ଜମନକିରା ରେ ଆର୍ଥିକ ସ୍ୱାକ୍ଷରତା ଏବଂ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସମ୍ବଲପୁର ଜିଲ୍ଲା ସଞ୍ଚୟ ଏବଂ ଆର୍ଥିକ ସେବା ସଂଗଠନ ସଂସ୍ଥା ଦ୍ୱାରା ଜିଲ୍ଲା ସଞ୍ଚୟ ଏବଂ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ପୋଷ୍ଟାଳ ଡିଭିଜନ ର ଡାକପାଳ ବି. ମହେଶ୍ବର ରାଓ ଯୋଗଦେଇ ସହଜଲବ୍ଧ ଧନପ୍ରତି ଆକୃଷ୍ଟ ନହୋଇ ନିଜର କଷ୍ଟୋପାର୍ଜିତ ଧନକୁ ଡାକ ଘରେ କିମ୍ବା ସ୍ଵୀକୃତି ପ୍ରାପ୍ତ ବ୍ୟାଙ୍କ ରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ […] The post ଜମନକିରା ରେ ଆର୍ଥିକ ସ୍ୱାକ୍ଷରତା ଏବଂ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ appeared first on Odisha.News.

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସମ୍ବଲପୁର ଜିଲ୍ଲା ସଞ୍ଚୟ ଏବଂ ଆର୍ଥିକ ସେବା ସଂଗଠନ ସଂସ୍ଥା ଦ୍ୱାରା ଜିଲ୍ଲା ସଞ୍ଚୟ ଏବଂ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ପୋଷ୍ଟାଳ ଡିଭିଜନ ର ଡାକପାଳ ବି. ମହେଶ୍ବର ରାଓ ଯୋଗଦେଇ ସହଜଲବ୍ଧ ଧନପ୍ରତି ଆକୃଷ୍ଟ ନହୋଇ ନିଜର କଷ୍ଟୋପାର୍ଜିତ ଧନକୁ ଡାକ ଘରେ କିମ୍ବା ସ୍ଵୀକୃତି ପ୍ରାପ୍ତ ବ୍ୟାଙ୍କ ରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ଡିଜିଟାଲ ଦେଣ ନେଣ ଉପରେ ଯେମିତି ଠକେଇର ଶିକାର ନହୁଅନ୍ତି ସେଥିପ୍ରତି ଯତ୍ନଶୀଳ ହେବା ନିହାତି ଜରୁରୀ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଦିଲୀପ ଦାସ, ସିଡ଼ିପିଓ ମମତା ପଟେଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ କୁମାର ସାହୁ, ସଂସ୍ଥା ସହ ନିର୍ଦ୍ଦେଶକ ନୀଳାଚଳ ସେଠୀ, ଜିପିଡ଼ିଓ ଅଜୟ ଖଡ଼ିଆ ପ୍ରମଖ ମଞ୍ଚାସିନ ଥିଲେ। ଏଥିରେ ୨୧ ଟି ପଞ୍ଚାୟତ ରୁ ଅଙ୍ଗନବାଡ଼ି କର୍ମୀ, ସୁପର୍ଭାଇଜର, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଅଜିତ ସାହୁ, ସୁଧୀର ସେନାପତି, ବିନିତ କୁମାର ପ୍ରଧାନ ପ୍ରମଖୁ ସହଯୋଗ କରିଥିଲେ।
The post ଜମନକିରା ରେ ଆର୍ଥିକ ସ୍ୱାକ୍ଷରତା ଏବଂ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ appeared first on Odisha.News.