ଜନ୍ମସିଦ୍ଧ ନାଗରିକତ୍ୱ ଅଧିକାର ରଦ୍ଦ ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିଲେ ବିଚାରପତି

ଓ୍ବାଶିଂଟନ୍‌,୨୫ା୧: ଅଣନାଗରିକ ଦମ୍ପତିଙ୍କ ପିଲା ଆମେରିକାରେ ଫେବୃଆରୀ ୨୦ ପରେ ଜନ୍ମ ହେଲେ ତାଙ୍କୁ ଜନ୍ମଗତ ନାଗରିକତ୍ୱ ଅଧିକାର ମିଳିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ବାକ୍ଷର କରିଥିବା ଏକ୍‌ଜିକ୍ୟୁଟିଭ୍‌ ଅର୍ଡରକୁ ଗୁରୁବାର ଜଣେ ସଂଘୀୟ ବିଚାରପତି ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଆରିଜୋନା, ଇଲିୟନ୍ସ ଏବଂ ଓରେଗୋନ୍‌ ପକ୍ଷରୁ ଦାଖଲ ଆବେଦନର ଶୁଣାଣି କରି ୟୁଏସ୍‌ ଡିଷ୍ଟ୍ରିକ୍ଟ ଜଜ୍‌ ଜନ୍‌ ସି. କଫେନୌର ଏହି ରାୟ ଦେଇଛନ୍ତି। ଏହି ରାଜ୍ୟଗୁଡ଼ିକର ଯୁକ୍ତି ହେଲା ଚତୁର୍ଦ୍ଦଶ […] The post ଜନ୍ମସିଦ୍ଧ ନାଗରିକତ୍ୱ ଅଧିକାର ରଦ୍ଦ ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିଲେ ବିଚାରପତି appeared first on Dharitri Odia News.

ଜନ୍ମସିଦ୍ଧ ନାଗରିକତ୍ୱ ଅଧିକାର ରଦ୍ଦ ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିଲେ ବିଚାରପତି

ଓ୍ବାଶିଂଟନ୍‌,୨୫ା୧: ଅଣନାଗରିକ ଦମ୍ପତିଙ୍କ ପିଲା ଆମେରିକାରେ ଫେବୃଆରୀ ୨୦ ପରେ ଜନ୍ମ ହେଲେ ତାଙ୍କୁ ଜନ୍ମଗତ ନାଗରିକତ୍ୱ ଅଧିକାର ମିଳିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ବାକ୍ଷର କରିଥିବା ଏକ୍‌ଜିକ୍ୟୁଟିଭ୍‌ ଅର୍ଡରକୁ ଗୁରୁବାର ଜଣେ ସଂଘୀୟ ବିଚାରପତି ସାମୟିକ ଭାବେ ସ୍ଥଗିତ ରଖିଛନ୍ତି।
ଆରିଜୋନା, ଇଲିୟନ୍ସ ଏବଂ ଓରେଗୋନ୍‌ ପକ୍ଷରୁ ଦାଖଲ ଆବେଦନର ଶୁଣାଣି କରି ୟୁଏସ୍‌ ଡିଷ୍ଟ୍ରିକ୍ଟ ଜଜ୍‌ ଜନ୍‌ ସି. କଫେନୌର ଏହି ରାୟ ଦେଇଛନ୍ତି। ଏହି ରାଜ୍ୟଗୁଡ଼ିକର ଯୁକ୍ତି ହେଲା ଚତୁର୍ଦ୍ଦଶ ସଂଶୋଧନ ସହ ସୁପ୍ରିମକୋର୍ଟ ଆଇନ ଦୃଢ଼ଭାବେ ଜନ୍ମସିଦ୍ଧ ନାଗରିକତ୍ୱକୁ ପ୍ରତିଷ୍ଠିତ କରିଛି।
ରାଷ୍ଟ୍ରପତି ସୋମବାର ପ୍ରଥମେ ସ୍ବାକ୍ଷର କରିଥିବା ଏକ୍‌ଜିକ୍ୟୁଟିଭ୍‌ ଅର୍ଡରକୁ ୨୨ ରାଜ୍ୟର ଡେମୋକ୍ରାଟିକ୍‌ ଆଟର୍ନି ଜେନେରାଲ ଏବଂ ନାଗରିକ ଅଧିକାର ସଙ୍ଗଠନଗୁଡ଼ିକ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ମୋଟ ୫ଟି ପିଟିଶନ ବିଭିନ୍ନ ଫେଡେରାଲ କୋର୍ଟରେ ଦାଖଲ କରାଯାଇଛି। ସମାଲୋଚକମାନେ ଟ୍ରମ୍ପ୍‌ଙ୍କ ଅର୍ଡରକୁ ଆମେରିକା ସମ୍ବିଧାନର ଖୋଲା ଉଲ୍ଲଂଘନ ବୋଲି ଅଭିହିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶନାମା ପରେ ଆମେରିକାରେ ରହୁଥିବା ଭାରତୀୟଙ୍କ ସମେତ ବିଭିନ୍ନ ଦେଶର ଦମ୍ପତିମାନେ ଆସନ୍ତା ୧୯ ତାରିଖ ପୂର୍ବରୁ ପିଲା ଜନ୍ମ ପାଇଁ ମାଟର୍ନିଟି କ୍ଲିନିକ୍‌ଗୁଡ଼ିକରେ ଭିଡ଼ ଜମାଇବାରେ ଲାଗିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରସବ ଲାଗି ସିଜରିଆନ୍‌ ସେକ୍ସନର ସହାୟତା ନେଉଛନ୍ତି। ଅନ୍ୟପକ୍ଷେ ଏଭଳି ଉପାୟରେ ଜନ୍ମିତ ଶିଶୁ ଓ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଡାକ୍ତରମାନେ ଚିନ୍ତାବ୍ୟକ୍ତ କରିଛନ୍ତି।

The post ଜନ୍ମସିଦ୍ଧ ନାଗରିକତ୍ୱ ଅଧିକାର ରଦ୍ଦ ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିଲେ ବିଚାରପତି appeared first on Dharitri Odia News.