ଜମନକିରା ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଆୟୁଷ୍ମାନ ଆରୋଗ୍ୟ କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା କାର୍ଯ୍ୟକ୍ରମ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସିଦ୍ଧାର୍ଥ ବେହେରା ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଜଣେଇ ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ଅନୁରୋଧ କରିଥିଲେ। ଆଜିର ଏଇ କାର୍ଯ୍ୟକ୍ରମରେ […] The post ଜମନକିରା ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ appeared first on Odisha.News.

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଆୟୁଷ୍ମାନ ଆରୋଗ୍ୟ କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା କାର୍ଯ୍ୟକ୍ରମ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସିଦ୍ଧାର୍ଥ ବେହେରା ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଜଣେଇ ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ଅନୁରୋଧ କରିଥିଲେ। ଆଜିର ଏଇ କାର୍ଯ୍ୟକ୍ରମରେ ବିଜେପି ଦଳ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର କୁ ଝାଡୁ ମାରି ସଫା କରିବା ସହିତ ଅନାବନା ଘାସ ଲଟ ସଫାସୁତୁରା କରିଥିଲେ। ମନ୍ତ୍ରୀ ରୋଗୀ ମାନଙ୍କ ସାକ୍ଷାତ କରି ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏଥିରେ ବିଜେପି ଦଳର ସାଂସଦ ପ୍ରତିନିଧି ରମେଶ ସାହୁ, ବିରେନ୍ଦ୍ର ଚୌଧୁରୀ, ସୁନିଲ ମୁଦୁଲି, ଗୋକୁଲା ନନ୍ଦ ଦାନୀ, ସାଲେକ ରାମ ପଧାନ, ଅମୋଘ ପାଣିଗ୍ରାହୀ, ସୁବାସ ସାହୁ, ସୌରଭ ପଟ୍ଟନାୟକ, ସୁନିଲ ମହକୁଲ, ତ୍ରିଲୋକ ପଧାନ, ମହିଳା ମୋର୍ଚ୍ଚା ପ୍ରମୁଖ ଗୀତାଞ୍ଜଳି ପଲେଇ, ନାଏବ ସରପଞ୍ଚ କଲ୍ୟାଣୀ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
The post ଜମନକିରା ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ appeared first on Odisha.News.