ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ
ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ ଶିକାରୀଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଛି। ଶିକାରୀଙ୍କଠାରୁ ବନକର୍ମଚାରୀ ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ୨ଟି ମୋବାଇଲ ଫୋନ, ଟର୍ଚ୍ଚ ଲାଇଟ୍, ଦିଆସିଲି ଏବଂ ବାଟଲି ଖଡା ଆଦି ଜବତ କରିଛନ୍ତି। ଶିକାରୀଙ୍କୁ ସିମନବାଡି ବନ କାର୍ଯ୍ୟାଳୟକୁ ଆଣି ପଚରାଉଚରା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ […] The post ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ appeared first on Dharitri Odia News.
ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ ଶିକାରୀଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଛି। ଶିକାରୀଙ୍କଠାରୁ ବନକର୍ମଚାରୀ ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ୨ଟି ମୋବାଇଲ ଫୋନ, ଟର୍ଚ୍ଚ ଲାଇଟ୍, ଦିଆସିଲି ଏବଂ ବାଟଲି ଖଡା ଆଦି ଜବତ କରିଛନ୍ତି।
ଶିକାରୀଙ୍କୁ ସିମନବାଡି ବନ କାର୍ଯ୍ୟାଳୟକୁ ଆଣି ପଚରାଉଚରା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ବନ ବିଭାଗ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଲିଗୁଡା ଥାନା ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ମୋହିତ ପ୍ରଧାନ, ରାଜେଶ ପ୍ରଧାନ ଏବଂ ଅକ୍ଷୟ ପ୍ରଧାନ ବୋଲି ବାଲିଗୁଡା ବନ ଉପଖଣ୍ଡ ବନ୍ୟଜନ୍ତୁ ସମ୍ପଦର ଦାୟିତ୍ୱରେ ଥିବା ଏସ୍ସିଏଫ ପ୍ରଫୁଲ କୁମାର ମଲିକ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଲୋକଙ୍କୁ ସଚେତନ କରିବା ସତ୍ତ୍ୱେ ଗିରଫ ୩ଜଣ ବନ୍ୟଜନ୍ତୁ ଶିକାର କରିବା ପାଇଁ ପ୍ରଥମେ ଜଙ୍ଗଲରେ ନିଆଁ ଲଗାଉଥିଲେ। ପରେ ବନ୍ୟଜନ୍ତୁ ପ୍ରାଣ ଭୟରେ ପଦାକୁ ବାହାରିଲେ କିମ୍ବା ପାଣି ପାଇଁ ନାଳକୁ ଗଲେ ତାଙ୍କୁ ବନ୍ଧୁକରେ ଗୁଳି କରି ଶିକାର କରୁଥିଲେ। ଏହି ୩ ଅଭିଯୁକ୍ତଙ୍କ ବ୍ୟତୀତ ଆହୁରି କେତେଜଣ ଏଥିରେ ସମ୍ପୃକ୍ତି ଥାଇପାରନ୍ତି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ସିଏଫ ପ୍ରଫୁଲ କୁମାର ମଲିକ ଏବଂ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ତଥା ବାଲିଗୁଡା ଏସ୍ସିଏଫ ସତୀଶ କୁମାର ଧାରୁଆ କହିଛନ୍ତି।
The post ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ appeared first on Dharitri Odia News.