ଜଙ୍ଗଲୀ ବାବୁଙ୍କୁ କଡ଼ା ତାଗିଦ୍
୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଡିଏଫ୍ଓ ସମ୍ମିଳନୀରେ ବର୍ଷିଲେ ସରକାର। ଅଫିସରେ ନ ବସି ଫିଲ୍ଡକୁ ଯିବାକୁ ତାଗିଦ୍ ବି କଲେ । ୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପଟେ ନୂଆପଡ଼ାରେ କଲରାପତରିଆର ମାଂସ ପୋଡ଼ି ଖାଇବା ଘଟଣାରେ ଶିକାରୀଙ୍କୁ ସାମାଜିକ ବାସନ୍ଦ ପାଇଁ ଆହ୍ବାନ ଦେଇଛି ବନ ବିଭାଗ।