ଜନ୍ମରୁ ଦିବ୍ୟାଙ୍ଗ ତଥାପି ମାନିନଥିଲେ ହାର୍, ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଇତିହାସ କଲେ

ନୂଆଦିଲ୍ଲୀ ୦୪/୦୯: ମନୋବଳ ଦୃଢ ଥିଲେ ଅସମ୍ଭବ ବି ସମ୍ଭବ । ଚେଷ୍ଟା ଜାରି ରଖିଲେ ପରାଜୟ ବଦଳରେ ମିଳେ ବିଜୟ ।ଏମିତି ଜଣେ ସଫଳ ମଣିଷ ଆଇଏଏସ୍ ଅଧିକାରୀ ସୁହାସ ୟଥିରାଜ । ସୁହାସ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ।ପ୍ୟାରିସରେ ଚାଲିଥିବା ପାରାଲିମ୍ପିକ୍ସରେ ସୁହାସ୍ ରଚିଛନ୍ତି ଇତିହାସ । ପୁରୁଷ ସିଙ୍ଗଲ୍ସ SL4 ବର୍ଗରେ ବ୍ୟାଡମିଣ୍ଟନରେ ଜିତିଛନ୍ତି ରୌପ୍ୟ ପଦକ । କ୍ରମାଗତ ଦୁଇଟି ପଦକ ଜିତି ବନିଛନ୍ତି ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି । ତେବେ ଆଜି ସଫଳତାର ଶୀର୍ଷ ଛୁଇଁଥିବା ଏହି ସଟ୍‌ଲରଙ୍କ ଜୀବନ କାହାଣୀ ବେଶ ସଂଘର୍ଷମୟ । କର୍ଣ୍ଣାଟକର ଶିମୋଗାରେ ଜନ୍ମ । ପୂରା ନା ସୁହାସ ଲାଲିନାକେରେ ୟଥିରାଜ । ଜନ୍ମରୁ ଗୋଡରେ ଥିଲା ସମସ୍ୟା । କିନ୍ତୁ ନିଜ ଅକ୍ଷମତାକୁ ଛାଡି ଧାଇଁଥିଲେ ସଫଳତା ପଛରେ । ଗାଁରେ ପ୍ରାଥମିକ ଶିକ୍ଷା ପରେ ଅଧିକ ପଢା ପାଇଁ ଚାଲିଗଲେ ସୁରତକଲ । ଆଉ NITKରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିଥିଲେ । ହେଲେ ୨୦୦୫ରେ ସୁହାସଙ୍କ ଉପରେ ଖସି ପଡିଥିଲା ଦୁଃଖର ପାହାଡ । କାରଣ ସୁହାସଙ୍କ ହାତ ଛାଡି ପରପାରିକୁ ଚାଲିଯାଇଥିଲେ ବାପା । ବାପା ସରକାରୀ କର୍ମଚାରୀ ଥିବାରୁ ଯିବା ପରେ ଭାଙ୍ଗି ପଡିଥିଲେ ସୁହାସ । ତଥାପି ସବୁ ଦୁଃଖକୁ ପଛରେ ପକାଇ ଆଗେଇଥିଲେ ସୁହାସ । ପଣ କରିଥିଲେ ଭଲ ମଣିଷ ହେବି, ପରିବାର ତଥା ରଖିବି ଦେଶର ନାଁ । ଇଞ୍ଜିନିୟରିଂ ପାଠ ସିନା ପଢିଲେ, କିନ୍ତୁ ମନ ବଳିଗଲା ସିଭିଲ ସର୍ଭିସ ଆଡେ 

ଜନ୍ମରୁ ଦିବ୍ୟାଙ୍ଗ ତଥାପି ମାନିନଥିଲେ ହାର୍, ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଇତିହାସ କଲେ

ନୂଆଦିଲ୍ଲୀ ୦୪/୦୯: ମନୋବଳ ଦୃଢ ଥିଲେ ଅସମ୍ଭବ ବି ସମ୍ଭବ  ଚେଷ୍ଟା ଜାରି ରଖିଲେ ପରାଜୟ ବଦଳରେ ମିଳେ ବିଜୟ ଏମିତି ଜଣେ ସଫଳ ମଣିଷ ଆଇଏଏସ୍ ଅଧିକାରୀ ସୁହାସ ୟଥିରାଜ  ସୁହାସ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପ୍ୟାରିସରେ ଚାଲିଥିବା ପାରାଲିମ୍ପିକ୍ସରେ ସୁହାସ୍ ରଚିଛନ୍ତି ଇତିହାସ  ପୁରୁଷ ସିଙ୍ଗଲ୍ସ SL4 ବର୍ଗରେ ବ୍ୟାଡମିଣ୍ଟନରେ ଜିତିଛନ୍ତି ରୌପ୍ୟ ପଦକ  କ୍ରମାଗତ ଦୁଇଟି ପଦକ ଜିତି ବନିଛନ୍ତି ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି  ତେବେ ଆଜି ସଫଳତାର ଶୀର୍ଷ ଛୁଇଁଥିବା ଏହି ସଟ୍ଲରଙ୍କ ଜୀବନ କାହାଣୀ ବେଶ ସଂଘର୍ଷମୟ  

କର୍ଣ୍ଣାଟକର ଶିମୋଗାରେ ଜନ୍ମ  ପୂରା ନା ସୁହାସ ଲାଲିନାକେରେ ୟଥିରାଜ  ଜନ୍ମରୁ ଗୋଡରେ ଥିଲା ସମସ୍ୟା  କିନ୍ତୁ ନିଜ ଅକ୍ଷମତାକୁ ଛାଡି ଧାଇଁଥିଲେ ସଫଳତା ପଛରେ  ଗାଁରେ ପ୍ରାଥମିକ ଶିକ୍ଷା ପରେ ଅଧିକ ପଢା ପାଇଁ ଚାଲିଗଲେ ସୁରତକଲ  ଆଉ NITKରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିଥିଲେ  ହେଲେ ୨୦୦୫ରେ ସୁହାସଙ୍କ ଉପରେ ଖସି ପଡିଥିଲା ଦୁଃଖର ପାହାଡ  କାରଣ ସୁହାସଙ୍କ ହାତ ଛାଡି ପରପାରିକୁ ଚାଲିଯାଇଥିଲେ ବାପା  ବାପା ସରକାରୀ କର୍ମଚାରୀ ଥିବାରୁ ଯିବା ପରେ ଭାଙ୍ଗି ପଡିଥିଲେ ସୁହାସ  ତଥାପି ସବୁ ଦୁଃଖକୁ ପଛରେ ପକାଇ ଆଗେଇଥିଲେ ସୁହାସ  ପଣ କରିଥିଲେ ଭଲ ମଣିଷ ହେବିପରିବାର ତଥା ରଖିବି ଦେଶର ନାଁ  


ଇଞ୍ଜିନିୟରିଂ ପାଠ ସିନା ପଢିଲେକିନ୍ତୁ ମନ ବଳିଗଲା ସିଭିଲ ସର୍ଭିସ ଆଡେ  UPSC ପାଇଁ ଜୋରଦାର  ପ୍ରସ୍ତୁତି କରିଥିଲେ ସେ  ଆଉ ଫାଷ୍ଟ ଆଟେମ୍ପ୍ଟରେ କ୍ରାକ୍ କରି ବନିଗଲେ IAS  ୨୦୦୭ ବ୍ୟାଚ୍ର IAS ଅଧିକାରୀଙ୍କୁ ମିଳିଥିଲା ୟୁପି କ୍ୟାଡର ଆଜମଗଡରୁ ଯୁଗ୍ମ ମାଜିଷ୍ଟ୍ରେଟ୍ ଭାବେ ଆରମ୍ଭ କରିଥିଲେ ତାଙ୍କର ବୃତ୍ତିଗତ ଜୀବନ  

ପରେ ମଥୁରାମହାରାଜଗଞ୍ଜହାଥ୍ରସ୍ସୋନଭଦ୍ରଜୈନପୁରପ୍ରୟାଗରାଜ ଏବଂ ଗୌତମ ବୁଦ୍ଧ ନଗରରେ ଡିଏମ୍ ଭାବେ କାର୍ଯ୍ୟ କଲେ। ୨୦୦୮ରେ ସୁହାସ ୨୦୦୪ ବ୍ୟାଚ୍ PCS ଅଧିକାରୀ ଋତୁଙ୍କୁ କରିଥିଲେ ବିବାହ  ଯିଏକି ବର୍ତ୍ତମାନ ଗାଜିଆବାଦରେ ADM ପଦରେ ନିଯୁକ୍ତ  ସ୍ୱାମୀ ଯେମିତି ସଫଳ ପ୍ରଶାସକରୁ ଆଥଲେଟ୍ସ୍ତ୍ରୀ ବି ସେମିତି ଜଣେ ପ୍ରଶାସକରୁ ବେଷ୍ଟ ମଡେଲ  

କୁହାଯାଏ ଉଦ୍ୟମ ବଳେ ସର୍ବସିଦ୍ଧି  ଉଦ୍ୟମ ବିହିନେ ଅସିଦ୍ଧି  ଅର୍ଥାତ୍ ଜଣେ ଯଦି ମନୋବଳ ଦୃଢ କରି କୌଣସି କାର୍ଯ୍ୟ କରେ   ତେବେ ସକ୍ସେସ୍ ଆସିଯାଏ ତା ହାତ ମୁଠାକୁ  ଏହାର ପ୍ରକୃତ ଉଦାହରଣ ପ୍ରଶାସକ ସଟଲର ସୁହାସ ୟଥିରାଜ  ଦିବ୍ୟାଙ୍ଗ ସତ୍ତ୍ୱେ ତାଙ୍କ ପାଦ ଛୁଇଁଛି ସଫଲତା  ଆଉ ତାଙ୍କର ଏପରି କାମ ଏବେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ