍କ ଗୋଡ଼ରେ ଚଢ଼ି ଯାଇଥିଲା।

The post ଜଙ୍ଗଲକୁ ହାତୀ ଦେଖିବାକୁ ଯାଇଥିଲେ: ହଠାତ୍‌ ହାତୀ ପଛରୁ ଆସି…   appeared first on Dharitri Odia News.