ଜଙ୍ଗଲରୁ ବନ୍ଧୁକ ସହ ନକ୍ସଲ ସାମଗ୍ରୀ ଜବତ

ଗତକାଲି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ BSF ପକ୍ଷରୁ ଅଲସି ଗାଁ ନିକଟରେ ଥିବା ଜଙ୍ଗଲରେ କୁମ୍ବିଂ କରାଯାଇଥିଲା।

ଜଙ୍ଗଲରୁ ବନ୍ଧୁକ ସହ ନକ୍ସଲ ସାମଗ୍ରୀ ଜବତ

ଓଡ଼ିଶା ସୀମାନ୍ତ ତଥା ସୁଙ୍କି ଥାନା ଅଧୀନ ଅଲସି ଗାଁ ନିକଟରେ ଥିବା ଜଙ୍ଗଲରୁ ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଗୋଟିଏ ବନ୍ଧୁକ ସମେତ ନକ୍ସଲ ବ୍ୟବହୃତ ଏକାଧିକ ସାମଗ୍ରୀ ରହିଛି।

ଗତକାଲି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ BSF ପକ୍ଷରୁ ଅଲସି ଗାଁ ନିକଟରେ ଥିବା ଜଙ୍ଗଲରେ କୁମ୍ବିଂ କରାଯାଇଥିଲା। କୁମ୍ବିଂ ବେଳେ ଏହି ସାମଗ୍ରୀ ଜବତ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ନକ୍ସଲ ସାମଗ୍ରୀ ଜବତ ହେବା ଚିନ୍ତାର ବିଷୟ ପାଲଟିଛି। ଏଥିପାଇଁ ଏହି ଅଞ୍ଚଳରେ ଜୋରଦାର କମ୍ବିଂ ଅପରେସନ୍ କରାଯିବ ବୋଲି BSF ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ନକ୍ସଲମାନେ ପୁଲିସ ଇନଫର୍ମର ସନ୍ଦେହରେ ଲୋକଙ୍କୁ ଘରୁ ଡାକି ନେଇ ହତ୍ୟା କରୁଛନ୍ତି। ଗତ କିଛି ଦିନ ତଳେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ ଜଣେ ଦମ୍ପତିଙ୍କୁ ନକ୍ସଲ ଘରୁ ଡାକି ନେଇ ହତ୍ୟା କରିଥିଲେ। ପରେ ଜଙ୍ଗଲରେ ମୃତଦେହକୁ ଫୋପାଡ଼ି ଦେଇ ପଳାଇଥିଲେ। ନକ୍ସଲମାନେ ସେମାନଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା।