ଜବତ ହେଲା ନକଲି ଜର୍ଦ୍ଦା, ଦୁଇ ଜଣକୁ ଗିରଫ କଲା ପୋଲିସ
କଟକ: ବକ୍ସିବଜାର ଅଞ୍ଚଳରୁ ଜବତ ହେଲା ନକଲି ଜର୍ଦ୍ଦା। ଏହା ସହ ପୋଲିସ ଏହି ନକଲି ଜର୍ଦ୍ଦା ବ୍ୟବସାୟ ଚଳାଇଥିବା ଦୁଇ ଜଣକୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ, ଏମାନେ ଗୋପାଲ କମ୍ପାନୀର ଜର୍ଦ୍ଦାକୁ ନକଲି କରି ପ୍ୟାକେଟ ଓ ଟିଣ ଡବାରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା।ଆଉ ତଦନ୍ତ କରି ବକ୍ସିବଜାର ନିକଟରେ ଥିବା ପୃଷ୍ଟି ଆଣ୍ଡ ପୃଷ୍ଟି ଓ ସହୀଦ ଷ୍ଟୋରରେ ଏହି ଜର୍ଦ୍ଦା ବିକ୍ରି ହେଉଥିବା ଖବର ପାଇଥିଲା। ଆଉ ଗୁରୁବାର ରେଡ୍ ସମୟରେ ଉଭୟ ଦୋକାନରୁ ୧୦୪ଟି ଟିଣ ଡବା ନକଲି ଗୋପାଳ ଜର୍ଦ୍ଦା ଓ ୨୨ଟି ପ୍ୟାକେଟ ନକଲି ଜର୍ଦ୍ଦା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ।ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଶେଖ ଶହୀଦ ବକ୍ସ ଓ ରାକେଶ ପୃଷ୍ଟି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଅସଲି ଗୋପାଲ ଜର୍ଦ୍ଦା କମ୍ପାନୀର ଅଭିଯୋଗ ମୁତାବକ ପୋଲିସ ତଦନ୍ତ କରି ଗିରଫ କରିଥିବା ଜଣାପଡ଼ିଛି।
କଟକ: ବକ୍ସିବଜାର ଅଞ୍ଚଳରୁ ଜବତ ହେଲା ନକଲି ଜର୍ଦ୍ଦା। ଏହା ସହ ପୋଲିସ ଏହି ନକଲି ଜର୍ଦ୍ଦା ବ୍ୟବସାୟ ଚଳାଇଥିବା ଦୁଇ ଜଣକୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ, ଏମାନେ ଗୋପାଲ କମ୍ପାନୀର ଜର୍ଦ୍ଦାକୁ ନକଲି କରି ପ୍ୟାକେଟ ଓ ଟିଣ ଡବାରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା।
ଆଉ ତଦନ୍ତ କରି ବକ୍ସିବଜାର ନିକଟରେ ଥିବା ପୃଷ୍ଟି ଆଣ୍ଡ ପୃଷ୍ଟି ଓ ସହୀଦ ଷ୍ଟୋରରେ ଏହି ଜର୍ଦ୍ଦା ବିକ୍ରି ହେଉଥିବା ଖବର ପାଇଥିଲା। ଆଉ ଗୁରୁବାର ରେଡ୍ ସମୟରେ ଉଭୟ ଦୋକାନରୁ ୧୦୪ଟି ଟିଣ ଡବା ନକଲି ଗୋପାଳ ଜର୍ଦ୍ଦା ଓ ୨୨ଟି ପ୍ୟାକେଟ ନକଲି ଜର୍ଦ୍ଦା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ।
ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଶେଖ ଶହୀଦ ବକ୍ସ ଓ ରାକେଶ ପୃଷ୍ଟି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଅସଲି ଗୋପାଲ ଜର୍ଦ୍ଦା କମ୍ପାନୀର ଅଭିଯୋଗ ମୁତାବକ ପୋଲିସ ତଦନ୍ତ କରି ଗିରଫ କରିଥିବା ଜଣାପଡ଼ିଛି।