ଜନତାଙ୍କ କାନ୍ଧରେ ନେତା, ନାଚୁଛନ୍ତି ଆଉ ଶୋଭଯାତ୍ରାରେ ବୁଲୁଛନ୍ତି

ଭଦ୍ରକ ୦୯।୦୪ : ଏବେ ନିର୍ବାଚନୀ ମହୋଲରେ ଦେଖିବା ପାଇଁ ମିଳୁଛି ନିଆରା ଦୃଶ୍ୟ । କେତେକ ସ୍ଥାନରେ ନେତା ଓ ଜନତା କୋଲାକୋଳି ହେଉଛନ୍ତି ତ କେଉଁଠି ନେତା ଏବେ ଜନତାଙ୍କ କାନ୍ଧରେ ବସି ବୁଲୁଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ଜୋରଦାର ପ୍ରଚାର କରୁଛନ୍ତି । ତେବେ ସେ କାଁପଡାରେ ଏକ କ୍ରିକେଟ ମ୍ୟାଚ ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କର ସମର୍ଥକ ମାନେ ସଞ୍ଜୟ ଦାସଙ୍କୁ କାନ୍ଧରେ ବସାଇ ବୁଲାଇଥିଲେ । ଗୀତର ତାଳେ ତାଳେ ନାଚ ଗୀତ ରେ ମସଗୁଲ ହୋଇଥିଲେ ସମସ୍ତେ । 