ଜଣାପଡିଗଲା, ଏହି ନେତା ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ, ଘରକୁ ଡାକି କେଜରିୱାଲ ଦେଲେ ଚୌକି

ନୂଆଦିଲ୍ଲୀ ୧୫।୯: ଆମ ଆଦମୀ ପାର୍ଟି (ଆପ) ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ୨ ଦିନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେବେ। ଏହା ସହିତ ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଜନତା ତାଙ୍କ ନିଷ୍ପତ୍ତି ନ ଜଣାଇଛନ୍ତି ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ନାହିଁ। ଯଦି ଜନତା ଭାବନ୍ତି ମୁଁ ସଚ୍ଚୋଟ ମୋତେ ଭୋଟ ଦେବେ। ତେବେ ଯାଇ ମୁଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବି। ଏବେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଇସ୍ତଫା ଘୋଷଣା ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥି ମଧ୍ୟରେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋୟଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପହଞ୍ଚିଥିଲେ। କୁହାଯାଉଛି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଚର୍ଚ୍ଚା ହେଉଛି ରାମ ନିବାସ ଗୋୟଲଙ୍କୁ କେଜରିୱାଲ ତାଙ୍କ ମୁଖ୍ୟମନ୍ତ୍ରୀ ଚୌକି ଦେଇ ପାରନ୍ତି। ଜାଣନ୍ତୁ କେଜରିୱାଲ କହିଲେ କ’ଣ?ଅରବିନ୍ଦ କେଜରିୱାଲ ଆପ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ମୋ ଉପରେ ଅଭିଯୋଗ ହୋଇଛି ଯେ ମୁଁ ଭ୍ରଷ୍ଟାଚାର କରିଛି। ମୁଁ ଭାରତ ମାତାଙ୍କ ସହିତ ଧୋକା କରିଛି। ସେ କହିଛନ୍ତି ଯେ ମୁଁ ଦେଶ ପାଇଁ କିଛି ବଡ଼ କରିବି ବୋଲି ଆସିଥିଲି। ଯେପରି ପ୍ରଭୁ ଶ୍ରୀରାମ ଚନ୍ଦ୍ର ୧୪ ବର୍ଷ ବନବାସ ସାରି ଫ

ଜଣାପଡିଗଲା, ଏହି ନେତା ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ, ଘରକୁ ଡାକି କେଜରିୱାଲ ଦେଲେ ଚୌକି

ନୂଆଦିଲ୍ଲୀ ୧୫।୯: ଆମ ଆଦମୀ ପାର୍ଟି (ଆପ) ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ୨ ଦିନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେବେ। ଏହା ସହିତ ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଜନତା ତାଙ୍କ ନିଷ୍ପତ୍ତି ନ ଜଣାଇଛନ୍ତି ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ନାହିଁ। ଯଦି ଜନତା ଭାବନ୍ତି ମୁଁ ସଚ୍ଚୋଟ ମୋତେ ଭୋଟ ଦେବେ। ତେବେ ଯାଇ ମୁଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବି। 

ଏବେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ
ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଇସ୍ତଫା ଘୋଷଣା ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥି ମଧ୍ୟରେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋୟଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପହଞ୍ଚିଥିଲେ। କୁହାଯାଉଛି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଚର୍ଚ୍ଚା ହେଉଛି ରାମ ନିବାସ ଗୋୟଲଙ୍କୁ କେଜରିୱାଲ ତାଙ୍କ ମୁଖ୍ୟମନ୍ତ୍ରୀ ଚୌକି ଦେଇ ପାରନ୍ତି। 

ଜାଣନ୍ତୁ କେଜରିୱାଲ କହିଲେ କ’ଣ?

ଅରବିନ୍ଦ କେଜରିୱାଲ ଆପ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ମୋ ଉପରେ ଅଭିଯୋଗ ହୋଇଛି ଯେ ମୁଁ ଭ୍ରଷ୍ଟାଚାର କରିଛି। ମୁଁ ଭାରତ ମାତାଙ୍କ ସହିତ ଧୋକା କରିଛି। ସେ କହିଛନ୍ତି ଯେ ମୁଁ ଦେଶ ପାଇଁ କିଛି ବଡ଼ କରିବି ବୋଲି ଆସିଥିଲି। ଯେପରି ପ୍ରଭୁ ଶ୍ରୀରାମ ଚନ୍ଦ୍ର ୧୪ ବର୍ଷ ବନବାସ ସାରି ଫେରିଲେ ମାତା ସୀତାଙ୍କୁ ଅଗ୍ନୀ ପରୀକ୍ଷା ଦେବାକୁ ପଡିଥିଲା। ମୁଁ ମଧ୍ୟ ସେହିପରି ଅଗ୍ନୀ ପରୀକ୍ଷା ଦେବି।