ଜନ ଅଭିଯୋଗ ଶୁଣାଣିରେ ଉତ୍ତେଜନା, ପୋଷ୍ଟର-ବ୍ୟାନର ଫାଡ଼ିଲେ ଉତ୍ୟକ୍ତ ଲୋକେ

ବିନିକା: ଜନ ଅଭିଯୋଗ ଶୁଣାଣିରେ ଉତ୍ତେଜନା। ପୋଷ୍ଟର-ବ୍ୟାନର ଫାଡ଼ିଲେ ଉତ୍ୟକ୍ତ ଲୋକେ । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ। ସୂଚନା ଅନୁଯାୟୀ, ମଙ୍ଗଳବାର ଡୁଙ୍ଗୁରିପାଲି ବ୍ଲକଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଆୟୋଜିତ ହୋଇଥିଲା। ହେଲେ ଜିଲ୍ଲାପାଳ ଓ ଏସପି ଅନୁପସ୍ଥିତ ଥିବାରୁ ଅଭିଯୋଗକାରୀ ଉତ୍ୟକ୍ତ ହୋଇ ବ୍ୟାନର ଫାଡ଼ିବା ସହ ଶୁଣାଣି ବନ୍ଦ କରିବାକୁ ଦାବି କରିଥିଲେ। ଲୋକେ ଅଭିଯୋଗ କରିଥିଲେ ବିନା ମୁଖିଆରେ ଜନ ଶୁଣାଣି କେବଳ ପ୍ରହସନ। ଫଳରେ ସକାଳ ସାଢ଼େ ୭ରୁ ଆରମ୍ଭ ହେବାକୁ ଥିବା ଜନଶୁଣାଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରିନଥିଲା। ପରେ ପ୍ରାୟ ସକାଳ ୧୦ ଟା ବେଳକୁ ଏସପି ପହଞ୍ଚି ଅଭିଯୋଗକାରୀଙ୍କ ସହ ଆଲୋଚନା କରିଥିଲେlତେବେ ଆଗାମୀ ଅଭିଯୋଗ ଶୁଣାଣିରେ ଯଦି ଜିଲ୍ଲାପାଳ ଓ ଏସପି ନଆସନ୍ତି ତା’ହେଲେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିଦିଆଯିବୋଲି ଚେତାବନୀ ଦେଇଛନ୍ତି ଲୋକେ।

ଜନ ଅଭିଯୋଗ ଶୁଣାଣିରେ ଉତ୍ତେଜନା, ପୋଷ୍ଟର-ବ୍ୟାନର ଫାଡ଼ିଲେ ଉତ୍ୟକ୍ତ ଲୋକେ

ବିନିକା: ଜନ ଅଭିଯୋଗ ଶୁଣାଣିରେ ଉତ୍ତେଜନା। ପୋଷ୍ଟର-ବ୍ୟାନର ଫାଡ଼ିଲେ ଉତ୍ୟକ୍ତ ଲୋକେ । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ। 

ସୂଚନା ଅନୁଯାୟୀ, ମଙ୍ଗଳବାର ଡୁଙ୍ଗୁରିପାଲି ବ୍ଲକଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଆୟୋଜିତ ହୋଇଥିଲା। ହେଲେ ଜିଲ୍ଲାପାଳ ଓ ଏସପି ଅନୁପସ୍ଥିତ ଥିବାରୁ ଅଭିଯୋଗକାରୀ ଉତ୍ୟକ୍ତ ହୋଇ ବ୍ୟାନର ଫାଡ଼ିବା ସହ ଶୁଣାଣି ବନ୍ଦ କରିବାକୁ ଦାବି କରିଥିଲେ। ଲୋକେ ଅଭିଯୋଗ କରିଥିଲେ ବିନା ମୁଖିଆରେ ଜନ ଶୁଣାଣି କେବଳ ପ୍ରହସନ। ଫଳରେ ସକାଳ ସାଢ଼େ ୭ରୁ ଆରମ୍ଭ ହେବାକୁ ଥିବା ଜନଶୁଣାଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରିନଥିଲା। ପରେ ପ୍ରାୟ ସକାଳ ୧୦ ଟା ବେଳକୁ ଏସପି ପହଞ୍ଚି ଅଭିଯୋଗକାରୀଙ୍କ ସହ ଆଲୋଚନା କରିଥିଲେl

ତେବେ ଆଗାମୀ ଅଭିଯୋଗ ଶୁଣାଣିରେ ଯଦି ଜିଲ୍ଲାପାଳ ଓ ଏସପି ନଆସନ୍ତି ତା’ହେଲେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିଦିଆଯିବୋଲି ଚେତାବନୀ ଦେଇଛନ୍ତି ଲୋକେ।