ଜନସେବା କେନ୍ଦ୍ରରେ ପଶି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ପ୍ରତିବାଦରେ ଅଭିଯୁକ୍ତଙ୍କ ଦୋକାନ ଓ ବାଇକ୍ ପୋଡି

ଆନନ୍ଦପୁର: ସାମାନ୍ୟ କଥାକୁ କେନ୍ଦ୍ରକରି ଥାନା ନିକଟରେ ଥିବା ଜନସେବା କେନ୍ଦ୍ରରେ ପଶି ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ମାଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାକୁ କେନ୍ଦ୍ରକରି ଉତ୍ଯକ୍ତ ଲୋକଙ୍କ ଦ୍ବାରା ବଜାରରେ ଥିବା ଆକ୍ରମଣକାରୀଙ୍କ ଏକ ଚିକେନ୍ ସେଣ୍ଟର ସହ ବାଇକ୍ ପୋଡି ଦେଇଛନ୍ତି।  ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ବଜାରରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ, ନନ୍ଦିପଦା ଥାନାକୁ ଲାଗି ଗଢି ଉଠିଥିବା ମରୈଗାଁ ବଜାରରେ ଥାନା ନିକଟରେ ଏକ ଜନସେବା କେନ୍ଦ୍ର ରହିଛି। ଏହାର ମାଲିକ ହେଉଛନ୍ତି ଅମର ସେଠୀ। ତାଙ୍କୁ ନିଟସ୍ଥ ଚଣ୍ଡିଆବିରଞ୍ଚିପୁର ଗାଁର କିଛି ଲୋକେ ଆଜି ଦୋକାନରେ ପଶି ସଂଘବଦ୍ଧ ଆକ୍ରମଣ କରିଥିଲେ। ଚଣ୍ଡିଆବିରଞ୍ଚିପୁର ଗାଁର ପ୍ରତାପ ଜେନାଙ୍କ ସହ ଏକ PF ଅନଲାଇନ୍ ଆବେଦନକୁ ନେଇ ଯୁକ୍ତିତର୍କ ହୋଇଥିଲା।ତେବେ ମଧ୍ୟ ପ୍ରତାପ ନିଜ ଗାଁରୁ କିଛି ଯୁବକଙ୍କୁ ସାଙ୍ଗରେ ଆଣି ଦୋକାନ ଭିତରେ ପଶି ଧାରୁଆ ଅସ୍ତ୍ରରେ ଅମରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  

ଜନସେବା କେନ୍ଦ୍ରରେ ପଶି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ପ୍ରତିବାଦରେ ଅଭିଯୁକ୍ତଙ୍କ ଦୋକାନ ଓ ବାଇକ୍ ପୋଡି

ଆନନ୍ଦପୁର: ସାମାନ୍ୟ କଥାକୁ କେନ୍ଦ୍ରକରି ଥାନା ନିକଟରେ ଥିବା ଜନସେବା କେନ୍ଦ୍ରରେ ପଶି ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ମାଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାକୁ କେନ୍ଦ୍ରକରି ଉତ୍ଯକ୍ତ ଲୋକଙ୍କ ଦ୍ବାରା ବଜାରରେ ଥିବା ଆକ୍ରମଣକାରୀଙ୍କ ଏକ ଚିକେନ୍ ସେଣ୍ଟର ସହ ବାଇକ୍ ପୋଡି ଦେଇଛନ୍ତି।  ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ବଜାରରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଞ୍ଚଳରେ। 

ସୂଚନା ଅନୁଯାୟୀ, ନନ୍ଦିପଦା ଥାନାକୁ ଲାଗି ଗଢି ଉଠିଥିବା ମରୈଗାଁ ବଜାରରେ ଥାନା ନିକଟରେ ଏକ ଜନସେବା କେନ୍ଦ୍ର ରହିଛି। ଏହାର ମାଲିକ ହେଉଛନ୍ତି ଅମର ସେଠୀ। ତାଙ୍କୁ ନିଟସ୍ଥ ଚଣ୍ଡିଆବିରଞ୍ଚିପୁର ଗାଁର କିଛି ଲୋକେ ଆଜି ଦୋକାନରେ ପଶି ସଂଘବଦ୍ଧ ଆକ୍ରମଣ କରିଥିଲେ। ଚଣ୍ଡିଆବିରଞ୍ଚିପୁର ଗାଁର ପ୍ରତାପ ଜେନାଙ୍କ ସହ ଏକ PF ଅନଲାଇନ୍ ଆବେଦନକୁ ନେଇ ଯୁକ୍ତିତର୍କ ହୋଇଥିଲା।ତେବେ ମଧ୍ୟ ପ୍ରତାପ ନିଜ ଗାଁରୁ କିଛି ଯୁବକଙ୍କୁ ସାଙ୍ଗରେ ଆଣି ଦୋକାନ ଭିତରେ ପଶି ଧାରୁଆ ଅସ୍ତ୍ରରେ ଅମରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।