ଜନ୍ମମାଟିରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ, ଗାଁ ଲୋକଙ୍କ ସହ ମିଶି ବାଣ୍ଟିଲେ ଖୁସି

ଭୁବନେଶ୍ୱର: ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗାଁ ଲୋକେ ମାଦଳ, ଢୋଲ  ବଜାଇ  ଗୋଠାଣି ପୂଜା ସ୍ଥାନକୁ ନେଇଥିଲେ। ଅନେକ ସମୟ ଧରି ସେ ଗାଁ ଲୋକଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଓ ତେଲକୋଇ ବିଧାୟକ ଫକୀର ନାଏକ ଗାଁ ଲୋକଙ୍କ ସହ ମିଶି ବାଣ ଫୁଟାଇ ଥିଲେ। ନିଜ ଜନ୍ମ ମାଟିରେ ପାରମ୍ପରିକ ନୀତିରେ କାଳୀ ପୂଜା କରିଛନ୍ତି। ସେହିପରି  ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ସହ ମିଶି ରାଜଧାନୀରେ ୟୁନିଟ-୧ ବଜାରକୁ ଯାଇଥିଲେ। ସେଠାରେ ସଳିତା, ମାଟିର ଦୀପ ଆଦି ଅନେକ ଜିନିଷ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ସେସବୁ ସାମଗ୍ରୀ କିଣିଥିଲେ। ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଗୁରୁବାର ଏକ ସ୍ୱତନ୍ତ୍ର ବିମାନ ଯୋଗ ଆସି ଅପରାହ୍ନ ୧.୧୫ ମିନିଟ ସମୟରେ ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପ ପହଁଚିଥିଲେ। 

ଜନ୍ମମାଟିରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ, ଗାଁ ଲୋକଙ୍କ ସହ ମିଶି ବାଣ୍ଟିଲେ ଖୁସି

ଭୁବନେଶ୍ୱର: ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗାଁ ଲୋକେ ମାଦଳ, ଢୋଲ  ବଜାଇ  ଗୋଠାଣି ପୂଜା ସ୍ଥାନକୁ ନେଇଥିଲେ। ଅନେକ ସମୟ ଧରି ସେ ଗାଁ ଲୋକଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଓ ତେଲକୋଇ ବିଧାୟକ ଫକୀର ନାଏକ ଗାଁ ଲୋକଙ୍କ ସହ ମିଶି ବାଣ ଫୁଟାଇ ଥିଲେ। ନିଜ ଜନ୍ମ ମାଟିରେ ପାରମ୍ପରିକ ନୀତିରେ କାଳୀ ପୂଜା କରିଛନ୍ତି। 

ସେହିପରି  ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ସହ ମିଶି ରାଜଧାନୀରେ ୟୁନିଟ-୧ ବଜାରକୁ ଯାଇଥିଲେ। ସେଠାରେ ସଳିତା, ମାଟିର ଦୀପ ଆଦି ଅନେକ ଜିନିଷ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ସେସବୁ ସାମଗ୍ରୀ କିଣିଥିଲେ। 

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଗୁରୁବାର ଏକ ସ୍ୱତନ୍ତ୍ର ବିମାନ ଯୋଗ ଆସି ଅପରାହ୍ନ ୧.୧୫ ମିନିଟ ସମୟରେ ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପ ପହଁଚିଥିଲେ।