ଜନ୍ମମାଟିରେ ମହାମହିମ, ଉତ୍ସବମୁଖର ଉପରବେଡ଼ା । ଆଦିବାସୀ ଲୋକଙ୍କ ସହ ନାଚିଲେ, ସ୍କୁଲକୁ ଯାଇ ସମୟ ବିତାଇଲେ

କନକ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ାକୁ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଆଜି ଦିନ ତମାମ ଉତ୍ସବମୁଖର ଥିଲା ଉପରବେଡ଼ା। ଆଉ ନିଜ ମାଟିର ଝିଅ ତଥା ଦେଶର ପ୍ରଥମ ନାଗରିକଙ୍କୁ ଭବ୍ୟ ସ୍ବାଗତ କରିବାକୁ ହୋଇଥିଲା ବ୍ୟାପକ ପ୍ରସ୍ତୁତି। କିଏ ମହାମହିମଙ୍କ ପ୍ରିୟ ଆରିସା ପିଠା ପ୍ରସ୍ତୁତ କରିଥିଲା ତ ଆଉ କିଏ ମଣ୍ଡା ପିଠା। ପାରମ୍ପାରିକ ଆଦିବାସୀ ନୃତ୍ୟରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗାଁ ଲୋକେ। ନିଜେ ରାଷ୍ଟ୍ରପତି ମଧ୍ୟ ଆଦିବାସୀଙ୍କ ସହ ତାଳ ମିଶାଇ ନାଚିଥିଲେ। ନିଜ ବାପାଙ୍କ ଘରେ ୪୦ ମିନିଟ୍ ରହିଥିଲେ ରାଷ୍ଟ୍ରପତି। ପିଲାଦିନେ ଉପରବେଡ଼ାର ଯେଉଁ ସ୍କୁଲରେ ପାଠ ପଢିଥିଲେ, ସେହି ସ୍କୁଲକୁ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ବେଳେ ଭାବବିହ୍ବଳ ହୋଇପଡିଥିଲେ। ପାଠ ପଢିବା ବେଳେ ଯେଉଁ ଶିକ୍ଷକ ମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଯେଉଁ ସହପାଠୀ ମାନଙ୍କ ସହ ସମୟ ବିତାଇଥିଲେ, ସେମାନଙ୍କୁ ମନେ ପକାଇଥିଲେ। ପିଲାମାନଙ୍କୁ ଆଣିଥିବା ଚକୋଲେଟ୍ ବାଣ୍ଟିଥିଲେ। ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଗସ୍ତ କରି ଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।  ଶେଷରେ ନିଜ ବାସଭବନ ନିକଟରେ ଥିବା ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ଯାଇ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ ମହାମହିମ। ମନ୍ଦିରରେ ସନ

ଜନ୍ମମାଟିରେ ମହାମହିମ, ଉତ୍ସବମୁଖର ଉପରବେଡ଼ା । ଆଦିବାସୀ ଲୋକଙ୍କ ସହ ନାଚିଲେ, ସ୍କୁଲକୁ ଯାଇ ସମୟ ବିତାଇଲେ

କନକ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ାକୁ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଆଜି ଦିନ ତମାମ ଉତ୍ସବମୁଖର ଥିଲା ଉପରବେଡ଼ା। ଆଉ ନିଜ ମାଟିର ଝିଅ ତଥା ଦେଶର ପ୍ରଥମ ନାଗରିକଙ୍କୁ ଭବ୍ୟ ସ୍ବାଗତ କରିବାକୁ ହୋଇଥିଲା ବ୍ୟାପକ ପ୍ରସ୍ତୁତି। କିଏ ମହାମହିମଙ୍କ ପ୍ରିୟ ଆରିସା ପିଠା ପ୍ରସ୍ତୁତ କରିଥିଲା ତ ଆଉ କିଏ ମଣ୍ଡା ପିଠା। ପାରମ୍ପାରିକ ଆଦିବାସୀ ନୃତ୍ୟରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗାଁ ଲୋକେ। ନିଜେ ରାଷ୍ଟ୍ରପତି ମଧ୍ୟ ଆଦିବାସୀଙ୍କ ସହ ତାଳ ମିଶାଇ ନାଚିଥିଲେ। ନିଜ ବାପାଙ୍କ ଘରେ ୪୦ ମିନିଟ୍ ରହିଥିଲେ ରାଷ୍ଟ୍ରପତି।

ପିଲାଦିନେ ଉପରବେଡ଼ାର ଯେଉଁ ସ୍କୁଲରେ ପାଠ ପଢିଥିଲେ, ସେହି ସ୍କୁଲକୁ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ବେଳେ ଭାବବିହ୍ବଳ ହୋଇପଡିଥିଲେ। ପାଠ ପଢିବା ବେଳେ ଯେଉଁ ଶିକ୍ଷକ ମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଯେଉଁ ସହପାଠୀ ମାନଙ୍କ ସହ ସମୟ ବିତାଇଥିଲେ, ସେମାନଙ୍କୁ ମନେ ପକାଇଥିଲେ। ପିଲାମାନଙ୍କୁ ଆଣିଥିବା ଚକୋଲେଟ୍ ବାଣ୍ଟିଥିଲେ। ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଗସ୍ତ କରି ଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। 

ଶେଷରେ ନିଜ ବାସଭବନ ନିକଟରେ ଥିବା ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ଯାଇ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ ମହାମହିମ। ମନ୍ଦିରରେ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଜି ରାତିରେ ପରିବାର ଲୋକଙ୍କ ସହ ରାଇରଙ୍ଗପୁର ମହୁଲଡିହାସ୍ଥିତ ବାସଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି।

ତେବେ ମୟୂରଭଞ୍ଜରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ କାର୍ଯ୍ୟକ୍ରମ ରହିଛି। ମହାମହିମଙ୍କ ସୁରକ୍ଷା ପାଇଁ ଉପରବେଡ଼ା ସମେତ ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ତ୍ରୁଟି ନହୁଏ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି।