ଜନ୍ମଦିନ ପାର୍ଟିରେ ଯୁବତୀଙ୍କୁ ବଳାତ୍କାର

ଠାଣେ,୬ା୯: ମହାରାଷ୍ଟ୍ରର ଠାଣେ ଜିଲାରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ବୁଧବାର ବିଳମ୍ବିତ ରାତିରେ ବଦଲାପୁରର ଶିରଗାଁଓ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଏହି ଅପରାଧ ଘଟିଛି। ମିଳିଥିବା ସୂଚନା ମୁତାବକ, ଆଲିସ୍କା ଓରଫ ଭୂମିକା ରବୀନ୍ଦ୍ର ମେଶରାମ(୨୦) ନିଜ ଜନ୍ମଦିନ ପାର୍ଟିକୁ ପୀଡ଼ିତାଙ୍କୁ ଡାକିଥିଲେ। ସେଠାରେ […] The post ଜନ୍ମଦିନ ପାର୍ଟିରେ ଯୁବତୀଙ୍କୁ ବଳାତ୍କାର appeared first on Dharitri Odia News.

ଜନ୍ମଦିନ ପାର୍ଟିରେ ଯୁବତୀଙ୍କୁ ବଳାତ୍କାର

ଠାଣେ,୬ା୯: ମହାରାଷ୍ଟ୍ରର ଠାଣେ ଜିଲାରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ବୁଧବାର ବିଳମ୍ବିତ ରାତିରେ ବଦଲାପୁରର ଶିରଗାଁଓ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଏହି ଅପରାଧ ଘଟିଛି। ମିଳିଥିବା ସୂଚନା ମୁତାବକ, ଆଲିସ୍କା ଓରଫ ଭୂମିକା ରବୀନ୍ଦ୍ର ମେଶରାମ(୨୦) ନିଜ ଜନ୍ମଦିନ ପାର୍ଟିକୁ ପୀଡ଼ିତାଙ୍କୁ ଡାକିଥିଲେ। ସେଠାରେ ଅନ୍ୟ ୨ ଅଭିଯୁକ୍ତ ଉପସ୍ଥିତ ଥିଲେ। ଉତ୍ସବ ଶେଷ ହେବା ପରେ ୨ ଅଭିଯୁକ୍ତ ଯୁବକ ମଦ ପିଇଥିଲେ।

ପୀଡ଼ିତା ଜଣକ ଯିବା ପାଇଁ ବାହାରିବା ବେଳେ ସେ ଅସୁସ୍ଥ ଅନୁଭବ କରିବାରୁ ଅଭିଯୁକ୍ତ ଆଲିସ୍କା ତାଙ୍କୁ ଲେମ୍ବୁ ସରବତ ଦେଇଥିଲେ। ଯେଉଁଥିରେ ନିଶା ମିଶିଥିଲା। ପୀଡ଼ିତା ନିଶାରେ ଶୋଇପଡ଼ିବାରୁ ଜଣେ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରି ଅଚେତ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ। ୩ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି।

The post ଜନ୍ମଦିନ ପାର୍ଟିରେ ଯୁବତୀଙ୍କୁ ବଳାତ୍କାର appeared first on Dharitri Odia News.