ଜଙ୍ଗଲରୁ ପୁଣି ମିଳିଲା ଏକ ମାଈ ହାତୀଛୁଆର ମୃତଦେହ, ଚିନ୍ତାରେ ପରିବେଶବିତ୍
କେନ୍ଦୁଝର,୩୦ା୧୧: କେନ୍ଦୁଝର ବନ ବିଭାଗ କର୍ମଚାରୀ ଶନିବାର ତେଲକୋଇ ରେଞ୍ଜ ଅଞ୍ଚଳରୁ ଏକ ୧୦ ବର୍ଷ ହାତୀର ମୃତଦେହ ଉଦ୍ଧାର କରିଛି। ଶନିବାର ସକାଳେ ତେଲକୋଇ ରେଞ୍ଜ କନ୍ତଲାଇ ଗ୍ରାମ ନିକଟରୁ ଏହି ହାତୀଛୁଆର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ କାରଣ ଖୋଜୁଛି। ପାରିପାର୍ଶ୍ୱିକ ଅବସ୍ଥା ଓ ହାତୀ ଦେହରେ ଥିବା କ୍ଷତଚିହ୍ନ ଦେଖି ମୃତ୍ୟୁର କାରଣ ହାତୀ-ହାତୀ ମଧ୍ୟରେ ଲଢେଇ ବୋଲି ଡିଏଫ୍ଓ […] The post ଜଙ୍ଗଲରୁ ପୁଣି ମିଳିଲା ଏକ ମାଈ ହାତୀଛୁଆର ମୃତଦେହ, ଚିନ୍ତାରେ ପରିବେଶବିତ୍ appeared first on Dharitri Odia News.
କେନ୍ଦୁଝର,୩୦ା୧୧: କେନ୍ଦୁଝର ବନ ବିଭାଗ କର୍ମଚାରୀ ଶନିବାର ତେଲକୋଇ ରେଞ୍ଜ ଅଞ୍ଚଳରୁ ଏକ ୧୦ ବର୍ଷ ହାତୀର ମୃତଦେହ ଉଦ୍ଧାର କରିଛି। ଶନିବାର ସକାଳେ ତେଲକୋଇ ରେଞ୍ଜ କନ୍ତଲାଇ ଗ୍ରାମ ନିକଟରୁ ଏହି ହାତୀଛୁଆର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ କାରଣ ଖୋଜୁଛି। ପାରିପାର୍ଶ୍ୱିକ ଅବସ୍ଥା ଓ ହାତୀ ଦେହରେ ଥିବା କ୍ଷତଚିହ୍ନ ଦେଖି ମୃତ୍ୟୁର କାରଣ ହାତୀ-ହାତୀ ମଧ୍ୟରେ ଲଢେଇ ବୋଲି ଡିଏଫ୍ଓ ଧନରାଜ ଏଚ୍.ଡି ସୂଚନା ଦେଇଛନ୍ତି।
ସୂଚନାନୁସାରେ, ପ୍ରାୟ ୫୪ ଟି ହାତୀ ସେହି ଅଞ୍ଚଳରେ ଦୀର୍ଘ ଦିନ ହେଲା ଦୁଇଟି ଦଳରେ ବୁଲୁଛନ୍ତି । ଫଳରେ ବ୍ୟାପକ କ୍ଷୟ କ୍ଷତି ଘଟାଇଥିବାରୁ ଲୋକେ ଆତଙ୍କ ହୋଇପଡ଼ିଛନ୍ତି। ଶୁକ୍ରବାର ରାତିରେ ହାତୀମାନଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶନିବାର ସକାଳେ ମୃତ ହାତୀ ବିଷୟରେ ସୂଚନା ପାଇବା ପରେ ଜଙ୍ଗଲ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।
ମୃତ ହାତୀଟି ଏକ ଫସଲ କ୍ଷେତରେ ଦେଖିବାକୁ ମିଳିଥିଲା। ହାତୀ ଦେହରେ ଗଭୀର ଦାନ୍ତ କ୍ଷତ ଦେଖିବାକୁ ମିଳିଛି। ଏଣୁ ଏହାର ମୃତ୍ୟୁ ହାତୀ ହାତୀ ମଧ୍ୟରେ ଲଢ଼େଇ ବୋଲି ଆଶଙ୍କା କରାଯାଉଛି।
ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍ ଆଜି ପୋଷ୍ଟ ମର୍ଟମ କରିଛନ୍ତି। ତେଲକୋଇ ଅଞ୍ଚଳରେ କିଛି ମାସ ମଧ୍ୟରେ ଏହାକୁ ମିଶାଇ ୩ ହାତୀର ମୃତ୍ୟୁ ହୋଇସାରିଲାଣି। ଯାହାକୁ ନେଇ ପରିବେଶମିତ୍ମାନେ ଚିନ୍ତାରେ ପଡ଼ିଛନ୍ତି।
The post ଜଙ୍ଗଲରୁ ପୁଣି ମିଳିଲା ଏକ ମାଈ ହାତୀଛୁଆର ମୃତଦେହ, ଚିନ୍ତାରେ ପରିବେଶବିତ୍ appeared first on Dharitri Odia News.