ଜନତାଙ୍କ ମତ ନେଇ ଘୋଷଣା ପତ୍ର ପ୍ରସ୍ତୁତ କରିବ ଭାଜପା

ରାଞ୍ଚି,୨୯।୮: ଭାରତୀୟ ଜନତା ପାର୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର (ମନିଫେଷ୍ଟୋ) ପ୍ରସ୍ତୁତ କରିବା ପୂର୍ବରୁ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପରାମର୍ଶ ନେବ ବୋଲି କହିଛି। ଏଥିପାଇଁ ବିଭାଗଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଏକ ବୃହତ ପରିମାଣର ଜନସମ୍ପର୍କ ଅଭିଯାନ କରାଯିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ହ୍ବାଟସ ଆପରେ ଥିବା ଲୋକଙ୍କ ଠାରୁ ମଧ୍ୟ ପ୍ରସ୍ତାବ ଆମନ୍ତ୍ରିତ ହେବ। ଭାଜପା ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି ଏବଂ ମନିଫେଷ୍ଟୋ କମିଟି ସଂଯୋଜକ […] The post ଜନତାଙ୍କ ମତ ନେଇ ଘୋଷଣା ପତ୍ର ପ୍ରସ୍ତୁତ କରିବ ଭାଜପା appeared first on Dharitri Odia News.

ଜନତାଙ୍କ ମତ ନେଇ ଘୋଷଣା ପତ୍ର ପ୍ରସ୍ତୁତ କରିବ ଭାଜପା

ରାଞ୍ଚି,୨୯।୮: ଭାରତୀୟ ଜନତା ପାର୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର (ମନିଫେଷ୍ଟୋ) ପ୍ରସ୍ତୁତ କରିବା ପୂର୍ବରୁ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପରାମର୍ଶ ନେବ ବୋଲି କହିଛି। ଏଥିପାଇଁ ବିଭାଗଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଏକ ବୃହତ ପରିମାଣର ଜନସମ୍ପର୍କ ଅଭିଯାନ କରାଯିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ହ୍ବାଟସ ଆପରେ ଥିବା ଲୋକଙ୍କ ଠାରୁ ମଧ୍ୟ ପ୍ରସ୍ତାବ ଆମନ୍ତ୍ରିତ ହେବ।
ଭାଜପା ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି ଏବଂ ମନିଫେଷ୍ଟୋ କମିଟି ସଂଯୋଜକ ଅନନ୍ତ ଓଝା ଗୁରୁବାର ରାଜ୍ୟ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଆମ ଦଳ ଘୋଷଣା ପତ୍ର ଜାରି କରିଥାଏ, ବସ୍ତୁତଃ ଏହା ଲୋକଙ୍କ ଆକାଂକ୍ଷାର ଦର୍ପଣ ହୋଇଥାଏ। ଆମେ ସେମାନଙ୍କର ଚିନ୍ତାଧାରା ଏବଂ ଦାବିକୁ ଆମର ଘେଶଷଣା ପତ୍ର କରିଥାଉ। ସେହି ଅନୁଯାୟୀ ଆମ ସରକାରଙ୍କ ଦିଗ ନିର୍ଣ୍ଣୟ କରୁ। ସେ କହିଛନ୍ତି ଯେ ଲୋକମାନେ ହ୍ବାଟସ ଆପ ନମ୍ବର 6202750671 ରେ ମଧ୍ୟ ସେମାନଙ୍କ ମତାମତ ପଠାଇ ପାରିବେ।

The post ଜନତାଙ୍କ ମତ ନେଇ ଘୋଷଣା ପତ୍ର ପ୍ରସ୍ତୁତ କରିବ ଭାଜପା appeared first on Dharitri Odia News.