ଜଣାପଡ଼ିଲା କାରଣ, ଏଥିଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ନାହିଁ ଗୌତମ ଗମ୍ଭୀର…

ନୂଆଦିଲ୍ଲୀ,୧୭।୭: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଭାରତୀୟ ଚୟନ କମିଟି ଖୁବ୍‌ଶୀଘ୍ର ଟି୨୦ ଏବଂ ଦିନିକିଆ ଟିମ୍‌ର ଘୋଷଣା କରିପାରେ। ହେଲେ ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଆଗାମୀ ଟି୨୦ ଅଧିନାୟକ କିଏ ହେବ ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ହିଁ ରୋହିତ ଶର୍ମାଙ୍କ ସ୍ଥାନ ନେବେ ବୋଲି କୁହାଯାଉଥିଲା। ହେଲେ ଏବେ ସୂର୍ଯ୍ୟକୁମାର ଯାଦବ ଏହି ଦୌଡ଼ରେ […] The post ଜଣାପଡ଼ିଲା କାରଣ, ଏଥିଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ନାହିଁ ଗୌତମ ଗମ୍ଭୀର… appeared first on Dharitri Odia News.

ଜଣାପଡ଼ିଲା କାରଣ, ଏଥିଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ନାହିଁ ଗୌତମ ଗମ୍ଭୀର…
ନୂଆଦିଲ୍ଲୀ,୧୭।୭: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଭାରତୀୟ ଚୟନ କମିଟି ଖୁବ୍‌ଶୀଘ୍ର ଟି୨୦ ଏବଂ ଦିନିକିଆ ଟିମ୍‌ର ଘୋଷଣା କରିପାରେ। ହେଲେ ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଆଗାମୀ ଟି୨୦ ଅଧିନାୟକ କିଏ ହେବ ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ହିଁ ରୋହିତ ଶର୍ମାଙ୍କ ସ୍ଥାନ ନେବେ ବୋଲି କୁହାଯାଉଥିଲା। ହେଲେ ଏବେ ସୂର୍ଯ୍ୟକୁମାର ଯାଦବ ଏହି ଦୌଡ଼ରେ ଆଗରେ ରହିଛନ୍ତି। ଏମିତିରେ ପ୍ରଶ୍ନ ଉଠୁଛି ପାଣ୍ଡ୍ୟା ଅଧିନାୟକ ହେବାରେ ଅସୁବିଧା କେଉଁଠି?
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସିସିଆଇର ଜଣେ ଅଧିକାରୀ ପାଣ୍ଡ୍ୟା ହିଁ ରୋହିତ ଶର୍ମାଙ୍କ ପରେ ଅଧିନାୟକ ହୋଇଥାନ୍ତେ। ହେଲେ ଚୟନ କମିଟି ଏବଂ ଗମ୍ଭୀର ସୂର୍ଯ୍ୟକୁମାରଙ୍କ ପକ୍ଷକୁ ଢ଼ଳୁଛନ୍ତି। ଏହା ପଛରେ କାରଣଟି ହେଲା ପାଣ୍ଡ୍ୟା ପ୍ରତି ସିରିଜରେ ଉପଲବ୍ଧ ରହି ପାରିବେ ନାହିଁ। ଗମ୍ଭୀର କିନ୍ତୁ ଚାହାନ୍ତି ଯେ ପ୍ରତି ସିରିଜରେ ଖେଳୁଥିବା ଖେଳାଳିଙ୍କୁ ହିଁ ୨୦୨୬ ଟି୨୦ ବିଶ୍ୱକପ୍‌ ଯାଏ ଅଧିନାୟକ କରାଯିବ।
ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌ ମଧ୍ୟ ବଡ଼ ପ୍ରସଙ୍ଗ ହୋଇ ଉଭା ହୋଇଛି। ଗତ ୫ ବର୍ଷ ମଧ୍ୟରେ ସେ ଲଗାତାର ଭାବେ ୨ ସିରିଜ ବହୁତ କମ୍‌ ଥର ଖେଳିଛନ୍ତି। ଅପରପକ୍ଷେ ସୂର୍ଯ୍ୟକୁମାରଙ୍କ ସହ ୨୦୧୪ରେ କୋଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ଭାବେ ଗମ୍ଭୀର କାମ କରିଛନ୍ତି। ଏବେ ସେ ଟି୨୦ ର଼୍ୟାଙ୍କିଂରେ ଶୀର୍ଷ ଖେଳାଳି ଅଛନ୍ତି। ତେଣୁ ତାଙ୍କୁ ପାଣ୍ଡ୍ୟାଙ୍କଠାରୁ ଅଧିକ ଅଧିନାୟକ ପଦର ଦାବିଦାର ବୋଲି କୁହାଯାଉଛି। ଏନେଇ ପାଣ୍ଡ୍ୟାଙ୍କ ସହ ଏନେଇ ଆଲୋଚନା କରାଯାଇଛି। ଏବେ ଟି୨୦ ଅଧିନାୟକକୁ ନେଇ ଅନ୍ତିମ ନିଷ୍ପତ୍ତି ଚୟନ କମିଟି ବୈଠକରେ ହେବ ବୋଲି କୁହାଯାଇଛି।

The post ଜଣାପଡ଼ିଲା କାରଣ, ଏଥିଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ନାହିଁ ଗୌତମ ଗମ୍ଭୀର… appeared first on Dharitri Odia News.