ଜନଜାତି ହାଟ କାମରେ ଆସୁନି

ଦାରିଙ୍ଗବାଡ଼ି,୭ା୪ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟକୁ ଏକ ଦଶନ୍ଧିରୁ ଅଧିକା ଦିନ ବିତିଥିଲେ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିପାରୁ ନାହିଁ। ଦାରିଙ୍ଗବାଡ଼ି ପରେ ସିମନବାଡ଼ି ବଜାର ଉପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ବେଳେ ଜନଜାତି ଅଧ୍ୟୁଷିତ ଅଞ୍ଚଳଭାବେ ରହିଥିବା ଏହି ଅଞ୍ଚଳରେ ଜନଜାତି ସମ୍ପ୍ରଦାୟର ବ୍ୟବସାୟୀ ମଧ୍ୟ ରହି ବ୍ୟବସାୟ କରୁଛନ୍ତି। ସେମାନେ ରାସ୍ତା କଡ଼ରେ ଉଠାଦୋକାନ […] The post ଜନଜାତି ହାଟ କାମରେ ଆସୁନି appeared first on Dharitri Odia News.

ଜନଜାତି ହାଟ କାମରେ ଆସୁନି

ଦାରିଙ୍ଗବାଡ଼ି,୭ା୪ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟକୁ ଏକ ଦଶନ୍ଧିରୁ ଅଧିକା ଦିନ ବିତିଥିଲେ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିପାରୁ ନାହିଁ। ଦାରିଙ୍ଗବାଡ଼ି ପରେ ସିମନବାଡ଼ି ବଜାର ଉପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ବେଳେ ଜନଜାତି ଅଧ୍ୟୁଷିତ ଅଞ୍ଚଳଭାବେ ରହିଥିବା ଏହି ଅଞ୍ଚଳରେ ଜନଜାତି ସମ୍ପ୍ରଦାୟର ବ୍ୟବସାୟୀ ମଧ୍ୟ ରହି ବ୍ୟବସାୟ କରୁଛନ୍ତି। ସେମାନେ ରାସ୍ତା କଡ଼ରେ ଉଠାଦୋକାନ କରି ପନିପରିବା ବ୍ୟବସାୟ କରୁଛନ୍ତି। କିନ୍ତୁ ତାଙ୍କୁ ଏହି ହାଟଘର ଯୋଗାଇ ଦିଆଯାଉ ନାହିଁ। ଏହି ହାଟ ଖୋଲା ଯାଇଥାନ୍ତା ତେବେ ଅଞ୍ଚଳରେ ଅମଳ ହେଉଥିବା ପାରମ୍ପରିକ ପନିପରିବା ଓ ଅନ୍ୟ ସାମଗ୍ରୀ ସ୍ଥାନୀୟ ଲୋକେ କିଣିପାରନ୍ତେ। ଏହି ହାଟ ଖୋଲିଥିଲେ ଉଠା ଦୋକାନୀମାନେ ଦୋକାନ କରିବାକୁ ସୁଯୋଗ ପାଇଥାନ୍ତେ। ଫଳରେ ଜାତୀୟ ରାଜପଥରେ ଟ୍ରାଫିକ ନିୟନ୍ତ୍ରଣ ହୋଇପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ଉକ୍ତ ହାଟ ପ୍ରଥମେ ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଇଟିଡିଏ ପଞ୍ଚାୟତକୁ ହସ୍ତାନ୍ତର କରିବା ପରେ ପଞ୍ଚାୟତ ପୁଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାର ରୂପାନ୍ତର କାର୍ଯ୍ୟ ସହ ହାଟ ଭିତରେ ଜଣେ ଦୋକାନ ଖୋଲିବା ପାଇଁ ଆବଶ୍ୟକ ବ୍ୟବସ୍ଥା କଲେ। ଏଥିରେ ସରକାରଙ୍କ ଅର୍ଥ ଖର୍ଚ୍ଚ ହେଲା ଠିକାଦାର ମାଲାମାଲ ହେଲେ କିନ୍ତୁ ଜନଜାତିଙ୍କ କୌଣସି କାର୍ଯ୍ୟରେ ଆସିଲା ନାହିଁ। ଏହାକୁ ନେଇ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ବାରମ୍ବାର ଅଞ୍ଚଳବାସୀ ଏହି ହାଟକୁ କାର୍ଯ୍ୟରେ ଲଗାଇବାକୁ ଦାବି କରିଆସୁଥିଲେ ସୁଦ୍ଧା ତାହା କାର୍ଯ୍ୟରେ ଆସୁ ନ ଥିବା ଅଭିଯୋଗ ହୋଇଛି। ଏନେଇ ସରପଞ୍ଚ ଅମିତା ପ୍ରଧାନ କହିଛନ୍ତି ଯେ ଲୋକଙ୍କ ଦାବିକୁ ସେ ସ୍ବୀକାର କରିବା ସହ ହାଟ ଖୋଲାଗଲେ ଲୋକମାନେ ଶସ୍ତାରେ ସାମଗ୍ରୀ କିଣିପାରିବେ। ତେଣୁ ପଞ୍ଚାୟତ ଫଣ୍ଡରୁ ଖର୍ଚ୍ଚ କରାଯାଇ ୧୧ଟି ଦୋକାନ ଗୃହ ଖୋଲାଯିବ। ଉକ୍ତ ହାଟରେ ଆହୁରି ରୂପାନ୍ତର କରାଯିବାଳୁ ବାକି ରହିଛି ବୋଲି ସେ କହିଛନ୍ତି।

The post ଜନଜାତି ହାଟ କାମରେ ଆସୁନି appeared first on Dharitri Odia News.