ଜନ ସମର୍ଥନ ପାଇଁ କୋକସରା ବ୍ଲକ ରେ ବିଜେପି ସାଂସଦ ପ୍ରାର୍ଥନି ମାଲବିକା କେଶରୀ ଦେଓ।

କୋକସରା:୩୧/୦୩ କଳାହାଣ୍ଡି ଜିଲ୍ଲା ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ରାଜ ପରିବାର ର ବୋହୁ ମାଲବିକା କେଶରୀ ଦେଓ ଙ୍କୁ ଟିକେଟ ମିଳିଥିବା ବେଳେ ରବିବାର ମାଲବିକା ଦେଓ କୋକସରା ବ୍ଲକ ଗସ୍ତରେ ଆସି ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ତାଙ୍କୁ ଦଲୀୟ କର୍ମକର୍ତ୍ତା ମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ପ୍ରଥମେ କୋକସରା ଜଗନ୍ନାଥ ମନ୍ଦିର ନିକଟରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ,ଉପ ସଭାପତି ଗୋପାଳ ଅଗ୍ରୱାଲ, ସମ୍ପାଦକ ତ୍ରିନାଥ […] The post ଜନ ସମର୍ଥନ ପାଇଁ କୋକସରା ବ୍ଲକ ରେ ବିଜେପି ସାଂସଦ ପ୍ରାର୍ଥନି ମାଲବିକା କେଶରୀ ଦେଓ। appeared first on Odisha.News.

ଜନ ସମର୍ଥନ ପାଇଁ କୋକସରା ବ୍ଲକ ରେ ବିଜେପି ସାଂସଦ ପ୍ରାର୍ଥନି ମାଲବିକା କେଶରୀ ଦେଓ।

କୋକସରା:୩୧/୦୩
କଳାହାଣ୍ଡି ଜିଲ୍ଲା ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ରାଜ ପରିବାର ର ବୋହୁ ମାଲବିକା କେଶରୀ ଦେଓ ଙ୍କୁ ଟିକେଟ ମିଳିଥିବା ବେଳେ ରବିବାର ମାଲବିକା ଦେଓ କୋକସରା ବ୍ଲକ ଗସ୍ତରେ ଆସି ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ତାଙ୍କୁ ଦଲୀୟ କର୍ମକର୍ତ୍ତା ମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ପ୍ରଥମେ କୋକସରା ଜଗନ୍ନାଥ ମନ୍ଦିର ନିକଟରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ,ଉପ ସଭାପତି ଗୋପାଳ ଅଗ୍ରୱାଲ, ସମ୍ପାଦକ ତ୍ରିନାଥ ଶବର, ଘନଶ୍ୟାମ ନାଏକ,ଧର୍ମାନନ୍ଦ ନେଗି, ପ୍ରମୋଦ ପଣ୍ଡା ,ଶିଶିର ପ୍ରଧାନୀ ଓ ଅନେକ ଦଲୀୟ କର୍ମୀମାନେ ସ୍ୱାଗତ କରିଥିଲେ।।ପରେ ଝରିଆଗୁଡା ବାଲିଯାତ୍ରା ମହୋତ୍ସବ ରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ମାଝୀଗୁଡା, ଟେମରା ଗ୍ରାମ ଯାଇ ଜନ ସମର୍ଥନ ପାଇଁ।ଅନୁରୋଧ କରିଥିଲେ।ପରେ ଆମପାଣି ବୁଢ଼ାରଜା ମନ୍ଦିର ରେ ପ୍ରଭୁ ବୁଢ଼ାରଜା ଦର୍ଶନ କରିଥିଲେ। କାଉଡୋଳା ଗ୍ରାମରେ ଅନୁଷ୍ଠିତ ଷୋହଳ ପ୍ରହର ନାମଯଜ୍ଞ କଳସ ଯାତ୍ରା ରେ ସାମିଲ ହୋଇ ଥିବା ବେଳେ ତାଙ୍କ ସହ ବିଜେପି ର ଦଲୀୟ କର୍ମକର୍ତ୍ତା ଗରୁଡ଼ ଧ୍ଵଜ ମାଝୀ ,ଗୋଦାବରୀଶ ପାତ୍ର, ଅର୍ଜୁନ ଭାଟି, ମଧୁବନ ପାତ୍ର,,ସୁଧୀର ପାତ୍ର, କୈଳାଶ ଚଳାନ ପ୍ରମୁଖ ଉପସ୍ଥିତ ଥିଲେ।

The post ଜନ ସମର୍ଥନ ପାଇଁ କୋକସରା ବ୍ଲକ ରେ ବିଜେପି ସାଂସଦ ପ୍ରାର୍ଥନି ମାଲବିକା କେଶରୀ ଦେଓ। appeared first on Odisha.News.