ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ
ବଲାଙ୍ଗୀର,୧୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥ ପାଶର୍ବରେ ଥିବା ରତାଖଣ୍ଡି ଜଙ୍ଗଲରୁ ଶୁକ୍ରବାର ଜଣେ ଯୁବକଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ପୋଲିସ ପରିଚୟ ଜାଣିବା ନେଇ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଜଙ୍ଗଲରୁ ପଚା ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଗଳିତ ମୃତଦେହ ଜବତ […] The post ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ appeared first on Dharitri Odia News.
ବଲାଙ୍ଗୀର,୧୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥ ପାଶର୍ବରେ ଥିବା ରତାଖଣ୍ଡି ଜଙ୍ଗଲରୁ ଶୁକ୍ରବାର ଜଣେ ଯୁବକଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ପୋଲିସ ପରିଚୟ ଜାଣିବା ନେଇ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ଜଙ୍ଗଲରୁ ପଚା ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଗଳିତ ମୃତଦେହ ଜବତ କରିଥିଲା। ମୃତଦେହ ପଚି ଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଯୁବକଙ୍କୁ ହତ୍ୟା ପରେ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସଣ ଏକ ଟିମ୍ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ appeared first on Dharitri Odia News.