ଜନ୍ମ ହରିଆଣାରେ, କର୍ମଭୂମି ଦିଲ୍ଲୀ: ଏମିତି ଥିଲା ରେଖାଗୁପ୍ତାଙ୍କ ଜୀବନୀ
ନୂଆଦିଲ୍ଲୀ:ପ୍ରଥମ ଥର ବିଧାୟିକା ବନି ବାଜି ମାରିନେଲେ ରେଖା ଗୁପ୍ତା।ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ବାଜିଛି ମୋହର । ଗୁରୁବାର ରାମଲିଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା । ରେଖାଙ୍କ ଜନ୍ମ ୧୯୭୪ ଜୁଲାଇ ୧୯ ତାରିଖରେ ହରିୟାଣାର ଜୁଲାନାରେ ହୋଇଥିଲା । ବାପା ବ୍ୟାଙ୍କରେ ଥିବାରୁ ପରିବାର 6ସହିତ ରେଖା ଦିଲ୍ଲୀ ଆସିଥିଲେ। ଛାତ୍ର ଜୀବନରୁ ସେ ରାଜନୀତି ସହିତ ଜଡିତ ଅଛନ୍ତି।ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଛନ୍ତି […]

ନୂଆଦିଲ୍ଲୀ:ପ୍ରଥମ ଥର ବିଧାୟିକା ବନି ବାଜି ମାରିନେଲେ ରେଖା ଗୁପ୍ତା।ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ବାଜିଛି ମୋହର । ଗୁରୁବାର ରାମଲିଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା । ରେଖାଙ୍କ ଜନ୍ମ ୧୯୭୪ ଜୁଲାଇ ୧୯ ତାରିଖରେ ହରିୟାଣାର ଜୁଲାନାରେ ହୋଇଥିଲା । ବାପା ବ୍ୟାଙ୍କରେ ଥିବାରୁ ପରିବାର 6ସହିତ ରେଖା ଦିଲ୍ଲୀ ଆସିଥିଲେ। ଛାତ୍ର ଜୀବନରୁ ସେ ରାଜନୀତି ସହିତ ଜଡିତ ଅଛନ୍ତି।ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଛନ୍ତି । ଏହାପରେ ମ୍ୟାନେଜମେଣ୍ଟ ଆଣ୍ଡ ଆର୍ଟରେ ମାଷ୍ଟର କରିଛନ୍ତି ।ନିଜ ରାଜନୈତିକ କ୍ୟାରିୟରରେ ରେଖା ମହିଳା କଲ୍ୟାଣ, ଶିକ୍ଷା ସୁଧାର ଓ ସମୂହିକ ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ସେ ନିଜ ଅଞ୍ଚଳରେ ସୁଇମିଂ ପୁଲ, ଜିମ୍, ଲାଇବ୍ରେରୀ ଓ କମ୍ୟୁନିଟି ହଲ ପରି ସୁବିଧା କରିଥିଲେ।ଶାଲିମାର ବାଗ ବିଧାନସଭା ଆସନରୁ ସେ ବିଧାୟିକା ଭାବେ ବିଜୟ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଆପ ନେତାଙ୍କୁ ୨୯ ହଜାର ୫୯୫ ଖଣ୍ଡ ଭୋଟରେ ପରାସ୍ତା କରିଛନ୍ତି।