ଜବରଦଖଲକାରୀଙ୍କ କବଜାରେ ଶ୍ମଶାନ । ରାସ୍ତା କଡ଼ରେ ଶବଦାହ, ସବୁ ଜାଣି ଚୁପ୍ ପ୍ରଶାସନ ।
କନକ ବ୍ୟୁରୋ: ଗାଁ ମଶାଣିକୁ ବି ଛାଡୁନାହାନ୍ତି ଜବରଦଖଲକାରୀ । ଶ୍ମଶାନରେ ଶବ ଦାହା କରିବାକୁ ଦେଉନାହାଁନ୍ତି। ରାସ୍ତା କଡ଼ରେ ଶବଦାହ କରୁଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥାନୀୟ ପ୍ରଶାସନ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଫଳରେ ଶ୍ମଶାନ ସାମନାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଗଞ୍ଜାମ ଖଲ୍ଲିକୋଟ ଥାନା ପଥରା କଣ୍ଡରା ସାହିରେ ଶ୍ମଶାନକୁ ନେଇ ଉତ୍ତେଜନା । ଗାଁ ମଶାଣି ଜମିକୁ କବଜା କରିନେଇଛନ୍ତି ଗାଁର ୧୫ ପରିବାର । ଶବଦାହ କରିବାକୁ ଦେଉନାହାଁନ୍ତି ! ଶ୍ମଶାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି । ପୂର୍ବପୁରୁଷରୁ ଏହି ଜାଗାକୁ ଗ୍ରାମବାସୀ ଶ୍ମଶାନ ଭାବେ ବ୍ୟବହାର କରିଆସୁଛନ୍ତି। ୧୯୮୮, ୧୯୯୫ ଓ ୨୦୧୬ ଜମିର ମାପଚୁପ ହୋଇଥିଲା । ସେତେବେଳେ ଆୟତନ ଠିକ ଥିଲା । କିନ୍ତୁ ଜବରଦଖଲକାରୀଙ୍କ କବଜା ପର ଠାରୁ ଏହା ସଙ୍କୁଚିତ ହୋଇଯାଇଛି । ଫଳରେ ଗ୍ରାମବାସୀ ରାସ୍ତା କଡ଼ରେ ଶବ ଦାହ କରିବାକୁ ବାଧ୍ୟ ହେଉଛନ୍ତି । ଶ୍ମଶାନ ଜମିର ପୁନଃରୁଦ୍ଧାର ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁ ମଶାଣି ସମସ୍ୟା ସଂପର୍କରେ ପୂର୍ବରୁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି । ତଥାପି ପ୍ରଶାସନିକ ସ୍ତରରେ କୌଣସି କାର୍ୟ୍ୟନୁଷ୍ଠାନ ନିଆଯାଉନାହିଁ । ତେଣୁ ଗ୍ରାମବାସୀ ଏକତ୍ରିତ ହୋଇ ବିରୋଧ କରିଛନ୍ତି । ଏହାପରେ ଖଲ

କନକ ବ୍ୟୁରୋ: ଗାଁ ମଶାଣିକୁ ବି ଛାଡୁନାହାନ୍ତି ଜବରଦଖଲକାରୀ । ଶ୍ମଶାନରେ ଶବ ଦାହା କରିବାକୁ ଦେଉନାହାଁନ୍ତି। ରାସ୍ତା କଡ଼ରେ ଶବଦାହ କରୁଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥାନୀୟ ପ୍ରଶାସନ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଫଳରେ ଶ୍ମଶାନ ସାମନାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ।
ଗଞ୍ଜାମ ଖଲ୍ଲିକୋଟ ଥାନା ପଥରା କଣ୍ଡରା ସାହିରେ ଶ୍ମଶାନକୁ ନେଇ ଉତ୍ତେଜନା । ଗାଁ ମଶାଣି ଜମିକୁ କବଜା କରିନେଇଛନ୍ତି ଗାଁର ୧୫ ପରିବାର । ଶବଦାହ କରିବାକୁ ଦେଉନାହାଁନ୍ତି ! ଶ୍ମଶାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି । ପୂର୍ବପୁରୁଷରୁ ଏହି ଜାଗାକୁ ଗ୍ରାମବାସୀ ଶ୍ମଶାନ ଭାବେ ବ୍ୟବହାର କରିଆସୁଛନ୍ତି। ୧୯୮୮, ୧୯୯୫ ଓ ୨୦୧୬ ଜମିର ମାପଚୁପ ହୋଇଥିଲା । ସେତେବେଳେ ଆୟତନ ଠିକ ଥିଲା । କିନ୍ତୁ ଜବରଦଖଲକାରୀଙ୍କ କବଜା ପର ଠାରୁ ଏହା ସଙ୍କୁଚିତ ହୋଇଯାଇଛି । ଫଳରେ ଗ୍ରାମବାସୀ ରାସ୍ତା କଡ଼ରେ ଶବ ଦାହ କରିବାକୁ ବାଧ୍ୟ ହେଉଛନ୍ତି । ଶ୍ମଶାନ ଜମିର ପୁନଃରୁଦ୍ଧାର ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଗାଁ ମଶାଣି ସମସ୍ୟା ସଂପର୍କରେ ପୂର୍ବରୁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି । ତଥାପି ପ୍ରଶାସନିକ ସ୍ତରରେ କୌଣସି କାର୍ୟ୍ୟନୁଷ୍ଠାନ ନିଆଯାଉନାହିଁ । ତେଣୁ ଗ୍ରାମବାସୀ ଏକତ୍ରିତ ହୋଇ ବିରୋଧ କରିଛନ୍ତି । ଏହାପରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ପୋଲିସ ଓ ଭେଜିପୁଟ ରାଜସ୍ୱ ନିରକ୍ଷକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।