ଜଣଙ୍କୁ ଧକ୍କାଦେଇ ଫେରାର ବେଳେ ଆଉ ଏକ ଦୁର୍ଘଟଣା : ୨ ମୃତ,  ୧ ଗୁରୁତର

କେନ୍ଦୁଝର : ଜଣଙ୍କୁ ଧକ୍କାଦେଇ ଫେରାର ବେଳେ ଆଉ ଏକ ଦୁର୍ଘଟଣା ଘଟାଇଲା ଟ୍ରକ୍‌। ମଙ୍ଗଳବାର ବିଳମ୍ବିତ ରାତ୍ରିରେ କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଏକ ଟ୍ରକ ଜଣଙ୍କୁ ଧକ୍କା ଦେଇ ଫେରାର ହେଉଥିବା ବେଳେ ରାସ୍ତା କଡ଼ରେ ଛିଡାହୋଇଥିବା ଏକ ବାଇକ୍ ଉପରେ ଚଢିଯାଇଥିଲା। ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ବାଇକଟି […]

ଜଣଙ୍କୁ ଧକ୍କାଦେଇ ଫେରାର ବେଳେ ଆଉ ଏକ ଦୁର୍ଘଟଣା : ୨ ମୃତ,  ୧ ଗୁରୁତର
accident

କେନ୍ଦୁଝର : ଜଣଙ୍କୁ ଧକ୍କାଦେଇ ଫେରାର ବେଳେ ଆଉ ଏକ ଦୁର୍ଘଟଣା ଘଟାଇଲା ଟ୍ରକ୍‌। ମଙ୍ଗଳବାର ବିଳମ୍ବିତ ରାତ୍ରିରେ କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଏକ ଟ୍ରକ ଜଣଙ୍କୁ ଧକ୍କା ଦେଇ ଫେରାର ହେଉଥିବା ବେଳେ ରାସ୍ତା କଡ଼ରେ ଛିଡାହୋଇଥିବା ଏକ ବାଇକ୍ ଉପରେ ଚଢିଯାଇଥିଲା। ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ବାଇକଟି ସମ୍ପୁର୍ଣ୍ଣ ଜଳିଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ସଦର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଟ୍ରକ୍‌ଟି ପ୍ରଥମେ ଜଣେ କିନ୍ନରଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ବାଇକ ଉପରେ ମାଡ଼ି ଯାଇଥିଲା। ଏଥିରେ ବାଇକରେ ଥିବା ଲାଲମୋହନ ବେହେରାଙ୍କ ସମେତ ତାପସ ନାଏକଙ୍କ ମୃତ୍ୟୁ ହୋଇଛି। ବାଇକରେ ଥିବା ଅନ୍ୟ ଜଣେ ଆରୋହୀ ବାପି ବେହେରାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।