ଜଙ୍ଗଲରେ ନିଆଁ: ଆୟତ୍ତ କଲେ ସ୍ବେଚ୍ଛାସେବୀ, ବନ କର୍ମଚାରୀ
ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା – ବଗେଇବିରା ଗ୍ରାମ୍ୟ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ବୈଷ୍ଣୋଦେବୀ ପୀଠ ପାହାଡ଼ର ବୁଦ୍ଧ ବିହାର ନିକଟରେ ନିଆଁ ଲାଗିଯିବା ଘଟଣା ବିଷୟରେ ହରେକୃଷ୍ଣ କର ନାମକ ଜଣେ ଚାଷୀ ବଗେଇବିରା ଗ୍ରାମର ସ୍ବେଚ୍ଛାସେବୀ ପୁରନ୍ଦର ଭୋସାଗରଙ୍କୁ ସୂଚନା ଦେଇଥିଲେ। ଏହାପରେ ପୁରନ୍ଦର ବନ ବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ଯୁବକ ଏବଂ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ପ୍ରାୟ ୨ […] The post ଜଙ୍ଗଲରେ ନିଆଁ: ଆୟତ୍ତ କଲେ ସ୍ବେଚ୍ଛାସେବୀ, ବନ କର୍ମଚାରୀ appeared first on Dharitri Odia News.
ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା – ବଗେଇବିରା ଗ୍ରାମ୍ୟ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ବୈଷ୍ଣୋଦେବୀ ପୀଠ ପାହାଡ଼ର ବୁଦ୍ଧ ବିହାର ନିକଟରେ ନିଆଁ ଲାଗିଯିବା ଘଟଣା ବିଷୟରେ ହରେକୃଷ୍ଣ କର ନାମକ ଜଣେ ଚାଷୀ ବଗେଇବିରା ଗ୍ରାମର ସ୍ବେଚ୍ଛାସେବୀ ପୁରନ୍ଦର ଭୋସାଗରଙ୍କୁ ସୂଚନା ଦେଇଥିଲେ। ଏହାପରେ ପୁରନ୍ଦର ବନ ବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ଯୁବକ ଏବଂ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ଏଠାରେ ହଜାର ହଜାର ଚାରା ରୋପଣ କରାଯାଇଛି। ଅନ୍ୟପକ୍ଷରେ ଏତେ ତାତି ସତ୍ତ୍ୱେ କିଛି ଯୁବକ ପାହାଡ଼ ଉପରକୁ ଯାଇ ବିଭିନ୍ନ ପ୍ରକାରର ନିଶା କରୁଛନ୍ତି । ସିଗାରେଟର ନିଆଁରୁ ଏଠାରେ ନିଆଁ ଲାଗିଥିବା ନେଇ ପୁରନ୍ଦର ଭୋସାଗର ଅଭିଯୋଗ କରିଛନ୍ତି। ପ୍ରଶାସନ ଏହି ଘଟଣା କୁ ଗୁରୁତର ସହିତ ନେଇ ଏହାର ସମାଧାନ ଦିଗରେ ପଦଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏହି ନିଆଁ ଲିଭାଇବା ସମୟରେ ବନ ବିଭାଗର ଫରେଷ୍ଟ ଗାର୍ଡ ଶୁଭମ ମହାନ୍ତିଙ୍କ ସମେତ ଗ୍ରାମର ସମୀର ବରିହା, ନୈତିକ କୁଅଁର, ଡିଲେଶ୍ବର ସିଂ, ବିନୋଦ କୁଅଁର ଉପସ୍ଥିତ ରହି ସହଯୋଗ କରିଥିଲେ ।
The post ଜଙ୍ଗଲରେ ନିଆଁ: ଆୟତ୍ତ କଲେ ସ୍ବେଚ୍ଛାସେବୀ, ବନ କର୍ମଚାରୀ appeared first on Dharitri Odia News.